ବିଜେଡିର ୬ ବିଧାନ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲେ ସଭାପତି ନବୀନ ପଟ୍ଟନାୟକ

ଘୋଷଣା ହେଲା ବିଜେଡିର ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବିଜେଡିର ୬ ବିଧାନସଭା ଆସନ ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ପ୍ରାର୍ଥୀ ଘୋଷଣା କରିଛିନ୍ତି ।

ଭୁବନେଶ୍ୱର : ଘୋଷଣା ହେଲା ବିଜେଡିର ୭ମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ବିଜେଡିର ୬ ବିଧାନସଭା ଆସନ ପାଇଁ  ପ୍ରାର୍ଥୀ ଘୋଷଣା କରିଛିନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ।  ହିନ୍ଦୋଳରୁ ମହେଶ ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିଥିବା ବେଳେ ରଘୁନାଥ ପାଲି – ଅର୍ଚ୍ଚନା ରେଖା ବେହେରା, ବାଲିକୁଦା ଏରସମା-ସାରଦା ପ୍ରଶନ୍ନ ଜେନା, କାକଟପୁର – ତୁଷାର କାନ୍ତି ବେହେରା, ବାଙ୍ଗିରି ପୋସି – ରଞ୍ଜିତ ମାରାଣ୍ଡି ଓ ବରିରୁ ଦଳ ବିଶ୍ଵ ରଞ୍ଜନ ମଲ୍ଲିକଙ୍କୁ ପ୍ରାର୍ଥୀ ଭାବେ ନାମ ଘୋଷଣା କରିଛି  ବିଜେଡି। ଏଥିରେ ୬ ଜଣଙ୍କ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡି ୫ ନୂଆ ମୁହଁ ଦେଇଛି । କେବଳ ତୁଷାରକାନ୍ତି ବେହେରାଙ୍କୁ ଦଳ ରିପିଟ କରିଥିବା ବେଳେ ସାଂସଦ ଥିବା ମହେଶ ସାହୁଙ୍କୁ ଦଳ ବିଧାୟକ ପ୍ରାର୍ଥୀ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.