ଏହି ଶିବଲିଙ୍ଗରେ ଚଢ଼ାଯାଏ ଜିଅନ୍ତା କଙ୍କଡ଼ା
ମହାରାଷ୍ଟ୍ରର ଏମିତି ଏକ ଶିବ ମନ୍ଦିର, ଯେଉଁଠି ଭଗବାନଙ୍କ ଉପରେ ଜିଅନ୍ତା କଙ୍କଡା ଚଢ଼ାଯାଏ। ବର୍ଷକୁ ଥରେ ଏହି ଶିବଲିଙ୍ଗରେ ଭକ୍ତ ଚଢ଼ାନ୍ତି ଜିଅନ୍ତା କଙ୍କଡା।ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ ଏଠାରେ ଯଦି କଙ୍କଡ଼ା ଚଢ଼ାଯାଏ ତେବେ କାନ ଜନିତ ସମସ୍ୟା ଦୂର ହୋଇଯାଏ।
![surat](https://knewsodisha.com/wp-content/uploads/2023/02/zee-news-2.jpg)
ଆଜି ପବିତ୍ର ମହାଶିବରାତ୍ରୀ। ଜାଗର ଯାତ୍ରା ପାଇଁ ଚଳଚଞ୍ଚଳ ଶୈବପୀଠ । ଓମ୍ ନମଃ ଶିବାୟ ଧ୍ୱନିରେ କମ୍ପୁଛି ଶିବାଳୟ । ଆଜିର ଦିନରେ ସବୁ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ଼ ସକାଳୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଲାଗି ରୁହେ। ଆଜିର ଦିନରେ ପ୍ରତ୍ୟେକ ବୟସର ଲୋକ ଭଗବାନଙ୍କ ନିମିତ୍ତ ବ୍ରତ ରଖିଥାନ୍ତି। ଏହିଦିନ ଜଳ ଚଢ଼ାଇବା ସହ କ୍ଷୀର, ମହୁ, ପଇଡ଼ ପାଣି , ଘିଅ , ଦହି ଆଦି ଶିବଲିଙ୍ଗ ଉପରେ ଚଢ଼ାଯାଏ। ଏହାସହିତ ଶିବଙ୍କ ପ୍ରିୟ ଫୁଲ କେତକୀ କୁ ଆଜିର ଦିନ ରେ କେବଳ ପ୍ରଭୁଙ୍କ ଉପରେ ଚଢ଼ାଯାଏ। ଏହାଦ୍ୱାରା ଭଗବାନଙ୍କ ଆଶିର୍ବାଦ ମିଳିଥାଏ।
ସତୀ ଏବଂ ପାର୍ବତୀଙ୍କ ପତି ଭଗବାନ ଶଙ୍କରଙ୍କୁ ସଦାଶିବଙ୍କ କାରଣରୁ ଶିବ ମଧ୍ୟ କୁହାଯାଇଥାଏ। ସନତାନ ଧର୍ମର ପ୍ରମୁଖ ଆଦି ପଞ୍ଚ ଦେବତାଙ୍କ ମଧ୍ୟରେ ଭଗବାନ ଶଙ୍କରଙ୍କ ସ୍ଥାନ ରହିଛି। ସେହିଭଳି ଶଙ୍କରଙ୍କୁ ଦେବାଧି ଦେବ ମହାଦେବ ମଧ୍ୟ କୁହାଯାଇଥାଏ। ଏଥିସହ ତିନି ଲୋକର ସ୍ୱାମୀ ଭଗବାନ ତ୍ରିଲୋକୀ ନାଥ ଶିବ ଶଙ୍କରଙ୍କ ପୂଜା-ଅର୍ଚ୍ଚନା ପ୍ରତ୍ୟେକ ସ୍ଥାନରେ ବଡ଼ ଧୂମଧାମର ସହ ପାଳନ କରାଯାଇଥାଏ। ସମଗ୍ର ବିଶ୍ୱରେ ଭଗବାନ ଶଙ୍କରଙ୍କର ଅନେକ ବିଚିତ୍ର ଏବଂ ସ୍ୱତନ୍ତ୍ର ମନ୍ଦିର ରହିଛି, ଯେଉଁଠାରେ ଭଗବାନ ଶଙ୍କର ବିଭିନ୍ନ ରୂପେ ବିଦ୍ୟମାନ। ଧାର୍ମିକ ମାନ୍ୟତା ଅନୁଯାୟୀ ଭଗବାନ ଶିବ ନିଜ ଭକ୍ତଙ୍କ ଦ୍ୱାରା ଖୁବ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ଭଗବାନ ଶିବଙ୍କ ଶରଣରେ ଯିଏବି ଆସନ୍ତି ସେ ତାଙ୍କର ସାନିଧ୍ୟ ପ୍ରାପ୍ତ କରିଥାଏ ।
ତେବେ ଭାରତରେ ତ ଏମିତି ସହସ୍ର ମନ୍ଦିର ରହିଛି ଶିବ ଶଙ୍କରଙ୍କର.. କିନ୍ତୁ ତାହା ମଧ୍ୟ ରୁ କିଛିି ମନ୍ଦିର ରହିଛି ଯାହାର ବିଶେଷତା ଜ ।ଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ସବୁ ସ୍ଥାନରେ ପ୍ରଭୁଙ୍କ ନିମିତ୍ତ ଭିନ୍ନ ଭିନ୍ନ ପ୍ରକାରର ଫୁଲ ଫଳ ଅର୍ପଣ କରାଯାଏ। ତେବେ କିନ୍ତୁ ଏମିତି କିଛି ଜିନିଷ ସମ୍ପର୍କରେ ଆମେ ଆଜି କହିବୁ ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ମହାରାଷ୍ଟ୍ରର ଏମିତି ଏକ ଶିବ ମନ୍ଦିର, ଯେଉଁଠି ଭଗବାନଙ୍କ ଉପରେ ଜିଅନ୍ତା କଙ୍କଡା ଚଢ଼ାଯାଏ। ଶୁଣିକି ଆଶ୍ଚର୍ଯ୍ୟ ହୋଇଗଲେ ନା? କିନ୍ତୁ ଏହା ସତ। ତେବେ ଏମିତି ଅନ୍ୟ ର୍କେୁଠି ଦେଖିବା ହୁଏତ ସମ୍ଭବ ନୁହେଁ। ତେବେ ଆଜି ଜାଣନ୍ତୁ ଏହି ମନ୍ଦିରର ସମ୍ପର୍କରେ..
ଗୁଜୁରାଟର ସୁରତ ଜିଲ୍ଲାରେ ଥିବା ଭକ୍ତ ଭଗବାନ ଶିବଙ୍କର ପୂଜା କରିବା ପରେ ଏକ ୁପାୟ କରନ୍ତି। ସେମାନେ ଭଗବାନଙ୍କ ଲିଙ୍ଗ ଉପରେ ଜିଅନ୍ତା କଙ୍କଡ଼ା ଛାଡ଼ନ୍ତି। ଗୁଜୁରାଟ ସୁରତରେ ଥିବା ରାମନାଥ ଶିବ ଘେଲା ମନ୍ଦିର। ଏଠାରେ ଭକ୍ତ ଭଗବାନଙ୍କ ଉପରେ କଙ୍କଡ଼ା ଚଢ଼ାନ୍ତି। ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ତେବେ ସୂଚନା ଅନୁସାରେ ଭକ୍ତ ମାନେ ନିଜ ପୂଜା କରିବା ପରେ ଭଗବାନଙ୍କ ଉପରେ ଜିଅନ୍ତା କଙ୍କଡ଼ା ଚଢ଼ାନ୍ତି। ଆଉ ପୂଜା ଶେଷ ହେବା ପରେ ଅନୁଷ୍ଠାନ ଦ୍ୱାରା ସମସ୍ତ କଙ୍କଡାକୁ ତାପୀ ନଦୀ ରେ ଛଡ଼ାଯାଏ।
ଏହା କରିବା ପଛରେ ମଧ୍ୟ ଲୋକଙ୍କର ଏକ ବିଶ୍ୱାସ ରହିଛି। ଶ୍ରଦ୍ଧାଳୁଙ୍କ କହିବା ଅନୁସାରେ ଏଠାରେ ଯଦି କଙ୍କଡ଼ା ଚଢ଼ାଯାଏ ତେବେ କାନ ଜନିତ ସମସ୍ୟା ଦୂର ହୋଇଯାଏ। ତେବେ ଏହି ପୂଜା ବର୍ଷକ ବାର ମାସ ହୋଇନଥାଏ। କେବଳ ଗୋଟିଏ ଥର ହୋଇଥାଏ। ଏମିତି କରିବା ଦ୍ୱାରା ପିଲାଙ୍କ କାନରେ ଯନ୍ତ୍ରଣା କିମ୍ବା କାନ ଜନିତ ସବୁ ସମସ୍ୟା ଦୂର ହୋଇଯାଏ।