ଆଜି ଯଦି ଆପଣମାନେ ପୋଲିସ୍ ଡିଜି ଅଭୟଙ୍କ କଥା ଶୁଣିଥିବେ ତେବେ ଜାଣି ପାରୁଥିବେ ଯେ ଅମାନିଆଙ୍କ ଠାରୁ ପୋଲିସ୍ ୧୫ କୋଟି ଟଙ୍କାର ଫାଇନ୍ ଆଦାୟ କରି ସାରିଲାଣି । ଆମେ ଅର୍ଥଦଣ୍ଡ ଭୋଗିବାକୁ ରାଜି ଅଛୁ କିନ୍ତୁ ଆଇନ୍କୁ ମାନିବାକୁ ରାଜି ନୋହୁଁ । ଯେମିତି ଅମାନିଆମାନେ ଏଭଳି କିଛି ବାର୍ତ୍ତା ଦେଉଛନ୍ତି ।
କୋଭିଡ୍ କଟକଣା କରିଛନ୍ତି ସରକାର ରାଜ୍ୟବାସୀଙ୍କ ଜୀବନ ବଞ୍ଚାଇବା ପାଇଁ । ହେଲେ ଦେଖିବାକୁ ଗଲେ ପରୋକ୍ଷରେ ଏହି କଟକଣା ଯୋଗୁଁ ଭଲ ରାଜସ୍ୱ ଆୟ ହେଉଛି । ତେଣୁ ଆମେ କହି ପାରିବା ରାଜସ୍ୱ ଆଦାୟରେ ଆମର ଏହି ଅମାନିଆଙ୍କ ଯୋଗଦାନ ଅନେକ । ଏବେ ତ ୧୪ ଦିନିଆ ଲକଡାଉନ୍ ଆରମ୍ଭ ହୋଇଛି । ମାତ୍ର ଦୁଇ ଦିନ ଯାଇଛି । ଆଗକୁ ଆହୁରି ୧୨ ଦିନ ବାକି ଅଛି । ତେଣୁ ଆଉ କିଛି କୋଟି ଆସିଯିବ ସରକାରଙ୍କ ତହବିଲକୁ । ଏଇ କରୋନା କାଳରେ ସରକାର ଅନେକ ଖର୍ଚ୍ଚ କରୁଛନ୍ତି । ତେଣୁ ତାଙ୍କୁ ସହଯୋଗ ମିଳିବ ଅମାନିଆଙ୍କ ଠାରୁ । । ଲୋକେ ଘରେ ରହି ସୁରକ୍ଷିତ ରହିଲେ କଣ ରାଜ୍ୟ ସରକାରଙ୍କୁ ରାଜସ୍ୱ ମିଳିବ ? ତେଣୁ ଆମ ଅମାନିଆମାନେ ଅନ୍ତତଃ କଥାଟିକୁ ଠିକ୍ ବୁଝିଛନ୍ତି । ପ୍ରାଣ ପଛେ ଯାଉ ଆମେ ଫାଇନ୍ ଦେଇ ରାଜ୍ୟର ବିକାଶ ଦିଗରେ କାମ କରୁ ।
ଏବେ ଯାହା ଦେଖା ଯାଉଛି ପୋଲିସ୍ ବହୁତ ଭଲ ରାସ୍ତା ଧରିଛି । କାହାକୁ ଲାଠି ଉଠାଇବା ଦରକାର ନାହିଁ କି ଯୁକ୍ତିତର୍କ କିମ୍ବା ଝଗଡ଼ା କରିବା ଦରକାର ନାହିଁ । ସିଧା ଚାଲାଣ କାଟ, ଫାଇନ୍ ଆପେ ଆପେ ଆସିଯିବ । … ଯଦି ପୋଲିସ୍ ଡିଜିଙ୍କ କଥା ଏଇ ଅମାନିଆ ଭାଇଙ୍କ କାନରେ ପଡୁଛି ତେବେ ଟିକେ ସୁଧୁରି ଯାଆନ୍ତୁ । ନହେଲେ ନିଜ ପକେଟ୍କୁ ହାଲକା କରିବାର ଅନ୍ୟ ବାଟ ବି ଅଛି । ସିଧା ସଳଖ ରାଜ୍ୟ ସରକାରଙ୍କୁ ରାଜସ୍ୱ ନଦେଇ ଏବେ ଲକ୍ଡାଉନ୍ରେ ହନ୍ତସନ୍ତ ହେଉଥିବା ଗରିବ ଗୁରୁବାଙ୍କୁ କିଛି ଦାନ କରନ୍ତୁ, ଧର୍ମ ହେବ ।
ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…
ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…
ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…
ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…
ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…
ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…