ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟ : ପ୍ରଥମ ଇନିଂସରେ ଗୋଟିଏ ରନ୍‌ ପଛରେ ରହିଲା ଭାରତ, ଲାୟନ୍‌ଙ୍କୁ ୫ ଓ୍ଵିକେଟ୍‌

ଭାରତ-ଅଷ୍ଟ୍ରେଲିଆ ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ୨୬୨ ରନରେ ସୀମିତ ରହିଲା ଭାରତ । ୨୬୨ ରନରେ ସମସ୍ତ ଓ୍ଵିକେଟ ହରାଇଛି ଭାରତ । ଅକ୍ଷର ପଟେଲଙ୍କ ୭୪ ରନ ସତ୍ତ୍ୱେ ଭାରତ ଅଲଆଉଟ୍‌ ହୋଇଛି ।

ନୂଆଦିଲ୍ଲୀ : ଦ୍ୱିତୀୟ ଟେଷ୍ଟର ପ୍ରଥମ ପାଳିରେ କଙ୍ଗାରକୁ ଟକ୍କର ଦେଲା ସିନା ହେଲେ ସ୍କୋର୍‌ରେ ଗୋଟିଏ ରନ୍‌ ପଛରେ ରହିଗଲା ଘରୋଇ ଭାରତୀୟ ଦଳ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନର ଖେଳ ଶେଷ ହୋଇଛି । ଭାରତ ପ୍ରଥମ ଇନିଂସରେ ୨୬୨ ରନରେ ଅଲଆଉଟ ହୋଇଛି । କମାଲ କରିଛନ୍ତି କଙ୍ଗାରୁ ଦଳର ବୋଲର ନାଥନ୍‌ ଲଏନ୍‌। ସେ ସର୍ବାଧିକ ୫ଟି ଓ୍ଵିକେଟ ନେଇଛନ୍ତି । ପୂର୍ବରୁ ଅଷ୍ଟେଲିଆ ୨୬୩ ରନ୍‌ କରିଥିଲା ।
ଭାରତକୁ ଆଉଟ୍‌ କରିବା ପରେ ଅଷ୍ଟ୍ରେଲିଆ ତାର ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରି ଗୋଟିଏ ଓ୍ଵିକେଟ୍‌ରେ ୬୧ ରନ୍‌ କରିଛି । ଟ୍ରାଭିସ୍‌ ହେଡ୍‌ ୩୯ ଏବଂ ଲାବୁସେନ୍‌ ୧୬ ରନ୍‌ କରି ଅପରାଜିତ ଅଛନ୍ତି ।

ଭାରତ ପ୍ରଥମ ଇନିଂସ୍‌ରେ ପ୍ରମୁଖ ବ୍ୟାଟର ସବୁ ଷଫଲ୍‌ ମାରିଥିଲେ । ପୂର୍ବତନ ଅଧିନାୟକ ବିରାଟ କୋହଲି ୪୪ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଅଶ୍ୱିନୀ ୩୭ ରନ, ରୋହିତ ଶର୍ମା ୩୨, ରବୀନ୍ଦ୍ର ଜାଡେଜା ୨୬, କେଏଲ ରାହୁଲ ୧୭ ରନ୍ କରି ଆଉଟ୍ ହୋଇଥିଲେ । ଆଉ ଅନ୍ୟ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନଥିଲେ । ତେବେ ସମସ୍ତଙ୍କୁ ଚମକାଇ ଅକ୍ଷର ପଟେଲ ସର୍ବାଧିକ ୭୨ ରନ୍‌ ସଂଗ୍ରହ କରିଥିଲେ । ଯାହାଫଳରେ ଭାରତୀୟ ଦଳ୨୬୨ ରନରେ ପହଞ୍ଚି ପାରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଏଏନ୍‌ଙ୍କ ବାଦ୍‌ ମାଥ୍ୟୁ କୁହ୍ନେମ୍ୟାନ ଓ ଟଡ୍ ମର୍ଫି ୨ଟି ଲେଖାଏଁ ଓ୍ଵିକେଟ ଏବଂ ପ୍ୟାଟ୍ କ୍ୟୁମିନସ୍ ଗୋଟିଏ ଓ୍ଵିକେଟ ନେଇଛନ୍ତି ।

ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୨୬୩ ରନରେ ଅଲଆଉଟ୍ ହୋଇଥିଲା । ଉସମାନ ଖ୍ୱାଜା ୮୧ ରନର ଇନିଂସ ଖେଳିଥିବା ବେଳେ ପିଟର ହ୍ୟାଣ୍ଡସ୍କମ୍ବ ଶେଷ ଯାଏ ଲଢ଼େଇ କରିବା ସହ ଅପରାଜିତ ୭୨ ରନର ଇନିଂସ ଖେଳିଥିଲେ । ଭାରତ ପକ୍ଷରୁ ଦ୍ରୁତ ବୋଲର ମହମ୍ମଦ ଶାମି ୪ଟି ୱିକେଟ ନେଇଥିଲେ । ରବୀନ୍ଦ୍ର ଜାଡେଜା ଓ ରବିଚନ୍ଦ୍ର ଅଶ୍ୱିନ ମଧ୍ୟ ୩ଟି ଲେଖାଏ ସଫଳତା ପାଇଥିଲେ । ଅଷ୍ଟ୍ରେଲିଆ ଅଲଆଉଟ ହେବା ପରେ ଭାରତ ପ୍ରଥମ ଇନିଂସ ଆରମ୍ଭ କରିଥିଲା । ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ବିନା ୱିକେଟରେ ୨୧ ରନ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.