ରାଜ୍ୟ

ମୃତ ବାପା ନାଁରେ ରାସନ ସାମଗ୍ରୀ ହଡ଼ପ କରୁଛି ଡିଲର ପୁଅ, କାର୍ଯ୍ୟାନୁଷ୍ଠାନ ପାଇଁ ଦାବି

କଟକ (କେନ୍ୟୁଜ): ମଲା ଲୋକ ନାଁରେ ଉଠା ଯାଉଛି ରାସନ । ମନ ଇଚ୍ଛା ରାସନକୁ ହଡ଼ପ କରାଯାଉଛି । ଗରିବ ଲୋକ ଖାଇବାକୁ ରାସନ ପାଉ ନଥିବା ବେଳେ କିଛି ଲୋକ ଏପରି ଅଛନ୍ତି ଯେଉଁମାନେ ନିଜ ସମ୍ପର୍କୀୟଙ୍କ ମୃତ୍ୟୁ ପରେ ମଧ୍ୟ ରାସନକୁ ହଡ଼ପ କରୁଛନ୍ତି । ରାଜ୍ୟ ସରକାର ଖାଦ୍ୟ ସୁରକ୍ଷା ଯୋଜନାରେ ଗରିବ ହିତାଧିକାରୀଙ୍କ ପାଇଁ ମାଗଣା ରାସନ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଅନେକ ସ୍ଥାନରେ ରିଟେଲର ମାନଙ୍କ ଅସାଧୁ କାର୍ଯ୍ୟ ଯୋଗୁଁ ଏହି ବ୍ୟବସ୍ଥାରେ ତ୍ରୁଟି ଦେଖା ଯାଉଛି । କେଉଁଠି ଓଜନରେ ଠକେଇ ହେଉଛି ତ ଆଉ କେଉଁଠି ମୃତ ବ୍ୟକ୍ତିଙ୍କ ନାଁରେ ରାସନ ସାମଗ୍ରୀ ହଡ଼ପ ହେଉଛି । ଯାହାଫଳରେ ସାଧାରଣ ଗରିବ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ସାମଗ୍ରୀ ହରି ଲୁଟ ହେଉଛି । ଏଭଳି ଏକ ଘଟଣା କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରୀ ପଞ୍ଚାୟତରେ ଦେଖିବାକୁ ମିଳିଛି । ଜଣେ ଡିଲର ନିଜ ବାପାଙ୍କ ମୃତ୍ୟୁ ପରେ ମଧ୍ୟ ତାଙ୍କ ଚାଉଳ ହଡ଼ପ କରୁଛନ୍ତି ଯାହା ନିଶ୍ଚିତ ଭାବେ ନିନ୍ଦନୀୟ ।

ନିଜ ବାପା ମରିବାର ଦୁଇ ବର୍ଷ ହେଲାଣି ତଥାପି ପିଡିଏସ ଡିଲର ତାଙ୍କ ମଲା ବାପା ନାଁରେ ରାସନ ଉଠାଉଥିବା ଅଭିଯୋଗ ଆଣିଛନ୍ତି ଖୋଦ ଡିଲରଙ୍କ ଭାଇ । କଳମିଶ୍ରୀ ପିଡିଏସ ଡିଲର ବଲ୍ଲଭାନନ୍ଦ ନାୟକଙ୍କ ବାପା ଗୋପୀନାଥ ନାୟକ ଗତ ଜାନୁୟାରୀ ମାସ ୨୦୨୨ରେ ମୃତ୍ୟୁ ବରଣ କରିଥିଲେ ହେଲେ ସୂଚନା ଅଧିକାର ଦ୍ୱାରା ପ୍ରାପ୍ତ ହୋଇଥିବା ତଥ୍ୟ ଅନୁଯାୟୀ ଆଜି ପର୍ଯ୍ୟନ୍ତ ଡିଲର ବଲ୍ଲଭାନନ୍ଦ ମୃତ ବାପାଙ୍କ ନାମରେ ଚାଉଳ ଉଠାଉଛନ୍ତି ବୋଲି ଅଭିଯୋଗ ହୋଇଛି । ଏନେଇ ଡିଲରଙ୍କ ବଡ଼ଭାଇ ଦୁଲ୍ଲଭାନନ୍ଦ ନାୟକ କଟକ ଜିଲ୍ଲାପାଳ, ଯୋଗାଣ ଅଧିକାରୀଙ୍କ ସମେତ ନିଶ୍ଚିନ୍ତକୋଇଲି ବିଡିଓଙ୍କ ନିକଟରେ ଅଭିଯୋଗ କରି ଏହାର ତଦନ୍ତ ପାଇଁ ପତ୍ର ଲେଖିଥିବା କହିଛନ୍ତି ।

ଖାଲି ସେତିକି ନୁହେଁ କଳମିଶ୍ରୀ ପଞ୍ଚାୟତରେ ଅନେକ ହିତାଧିକାରୀ ମଧ୍ୟ ସମ୍ପୃକ୍ତ ଡିଲରଙ୍କ କାର୍ଯ୍ୟରେ ଅସନ୍ତୁଷ୍ଟ ଥିବା ଅଭିଯୋଗ ହୋଇଛି । ଅନେକ ହିତାଧିକାରୀଙ୍କୁ ସଠିକ ଢଙ୍ଗରେ ରାସନ ସାମଗ୍ରୀ ନଦେଇ ଡିଲର ଅବହେଳା କରୁଥିବା ଅଭିଯୋଗ ହୋଇଛି । ତେବେ ଏହି ଅଭିଯୋଗର ତଦନ୍ତ ହୋଇ କାର୍ଯ୍ୟନୁଷ୍ଠାନ ପାଇଁ ଉପଜିଲ୍ଲାପାଳଙ୍କୁ ରିପୋର୍ଟ ପଠାଯାଇଥିବା ବିଡିଓ କହିଛନ୍ତି। ତେବେ ହିତାଧିକାରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାର ଦେଉଥିବା କଣ୍ଟ୍ରୋଲ ସାମଗ୍ରୀ ହଡ଼ପ କରୁଥିବା ଡିଲର ବିରୁଦ୍ଧରେ ପ୍ରଶାସନ ପଦକ୍ଷେପ ନେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା ।

Subhalaxmi Das

Recent Posts

ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା, ୩ ଅଭିଯୁକ୍ତ ଗିରଫ

ରାଉରକେଲା : ରାଉରକେଲା ଲୋକୋ ପାଇଲଟଙ୍କୁ ଅପହରଣ ଘଟଣା । ୩ ଅଭିଯୁକ୍ତ ଗିରଫ । ଭୁବନେଶ୍ଵରରୁ ଗିରଫ କଲା…

4 mins ago

ହଜାର ହଜାର ପ୍ରଦର୍ଶନକାରୀ କେନିଆ ସଂସଦରେ ଲଗାଇଦେଲେ ନିଆଁ, ଭାରତ ନିଜ ନାଗରିକଙ୍କ ପାଇଁ ଜାରି କଲା ଆଡ୍‌ଭାଇଜରୀ

ସରକାରଙ୍କ ପ୍ରସ୍ତାବିତ ଟିକସ ବୃଦ୍ଧି ପ୍ରତିବାଦରେ କେନିଆରେ ହିଂସାତ୍ମକ ବିରୋଧ ପ୍ରଦର୍ଶନ ହେଉଛି । ଏହି ହିଂସାରେ ନାଇରୋବିରେ ୫…

6 mins ago

କଟକରେ ଯାନବାହନ ସୁରକ୍ଷିତ ଚଳାଚଳ ଓ ପାର୍କିଂ ପାଇଁ କିଛି ରାସ୍ତାକୁ NO PARKING ZONE ଘୋଷଣା

କଟକ: କଟକ ସହରରେ ଦୂର ହେବ ଟ୍ରାଫିକ ସମସ୍ୟା । ସହର ମଧ୍ୟରେ ଯାନବାହନର ସୁରକ୍ଷିତ ଚଳାଚଳ ଓ ପାର୍କିଂ…

13 mins ago

ଚାନ୍ଦବାଲି ପୋଲିସର ବର୍ବରତା: ଥାନା ଆଗରେ ମହିଳାଙ୍କୁ ନିର୍ଧୁମ ମାଡ଼

ଚାନ୍ଦବାଲି: ବର୍ବରତାର ସୀମା ଟପିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ପୋଲିସ୍ । ଯାହାର ଭିଜୁଆଲ୍ କ୍ୟାମେରାରେ କଏଦ ହୋଇଥିଲେ ସୁଦ୍ଧା…

39 mins ago

ଜାଣନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

48 mins ago

ଆସନ୍ତାକାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ

କାଲି ଭାରତ-ଇଂଲଣ୍ଡ ଟି୨୦ ବିଶ୍ୱକପ୍ ସେମିଫାଇନାଲ ଲଢ଼େଇ । ୨୦୨୨ ପରାଜୟର ବଦଲା ନେବାକୁ ପ୍ରସ୍ତୁତ ରୋହିତ ବାହିନୀ ।…

1 hour ago