କ୍ରୀଡା

କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ବିୟୋଗରେ କ୍ରିକେଟ ଜଗତ ଦେଲା ଶ୍ରଦ୍ଧାଞ୍ଜଳି, ସ୍ୱେହାଗ-ଧଓ୍ଵନ-ରାଇନା କଲେ ଟ୍ଵିଟ୍‌

ଲୋକପ୍ରିୟ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କ ପରଲୋ ୫୮ ବର୍ଷ ବୟସରେ ହୋଇଛି। ରାଜୁ ଶ୍ରୀବାସ୍ତବ ୧୦ ଅଗଷ୍ଟରୁ ହୃଦଘାତର ଶିକାର ହୋଇ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଥିଲେ। ଜିମରେ ଥିବା ବେଳେ ହାର୍ଟ ଆଟାକ ଶିକାର ହୋଇଥିଲେ। ତା’ ପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ୪୨ ଦିନ ପର୍ଯ୍ୟନ୍ତ ହସପିଟାଲରେ ଭେଣ୍ଟିଲେଟରରେ ରହିଥିଲେ। ରାଜୁଙ୍କ ନିଧନରେ ସମସ୍ତ ବଲିଉଡ ଇଣ୍ଡଷ୍ଟ୍ରୀ ସ୍ତବ୍ଧ ହୋଇଯାଇଥିଲା। କେବଳ ବଲିଉଡ ଇଣ୍ଡଷ୍ଟ୍ରୀ ନୁହେଁ କ୍ରିକେଟ ଜଗତରେ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। କ୍ରିକେଟ ଷ୍ଟାର ରାଜୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।

ରାଜୁ ଶ୍ରୀବାସ୍ତବଙ୍କ ନିଧନରେ ଯୁବରାଜ ସିଂ, କୃଣାଲ ପାଣ୍ଡ୍ୟା, ବୀରେନ୍ଦ୍ର ସେହ୍ଵାଗ, ସୁରେଶ ରାଇନା, ଶିଖର ଧଓ୍ଵନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଯୁବରାଜ ଟ୍ଵିଟରରେ ଫଟୋ ସେୟାର କରି ଲେଖିଛନ୍ତି, ଏହା ଦୁଃଖର ବିଷୟ, ଯିଏ ଆମକୁ ଖୁବ୍‌ ହସାଇଥିଲେ, ସେ ଦୁନିଆରୁ ଚାଲିଗଲେ। ଆପଣ ଖୁବଶୀଘ୍ର ଚାଲିଗଲେ ରାଜୁ ଶ୍ରୀବାସ୍ତବ।

କୃଣାଲ ଲେଖିଛନ୍ତି, ‘ଆମ ସମସ୍ତଙ୍କୁ ହସାଉଥିବା ଏବଂ ମୁହଁରେ ଖୁସି ଦେଉଥିବା ରାଜୁଙ୍କୁ ଧନ୍ୟବାଦ। RIP ରାଜୁ ଶ୍ରୀବାସ୍ତବ। ଏମାନଙ୍କ ସହିତ ଶିଖର ଧଓ୍ଵନ, ରାଇନା, ସ୍ୱେହାଗ ଟ୍ଵିଟର ଜରିଆରେ କମେଡିଆନ ରାଜୁ ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ସୂଚନାଯୋଗ୍ୟ, ଅଗଷ୍ଟ ୧୦ ତାରିଖରେ ଦିଲ୍ଲୀରେ ଜିମ୍ ବେଳେ ରାଜୁ ଶ୍ରୀବାସ୍ତବ ହଠାତ୍ ହୃଦଘାତରେ ଶିକାର ହୋଇଥିଲେ। ଏହାପରେ ତାଙ୍କୁ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଏହାପରେ ତାଙ୍କ ବ୍ରେନ୍‌ ଡେମେଜ୍ ହୋଇଯାଇଥିବା ଖବର ଆସିଥିଲା। ପୁଣି ଔଷଧ ଦିଆଯିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିବା ନେଇ ଖବର ଆସିଥିଲା। ରାଜୁ ତାଙ୍କ ଗୋଡ଼ ହଲାଇଥିଲେ ବୋଲି ଖବର ମିଳିଥିଲା। ତେବେ ରାଜୁଙ୍କ ଚିକିତ୍ସାର ସମସ୍ତ ଖର୍ଚ୍ଚ ପ୍ରଧାନମନ୍ତ୍ରୀ ବହନ କରିବେ ବୋଲି ଘୋଷଣା କରିଥିଲେ। ହେଲେ ଡାକ୍ତର, ପରିବାର ଏବଂ ଫ୍ୟାନ୍ସଙ୍କ ଆଶା ଶେଷରେ ମଉଳିଗଲା।

Also Read : ଚାଲିଗଲେ କମେଡିଆନ ରାଜୁ ଶ୍ରୀବାସ୍ତବ, ସମସ୍ତଙ୍କୁ ହସାଉଥିବା ଲୋକ କନ୍ଦାଇ ଦେଇ ଚାଲିଗଲେ

Swagatika

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago