କଣ୍ଟାକ୍ଟ ଲେନ୍ସ ଲଗାଇ ଶୋଇପଡିଥିଲେ ଯୁବକ, ସକାଳୁ ଉଠି ଦେଖିଲେ ତ ସବୁଥିଲା ଅନ୍ଧାର

ସୋସିଆଲ ମିଡିଆରେ ପ୍ରାୟ ପ୍ରତ୍ୟେକ ଦିନ ଦେଶ ଏବଂ ଦୁନିଆର ଖବର ସାମ୍ନାକୁ ଆସେ । କିନ୍ତୁ ଏହି ଖବର ମଧ୍ୟରୁ ବହୁତ ଏପରି ଖବର ରହିଛି, ଯାହା ବିଷୟରେ ଜାଣିଲେ ଆପଣଙ୍କର ଆଶ୍ଚର୍ଯ୍ୟର ସୀମା ରହେନାହିଁ ।

ସୋସିଆଲ ମିଡିଆରେ ପ୍ରାୟ ପ୍ରତ୍ୟେକ ଦିନ ଦେଶ ଏବଂ ଦୁନିଆର ଖବର ସାମ୍ନାକୁ ଆସେ । କିନ୍ତୁ ଏହି ଖବର ମଧ୍ୟରୁ ବହୁତ ଏପରି ଖବର ରହିଛି, ଯାହା ବିଷୟରେ ଜାଣିଲେ ଆପଣଙ୍କର ଆଶ୍ଚର୍ଯ୍ୟର ସୀମା ରହେନାହିଁ । ଆମେରିକାର ଫ୍ଲୋରିଡାରେ ଜଣେ ଯୁବକଙ୍କ ସହିତ ଏପରି ଅଜବ ଘଟଣା ଘଟିଛି, ଯାହା ବିଷୟରେ ଜାଣିଲେ ଆପଣଙ୍କର ଆଶ୍ଚର୍ଯ୍ୟର ସିମା ରହିବନାହିଁ । ଏହି ଯୁବକ ଜଣକ ରାତିରେ ନିଜର କଣ୍ଟାକ୍ଟ ଲେନ୍ସକୁ ନ ବାହାର କରି ସେମିତି ଶୋଇ ପଡିଥିଲେ । ଆଉ ସକାଳୁ ଉଠିକି ଦେଖିଲେ ତ ତାଙ୍କ ଆଖି ସାମ୍ନାରେ ଅନ୍ଧେରା ଛାଇଗଲା । ଆଉ ଏହା ଦେଖି ତାଙ୍କ ପାଦତଳୁ ମାଟି ଖସିଗଲା ।

ଯୁବକଙ୍କ ନାମ ହେଉଛି ମାଇକ କ୍ରୁମହୋଲ୍ଜ । ଯିଏ ଆମେରିକାର ଫ୍ଲୋରିଡାର ବାସିନ୍ଦା । ତାଙ୍କ କହିବା କଥା ଯେ ସେ ୭ ବର୍ଷ ହେଲା କଣ୍ଟାକ୍ଟ ଲେନ୍ସ ବ୍ୟବହାର କରୁଛନ୍ତି । କିନ୍ତୁ ଭୁଲ ବଶତଃ ସେ ରାତିରେ ଲେନ୍ସକୁ ପିନ୍ଧି ଶୋଇ ଯାଇଥିଲେ । ଯାହାର ପରିଣାମ ଏତେ ଭୟଙ୍କର ହେଲା ଯେ ଯାହାର ସେ କେବେ କଳ୍ପନା ବି କରିନଥିବେ ।

ଲେନ୍ସ କାଢ଼ି ନଥିବା କାରଣରୁ ଆଖି ରେଡ ପଡିଯିବା କିମ୍ବା ବିଭିନ୍ନ ଆଲର୍ଜି ହେବା ସାଧାରଣ କଥା । ଯଦିଓ ମାସେ ପରେ ଯାହା ହେଲା ତାଙ୍କ ପାଦ ତଳୁ ମାଟି ଖସିଗଲା । ସାରାଦିନର ବ୍ୟସ୍ତତା ପରେ ସେ ଲେନ୍ସ କାଢ଼ିବାକୁ ଏକଦମ୍‌ ଭୁଲି ଯାଇଥିଲେ ଆଉ ସେମିତି ଶୋଇଯାଇଥିଲେ । ଉଠିବା ପରେ ତାଙ୍କ ଡାହାଣ ଆଖିରେ କିଛି ସମସ୍ୟା ଦେଖାଦେଲା । ଡାକ୍ତର କହିଲେ ଯେ ତାଙ୍କ ଡାହାଣ ଆଖିରେ ଏକ ପ୍ରକାରର ପାରାସାଇଟ ସୃଷ୍ଟି ହୋଇଛି, ଯାହା ଆଖିର ମାଂସକୁ ଖାଇଥାନ୍ତି । ଯାହାକୁ ‘ଆସେନ୍ଥାମୋଏବା କେରାଟାଇଟିସ୍‌ କୁହାଯାଏ ।

ରାତି ସାରା ଲେନ୍ସ ପିନ୍ଧି ରହିବା କାରଣରୁ ତାଙ୍କ ଡାହାଣ ଆଖିରେ ଏକ ଖାସ ପ୍ରକାରର ପାରାସାଇଟ ସୃଷ୍ଟି ହୋଇଥିଲା । ଯେଉଁ କାରଣରୁ ଯୁବକଙ୍କ ଦୃଷ୍ଟି ଶକ୍ତି ଚାଲିଗଲା । ଏସବୁ ବିଷୟରେ ଯୁବକ ନିଜେ ପୋଷ୍ଟ ଦ୍ୱାରା ଜଣାଇଛନ୍ତି । ଆଉ ଲୋକଙ୍କୁ ସଚେତନ କରାଇଛନ୍ତି । ତେବେ ସେ ଲେଖିଛନ୍ତି ଯେ ତାଙ୍କର ଏକ ଆଖି ଅପରେସନ୍‌ ହେଲା ତ ସତ କିନ୍ତୁ ଏବେ ପର୍ଯ୍ୟନ୍ତ ତାଙ୍କର ଡାହାଣ ଆଖିର ରଶ୍ମି ଆସିନାହିଁ ଏବଂ ସେ ଘରୁ ବାହାରକୁ ବି ବାହାରୁପାରୁନାହାଁନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.