ସ୍ପେଶାଲ

ଝାଡ଼ୁରେ ଗୋଡ଼ ବାଜିଗଲେ ତୁରନ୍ତ କରନ୍ତୁ ଏହି କାମ, ନଚେତ୍‌ ଅସନ୍ତୁଷ୍ଟ ହେବେ ମହାଲକ୍ଷ୍ମୀ

ସାଧାରଣତଃ ସଫେଇ ପାଇଁ ଝାଡ଼ୁ ବ୍ୟବହାର କରାଯାଏ। ହିନ୍ଦୁ ଧର୍ମରେ ଝାଡ଼ୁକୁ ମା’ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ଧରାଯାଏ। ଏଣୁ ଝାଡ଼ୁ ସହ ଜଡ଼ିତ କେତେକ ଏଭଳି ମାନ୍ୟତା ରହିଛି, ଯାହା ଆପଣଙ୍କୁ ଧନୀ କରିପାରେ। ଝାଡ଼ୁ ସହ ଜଡ଼ିତ ଏସବୁ ନିୟମକୁ ଯଦି ଆପଣ ନ ମାନନ୍ତି ତେବେ ଗରିବ ହେବା ସହ ଦରିଦ୍ରତାର ସମ୍ମୁଖୀନ ହୋଇପାରନ୍ତି। ବାସ୍ତୁ ଅନୁସାରେ, ଝାଡ଼ୁର ନିୟମକୁ ଅଣଦେଖା କରିବା ମଧ୍ୟ ମହଙ୍ଗା ପଡ଼ିପାରେ। ଖାସ୍‌ କରି ଝାଡ଼ୁରେ ଯଦି ଗୋଡ଼ ବାଜୁଛି ତେବେ ସତର୍କ ରୁହନ୍ତୁ।

ଝାଡ଼ୁରେ ଗୋଡ଼ ମାରନ୍ତୁ ନାହିଁ:

ବାସ୍ତୁ ଅନୁସାରେ, ଝାଡ଼ୁରେ ଗୋଡ଼ ବାଜିବା ମା’ ଲକ୍ଷ୍ମୀଙ୍କ ଅପମାନ କରିବା ସହ ସମାନ। ଏହି କାରଣରୁ ଆପଣଙ୍କୁ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିପାରେ। ଯଦି ଭୁଲରେ ବି ଝାଡ଼ୁରେ ଗୋଡ଼ ବାଜିଯାଏ, ତେବେ ତୁରନ୍ତୁ ହାତ ମାରି ବିଷ୍ଣୁ କରନ୍ତୁ ଓ ମା’ ଲକ୍ଷ୍ମୀଙ୍କୁ କ୍ଷମା ମାଗନ୍ତୁ।

Image Credit: Wiki

ଝାଡ଼ୁ ସହ ଜଡ଼ିତ ନିୟମ:

  • ଝାଡ଼ୁକୁ କେବେ ବି ଠିଆ କରି ରଖନ୍ତୁ ନାହିଁ। ସବୁବେଳେ ଝାଡ଼ୁକୁ ତଳେ ଶୁଆଇ ରଖନ୍ତୁ। ସିଧା କରି ଝାଡ଼ୁକୁ ରଖିବା ଅଶୁଭ ହୋଇଥାଏ। ଏହି କାରଣରୁ ଆପଣ ଅସୁବିଧାରେ ପଡ଼ିପାରନ୍ତି।
  • ଘରେ କେବେ ବି ଭଙ୍ଗା ଝାଡ଼ୁ ବ୍ୟବହାର କରନ୍ତୁ ନାହିଁ। ଯଦି ଝାଡ଼ୁ ଭାଙ୍ଗି ଯାଇଛି କିମ୍ବା ଖରାପ ହୋଇଯାଇଛି, ତେବେ ତାହାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ତେବେ ଧ୍ୟାନ ରଖିବେ ଗୁରୁବାର କିମ୍ବା ଶୁକ୍ରବାର ଝାଡ଼ୁକୁ ବାହାର ଫିଙ୍ଗନ୍ତୁ ନାହିଁ।
  • ବାସ୍ତୁ ଶାସ୍ତ୍ର ଅନୁସାରେ, ଘରେ କେବେ ବି ରାତିରେ ଝାଡ଼ୁ କରନ୍ତୁ ନାହିଁ। ଏହା ଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

Also Read: ପଢ଼ନ୍ତୁ, ଆଜିର ରାଶିଫଳ !

WCW 11

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ ଆଜି ବାହାରକୁ ଯାତ୍ରା କରିବେ ଏବଂ ପରିବାର ସହ ଖୁସିର ସମୟ କାଟିବେ

ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…

1 hour ago

ଚାଇଲ୍ଡ ଲାଇନ କର୍ମଚାଚାରୀଙ୍କ ଉପରେ ଆକ୍ରମଣ ଅଭିଯୋଗ

 ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…

2 hours ago

ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ

 ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…

3 hours ago

ତୁଟିଲା ବିବାଦ, ଆଜି ବାରିପଦା ବସଷ୍ଟାଣ୍ଡରୁ ସ୍ବାଭାବିକ ହେଲା ଘରୋଇ ବସ୍ ଚଳାଚଳ

ମୟୁରଭଞ୍ଜ : ତୁଟିଲା ବିବାଦ ।  ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…

3 hours ago

ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ

କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…

4 hours ago

ଅଜଣା ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡ଼ି ରହିଛି ୩୫ ବର୍ଷୀୟ ପୁଅ

ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…

5 hours ago