ସ୍ପେଶାଲ

ଜଗା ମୁଣ୍ଡରେ ଲାଗିବ କୃତିମ ଖପୁରୀ,ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କଲେ ଦିଲ୍ଲୀ ଏମ୍ସ ଡାକ୍ତର

କନ୍ଧମାଳ: ବହୁ ଚର୍ଚ୍ଚିତ କନ୍ଧମାଳର ଶିଶୁ ଜଗାକୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟିଛନ୍ତି ଦିଲ୍ଲୀ ଏମ୍ସ୍‌ର ନ୍ୟୁରୋ ସର୍ଜନ ପ୍ରଫେସର ଦୀପକ ଗୁପ୍ତା । ଜଗା ମୁଣ୍ଡରେ ଲାଗିବ କୃତିମ ଖପୁରୀ । ଜଗା ପଢ଼ିବ ପାଠ । ସେଥିପାଇଁ ଜଗାର ସ୍ୱାସ୍ଥ୍ୟ ପରିକ୍ଷା ଯାଞ୍ଚ କରିଛନ୍ତି ପ୍ରଫେସର ଦୀପକ ଗୁପ୍ତା । ପରୀକ୍ଷା ନିରୀକ୍ଷା କରିବା ପାଇଁ ନୂଆଦିଲ୍ଲୀ ଏମ୍ସରୁ ଜଣିକିଆ ଡାକ୍ତରୀ ଦଳ ଆଜି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର କେବିନରେ ପହଞ୍ଚି ଜଗାକୁ ପରୀକ୍ଷା କରିଛନ୍ତି। ଜଗାର ଅସ୍ତ୍ରୋପଚାର ପାଇଁ ତାରିଖ ଦେବେ ଦୀପକ ଗୁପ୍ତା ।

ଏମ୍ସ ନୂଆଦିଲ୍ଲୀର ସ୍ନ୍ୟାୟୁ ଶଲ୍ୟ ବିଶେଷଜ୍ଞ ଡା ଦୀପକ୍ ଗୁପ୍ତା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସିଡିଏମଓ ଏବଂ ଅନ୍ୟ ଡାକ୍ତରଙ୍କ ସହିତ ଆଲୋଚନା କରିବା ପରେ ଜଗାର ସ୍ବାସ୍ଥ୍ୟବସ୍ଥା ଯାଞ୍ଚ୍ କରିଥିଲେ। ଜଗାର ଦ୍ଵିତୀୟ ପର୍ଯ୍ୟାୟ ଅପରେସନ ସମୟ ହୋଇଯାଇଥିବା କହିଛନ୍ତି ଡାକ୍ତର ଗୁପ୍ତା। ଏଥି ପାଇଁ ଖୁବ୍‌ ଶୀଘ୍ର ତାରିଖ ନିର୍ଦ୍ଧାରିତ କରିବେ। ଭୁବନେଶ୍ୱର ଏମ୍ସ ଏବଂ କଟକ ଏସ ସି ବି ମେଡିକାଲ୍ କଲେଜ ଡାକ୍ତରଙ୍କ ସହ ମଧ୍ୟ ସେ ଆଲୋଚନା କରିଛନ୍ତି। ସେ ସୁସ୍ଥ ଅଛି ଏବଂ ଅତି ଶୀଘ୍ର ଦିଲ୍ଲୀ ନିଆଯାଇ ଅପରେସନ କରାଯିବ ବୋଲି ଜିଲ୍ଲା ମେଡିକାଲ୍ ଅଫିସର କହିଛନ୍ତି। ରାଜ୍ୟ ସରକାରଙ୍କ ସହାୟତା ଓ ତଦାରଖରେ ବିଶ୍ଵର ଏହି ବିରଳ ଅପରେସନ ଦିଲ୍ଲୀ ଏମ୍ସରେ କରାଯାଇଥିଲା। ଜଗା ପାଠ ପଢିବାକୁ ମଧ୍ୟ ଫିଟ୍ ଅଛି ବୋଲି ଡାକ୍ତର କହିଛନ୍ତି। ଦିଲ୍ଲୀ ଏମ୍ସ ଏହି ପ୍ରଫେସର ଦୀପକ ଗୁପ୍ତା ଉଭୟ ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କୁ ଅସ୍ତ୍ରୋପଚାର କରି ଅଲଗା କରିଥିଲେ ।

ତେବେ ଜଗା ମୁଣ୍ଡରେ ଖପୁରୀ ପ୍ରତ୍ୟାରୋପଣ କରାଯିବାକୁ ଥିବା ବେଳେ ଅସ୍ତ୍ରୋପଚାର ପରେ ଜଗାର ସ୍ୱାସ୍ଥ୍ୟବସ୍ଥା ଯାଞ୍ଚ କରାଯାଇଛି । ୨୮ ଅଗଷ୍‌ଟ ୨୦୧୭ ମସିହାରେ ଦିଲ୍ଲୀ ଏମ୍ସରେ ୪୦ ଜଣିଆ ସ୍ୱତନ୍ତ୍ର ଟିମ୍‌ ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କର ଅପରେସନ କରିଥିଲେ । ଏହି ଅପରେସନ ସଫଳ ହେବା ପରେ ଉଭୟ ଶିଶୁଙ୍କୁ ଅଲଗା କରାଯାଇଥିଲା । ଏହି ଅପରେସନ ସାରା ବିଶ୍ୱକୁ ଚକିତ କରିଦେଇଥିଲା ।

KNews Bureau

Recent Posts

ନାକରେ ଟାଇପିଂ କରି ହାସଲ କଲେ ଗିନିଜ୍‌ ଓ୍ଵାର୍ଲ୍ଡ ରେକର୍ଡ, ଚାରିଆଡ଼େ ହେଉଛି ଚର୍ଚ୍ଚା

ଅନେକ ଲୋକ ଏପରି ଅଛନ୍ତି ଯେଉଁମାନଙ୍କ ଟାଇଫିଂ ସ୍ପିଡ୍‌ ବହୁତ ଅଧିକ ରହିଥାଏ । ଆପଣ ବି କେବେ ନା…

8 mins ago

ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ, ଜଙ୍ଗଲରୁ ମୃତଦେହ ଜବତ

ମୟୂରଭଞ୍ଜ : ନାବାଳିକା ସହ ଦୁଷ୍କର୍ମ ପରେ ମାରିଦେବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଥାନାରେ ଅଟକ । ଘଟଣା…

11 mins ago

ଷଷ୍ଠ ଥର ନବୀନ ସରକାର, ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ ବହୁମତ

ଭୁବନେଶ୍ୱର : ଷଷ୍ଠ ଥର ନବୀନ ସରକାର । ଓଡ଼ିଶା ଗଣମାଧ୍ୟମ ସକାଳ ଓ ପ୍ରଗତିବାଦୀର ସର୍ଭେରେ ବିଜେଡିକୁ ସ୍ପଷ୍ଟ…

33 mins ago

ଜୁନ ୨୦ରେ ଲଞ୍ଚ ହେବାକୁ ଯାଉଛି Realme GT 6, ଡିଜାଇନ୍ ଦେଖିଲେ କହିବେ ‘Wow’

ଗତ ମାସରେ ଭାରତରେ Realme GT 6T ଲଞ୍ଚ କରାଯାଇଥିଲା । ରିୟଲମି ଚଳିତ ମାସରେ ଜିଟି ସିରିଜର ଆଉ…

46 mins ago

ଗାଁର ଚାରି ଆଡେ଼ ଘେରି ରହିଛି ନାଳ, ବର୍ଷା ଦିନେ ଜଳବନ୍ଦୀ ଜୀବନ କାଟନ୍ତି ଏହି ଗ୍ରାମବାସୀ

ସୁନ୍ଦରଗଡ(କେନ୍ୟୁଜ୍): ଭାରତ ସ୍ୱାଧୀନତାକୁ ବିତି ସାରିଲାଣି ୭୪ବର୍ଷ । ଏହି ୭୪ ବର୍ଷରେ ଆସିଛନ୍ତି ଅନେକ ସରକାର । କରିଛନ୍ତି…

48 mins ago

ପ୍ୟାରିସରୁ ମୁମ୍ବାଇ ଆସୁଥିବା ବିମାନରେ ବୋମା ଆତଙ୍କ, ଜରୁରୀକାଳୀନ ଅବତରଣ କଲା ଭିସ୍ତାରା ବିମାନ

ପ୍ୟାରିସରୁ ମୁମ୍ବାଇ ଆସୁଥିବା ଭିସ୍ତାରା ବିମାନରେ ବୋମା ଆତଙ୍କ । ଏହି ଖବର ପ୍ରସାରିତ ହେବା ପରେ ଆତଙ୍କ ସୃଷ୍ଟି…

48 mins ago