ଆନ୍ଧ୍ର ତେଲେଙ୍ଗାନା ବିଭାଜନ ବେଳେ ଆନ୍ଧ୍ର ପ୍ରାଥମିକତା ଦିଆଗଲା, ସବୁ ସର୍ତ୍ତ ପୁରଣ କରୁଥିଲେ ବି ଓଡ଼ିଶାକୁ ଅବହେଳା କାହିଁକି? : ଶଶୀ ଭୂଷଣ

ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବୟାନ ପରେ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରାଙ୍କ ପ୍ରତିକ୍ରିୟା। ଓଡ଼ିଶାର ଏହା ଦୀର୍ଘ ଦିନର ଦାବି ।

ଭୁବନେଶ୍ବର(କେନ୍ୟୁଜ୍):  ଜୋର ଧରିଲା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ରାଜନୀତି। ସ୍ବତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ବୟାନ ପରେ ବିଜେଡି ବିଧାୟକ ଶଶୀ ଭୂଷଣ ବେହେରାଙ୍କ ପ୍ରତିକ୍ରିୟା। ଓଡ଼ିଶାର ଏହା ଦୀର୍ଘ ଦିନର ଦାବି । ସ୍ଵତନ୍ତ୍ର ପାହ୍ୟା ଦାବି କେନ୍ଦ୍ର ସରକାରଙ୍କ ପାଖରେ ଥିବା ବେଳେ ଆନ୍ଧ୍ର ତେଲେଙ୍ଗାନା ବିଭାଜନ ବେଳେ ପ୍ରାଥମିକତା ଦିଆଗଲା। କିନ୍ତୁ ଓଡ଼ିଶା ସବୁ ସର୍ତ୍ତ ପୁରଣ କରୁଥିଲେ ବି ଅବହେଳା କରାଯାଉଛି।

ଉତ୍ତର ପୂର୍ବ ରାଜ୍ୟ ଗୁଡ଼ିକୁ ଫୋକସ ଷ୍ଟେଟ ମାନ୍ୟତା ମିଳୁଥିଲେ ବି ଓଡ଼ିଶା ପ୍ରତି ଅଲଗା ମନୋଭାବ ଦେଖାଯାଉଛି। ଲଗାତାର ପ୍ରତ୍ୟାଖ୍ୟାନ କରିବା ଓଡ଼ିଶାର ଅର୍ଥନୈତି ବିକାଶ ପ୍ରତି ଧକା। ଡବଲ ଇଞ୍ଜିନ ସରକାର ନଥିବାରୁ କାରଣ ଓଡ଼ିଶାକୁ ଅବହେଳା ହୋଇପାରେ। କେନ୍ଦ୍ରର ଏଭଳି ମନୋଭାବକୁ ଓଡ଼ିଶା ଲୋକ ଗ୍ରହଣ କରିବେନି। ପ୍ରତିବାଦ ଜାରି ରହିବ।