ସ୍ପେଶାଲ

ଏହି ଶିବଲିଙ୍ଗରେ ଚଢ଼ାଯାଏ ଜିଅନ୍ତା କଙ୍କଡ଼ା

ଆଜି ପବିତ୍ର ମହାଶିବରାତ୍ରୀ। ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ଶୈବପୀଠ । ଓମ୍‌ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ । ଆଜିର ଦିନରେ ସବୁ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ସକାଳୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରୁହେ। ଆଜିର ଦିନରେ ପ୍ରତ୍ୟେକ ବୟସର ଲୋକ ଭଗବାନଙ୍କ ନିମିତ୍ତ ବ୍ରତ ରଖିଥାନ୍ତି। ଏହିଦିନ ଜଳ ଚଢ଼ାଇବା ସହ କ୍ଷୀର, ମହୁ, ପଇଡ଼ ପାଣି , ଘିଅ , ଦହି ଆଦି ଶିବଲିଙ୍ଗ ଉପରେ ଚଢ଼ାଯାଏ। ଏହାସହିତ ଶିବଙ୍କ ପ୍ରିୟ ଫୁଲ କେତକୀ କୁ ଆଜିର ଦିନ ରେ କେବଳ ପ୍ରଭୁଙ୍କ ଉପରେ ଚଢ଼ାଯାଏ। ଏହାଦ୍ୱାରା ଭଗବାନଙ୍କ ଆଶିର୍ବାଦ ମିଳିଥାଏ।

ସତୀ ଏବଂ ପାର୍ବତୀଙ୍କ ପତି ଭଗବାନ ଶଙ୍କରଙ୍କୁ ସଦାଶିବଙ୍କ କାରଣରୁ ଶିବ ମଧ୍ୟ କୁହାଯାଇଥାଏ। ସନତାନ ଧର୍ମର ପ୍ରମୁଖ ଆଦି ପଞ୍ଚ ଦେବତାଙ୍କ ମଧ୍ୟରେ ଭଗବାନ ଶଙ୍କରଙ୍କ ସ୍ଥାନ ରହିଛି। ସେହିଭଳି ଶଙ୍କରଙ୍କୁ ଦେବାଧି ଦେବ ମହାଦେବ ମଧ୍ୟ କୁହାଯାଇଥାଏ। ଏଥିସହ ତିନି ଲୋକର ସ୍ୱାମୀ ଭଗବାନ ତ୍ରିଲୋକୀ ନାଥ ଶିବ ଶଙ୍କରଙ୍କ ପୂଜା-ଅର୍ଚ୍ଚନା ପ୍ରତ୍ୟେକ ସ୍ଥାନରେ ବଡ଼ ଧୂମଧାମର ସହ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱରେ ଭଗବାନ ଶଙ୍କରଙ୍କର ଅନେକ ବିଚିତ୍ର ଏବଂ ସ୍ୱତନ୍ତ୍ର ମନ୍ଦିର ରହିଛି, ଯେଉଁଠାରେ ଭଗବାନ ଶଙ୍କର ବିଭିନ୍ନ ରୂପେ ବିଦ୍ୟମାନ। ଧାର୍ମିକ ମାନ୍ୟତା ଅନୁଯାୟୀ ଭଗବାନ ଶିବ ନିଜ ଭକ୍ତଙ୍କ ଦ୍ୱାରା ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଭଗବାନ ଶିବଙ୍କ ଶରଣରେ ଯିଏବି ଆସନ୍ତି ସେ ତାଙ୍କର ସାନିଧ୍ୟ ପ୍ରାପ୍ତ କରିଥାଏ ।

ତେବେ ଭାରତରେ ତ ଏମିତି ସହସ୍ର ମନ୍ଦିର ରହିଛି ଶିବ ଶଙ୍କରଙ୍କର.. କିନ୍ତୁ ତାହା ମଧ୍ୟ ରୁ କିଛିି ମନ୍ଦିର ରହିଛି ଯାହାର ବିଶେଷତା ଜ ।ଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସବୁ ସ୍ଥାନରେ ପ୍ରଭୁଙ୍କ ନିମିତ୍ତ ଭିନ୍ନ ଭିନ୍ନ ପ୍ରକାରର ଫୁଲ ଫଳ ଅର୍ପଣ କରାଯାଏ। ତେବେ କିନ୍ତୁ ଏମିତି କିଛି ଜିନିଷ ସମ୍ପର୍କରେ ଆମେ ଆଜି କହିବୁ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।

ମହାରାଷ୍ଟ୍ରର ଏମିତି ଏକ ଶିବ ମନ୍ଦିର, ଯେଉଁଠି ଭଗବାନଙ୍କ ଉପରେ ଜିଅନ୍ତା କଙ୍କଡା ଚଢ଼ାଯାଏ। ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ ନା? କିନ୍ତୁ ଏହା ସତ। ତେବେ ଏମିତି ଅନ୍ୟ ର୍କେୁଠି ଦେଖିବା ହୁଏତ ସମ୍ଭବ ନୁହେଁ। ତେବେ ଆଜି ଜାଣନ୍ତୁ ଏହି ମନ୍ଦିରର ସମ୍ପର୍କରେ..

ଗୁଜୁରାଟର ସୁରତ ଜିଲ୍ଲାରେ ଥିବା ଭକ୍ତ ଭଗବାନ ଶିବଙ୍କର ପୂଜା କରିବା ପରେ ଏକ ୁପାୟ କରନ୍ତି। ସେମାନେ ଭଗବାନଙ୍କ ଲିଙ୍ଗ ଉପରେ ଜିଅନ୍ତା କଙ୍କଡ଼ା ଛାଡ଼ନ୍ତି। ଗୁଜୁରାଟ ସୁରତରେ ଥିବା ରାମନାଥ ଶିବ ଘେଲା ମନ୍ଦିର। ଏଠାରେ ଭକ୍ତ ଭଗବାନଙ୍କ ଉପରେ କଙ୍କଡ଼ା ଚଢ଼ାନ୍ତି। ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।

ତେବେ ସୂଚନା ଅନୁସାରେ ଭକ୍ତ ମାନେ ନିଜ ପୂଜା କରିବା ପରେ ଭଗବାନଙ୍କ ଉପରେ ଜିଅନ୍ତା କଙ୍କଡ଼ା ଚଢ଼ାନ୍ତି। ଆଉ ପୂଜା ଶେଷ ହେବା ପରେ ଅନୁଷ୍ଠାନ ଦ୍ୱାରା ସମସ୍ତ କଙ୍କଡାକୁ ତାପୀ ନଦୀ ରେ ଛଡ଼ାଯାଏ।

ଏହା କରିବା ପଛରେ ମଧ୍ୟ ଲୋକଙ୍କର ଏକ ବିଶ୍ୱାସ ରହିଛି। ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ ଏଠାରେ ଯଦି କଙ୍କଡ଼ା ଚଢ଼ାଯାଏ ତେବେ କାନ ଜନିତ ସମସ୍ୟା ଦୂର ହୋଇଯାଏ। ତେବେ ଏହି ପୂଜା ବର୍ଷକ ବାର ମାସ ହୋଇନଥାଏ। କେବଳ ଗୋଟିଏ ଥର ହୋଇଥାଏ। ଏମିତି କରିବା ଦ୍ୱାରା ପିଲାଙ୍କ କାନରେ ଯନ୍ତ୍ରଣା କିମ୍ବା କାନ ଜନିତ ସବୁ ସମସ୍ୟା ଦୂର ହୋଇଯାଏ।

D Sonali

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

24 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

28 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

31 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

37 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

49 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

55 mins ago