ଡେଲିଭରୀ ପରେ କାହିଁକି ବଢ଼ିଥାଏ ମହିଳାଙ୍କ ପେଟର ଆକାର, ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ କଣ କରିବେ ଜାଣନ୍ତୁ

ଡେଲିଭରୀ ପରେ ପ୍ରାୟ ମହିଳାଙ୍କର ପେଟ ଆକାର ବଢ଼ିରହିଥାଏ। ସିଜେରିଆନ ଡେଲିଭରୀରେ ଏହି କେସ୍ ଅଧିକ ଦେଖିବାକୁ ମିଳିଥାଏ। ସିଜେରିଆନ୍ କେସରେ ପ୍ରାୟ ୮୦ ପ୍ରତିଶତ ମହିଳାଙ୍କା ଓଜନ ବଢ଼ିବାର ଆଶଙ୍କା ରହିଥାଏ। ଏକ୍ସପର୍ଟ ମାନେ କୁହନ୍ତି ଯେ ସିଜେରିଆନ ଡେଲିଭରୀ ପରେ ପେଟ ବଢ଼ିବାର ଅନେକ କାରଣ ରହିଛି। ଷ୍ଟ୍ରେସ୍ ହେଉଛି ଏହାର ଗୋଟିଏ କାରଣ। ଗର୍ଭାବସ୍ଥାରେ ଅନେକ ମହିଳଳା ବହୁତ ଚିନ୍ତା କରନ୍ତି ଷ୍ଟେସରେ ରୁହନ୍ତି। ଏକ୍ସପର୍ଟଙ୍କ କହିବାନୁଯାୟୀ ଷ୍ଟ୍ରେସର ମୁଖ୍ୟ କାରଣ ଶରୀରର ହର୍ମୋନାଲ ଇମବାଲାନ୍ସ ହୋଇଥାଏ ଯାହା ଶରୀରର ଅନେକ ଅନେକ ସ୍ଥାନରେ ଅଧିକ ଫ୍ଲୁଇଡସ୍ ବନାଇଥାଏ। ଏହି କାରଣରୁ ମୋଟାପଣ ଏବଂ ପେଟର ସାଇଜ୍ ବଢ଼ିଥାଏ। ସେହିପରି ଭୁଲ ଖାଦ୍ୟପେୟ ମଧ୍ୟ ମୋଟାପଣ ବଢ଼ାଇବାର କାମ କରିଥାଏ। ସିଜେରିଆନ ପରେ ନିଜକୁ ଆରାମ ଏବଂ ଚିନ୍ତା ମୁକ୍ତ କରିବା ପାଇଁ ମହିଳାମାନେ ନିଜ ମନପସନ୍ଦର ଖାଦ୍ୟ ଖାଇବା ଆରମ୍ଭ କରିଦିଅନ୍ତି, ଯାହା ପରେ କ୍ୟାଲୋରୀ ଭାବରେ ଜମା ହୋଇ ପେଟର ଆକାରକୁ ବଢ଼ାଇଥାଏ। ଏମିତି ପରିସ୍ଥିରେ ଆପଣ ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ। ଆସନ୍ତୁ ଜାଣିବା ତାହା ବିଷୟରେ।

petaସ୍ତନପାନ

ଏକ୍ସପର୍ଟମାନେ ଜଣାଇଛନ୍ତି ଯେ ସ୍ତନପାନ କରାଇବା ଦ୍ୱାରା ମହିଳାଙକ ଓଜନ କମିଥାଏ ଏବଂ ତାଙ୍କର ପେଟ କମିଥାଏ। ରିପୋର୍ଟ ଅନୁଯାୟୀ ପ୍ରାୟ ସ୍ତନପାନ କରାଇବା ଦ୍ୱାରା ବର୍ଣ୍ଣ ହୋଇଥାଏ।

ଏହାସହ ପଢନ୍ତୁ : ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଗର୍ଭରେ ପୁଅ ଅଛି ନା ଝିଅ !

ଉଚିତ ଖାଦ୍ୟ ବାଛନ୍ତୁ

womenଅନେକ ଲୋକ ଏହା ଭାବନ୍ତି ଯେ ଗର୍ଭବତୀ ମହିଳାଙ୍କୁ ଅଧିକ ଖାଇବା ଜରୁରୀ କାରଣ ସ୍ତନପାନ ଜରିଆରେ ଶିଶୁ ପାଖକୁ ଖାଦ୍ୟ ପହଁଚିଥାଏ। କିନ୍ତୁ ଏପରି ଆଦୌ କରିବା ଉଚିତ ନୁହେଁ ଗର୍ଭାବସ୍ଥା ସମୟରେ କିମ୍ବା ତାପରେ ସିଜେରିଆନ ଡେଲିଭରୀ ପରେ ମହିଳାଙ୍କୁ ପ୍ରାୟ ଅଧିକ କ୍ୟାଲୋରୀର ଆବଶ୍ୟକ ପଡିଥାଏ। ଏମିତିରେ ଅଧିକ ମାତ୍ରାରେ ଖାଦ୍ୟ ନେବାର ଆବଶ୍ୟକତା ନାହିଁ। ସେହିପରି ଆପଣ ଯେଉଁ ଖାଦ୍ୟ ଖାଉଛନ୍ତି ତାହା ଲୋ ଫ୍ୟାଟର ହେଲେ ତାହା ଓଜନ କମ୍ କରିବାରେ ସାହାଯ୍ୟ କରିବ।

ନିଶ୍ଚିତ ପଢନ୍ତୁ : ଗର୍ଭାବସ୍ଥାର ଆଠ ମାସରେ ଏହି ସାବଧାନତା ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରି !

ଏକ୍ସରସାଇଜ୍ କରନ୍ତୁ

ଡେଲିଭରୀ ପରେ ଆପଣଙ୍କୁ ଓଜନ କମ୍ କରିବା ପାଇଁ ଏକ୍ସରସାଇଜ୍ କରିବା ବହୁତ ଜରୁରୀ। ଏଥିପାଇଁ ଚାଲିବା ଏକ ବହୁତ ଭଲ ଉପାୟ। ଚାଲିବା ଦ୍ୱାରା ବଢ଼ିଥିବା କ୍ୟାଲୋରୀକୁ କମ୍ କରାଯାଇହେବ।। ସେହିପରି ସାଇକେଲିଂ ମେସିନ କିମ୍ପା ସ୍ୱିମିଂ ଦ୍ୱାରା ମଧ୍ୟ ଓଜନକୁ ନିୟନ୍ତ୍ରଣରେ ରଖିହେବ। କିନ୍ତୁ ଆପଣ ଏହା ଧ୍ୟାନ ରଖିବେ ଯେ ସିଜେରିଆନ ହେବାର କିଛି ଦିନ ପରେ ଏକ୍ସରସାଇଜ୍ କରିବା ଆରମ୍ଭ କରିଦିଅନ୍ତୁ।