ସ୍ପେଶାଲ

ଆର୍ଥିକ ସମସ୍ୟାରୁ ମିଳିବ ମୁକ୍ତି, ଦୀପାବଳିରେ ନାଗକେସର ଫୁଲରେ କରନ୍ତୁ ଏପରି ଉପାୟ

ଆଉ ୫ ଦିନ ପରେ ପାଳନ ହେବ ଆଲୋକର ପର୍ବ ଦୀପାବଳି। ପ୍ରତିବର୍ଷ କାର୍ତ୍ତିକ ମାସର ଅମାବାସ୍ୟା ତିଥିରେ ଦୀପାବଳି ପର୍ବ ପାଳନ କରାଯାଏ। ଚଳିତ ବର୍ଷ ଦୀପାବଳି ଅକ୍ଟୋବର ୨୪ ରେ ପଡୁଛି। ୨୫ ତାରିଖରେ ସୂର୍ଯ୍ୟୋପରାଗ ହେତୁ ୨୪ ତାରିଖରେ ଦୀପାବଳି ପର୍ବକୁ ପାଳନ କରାଯିବ। ଏହି ଦିନ ଲୋକମାନେ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ବିଧିବିଧାନ ଅନୁଯାୟୀ ପୂଜା କରନ୍ତି। ଏହି ସମୟରେ ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏପରି କିଛି ଉପାୟ ଆପଣାଇବା ଦ୍ୱାରା ଦେବୀ ଲକ୍ଷ୍ମୀ ସର୍ବଦା ଘରେ ରୁହନ୍ତି। ତେବେ କ’ଣ ସେହି ଉପାୟ ଜାଣନ୍ତୁ…

ଆପଣ ନାଗକେସର ଫୁଲ ନିଶ୍ଚିତ ଦେଖିଥିବେ। ଏହା ମନ୍ଦିର ଭଳି ସ୍ଥାନରେ ବେଶି ଦେଖିବାକୁ ମିଳିଥାଏ।ଏହି ଫୁଲ ଦେଖିବାକୁ ବିଭିନ୍ନ ରଙ୍ଗର। କିନ୍ତୁ ଏହାର ପାଖୁଡା ସାପର ଫଣା ଭଳି ହୋଇଥାଏ। ତେବେ ଏହି ଫୁଲରେ ଦୀପାବଳି ଦିନ କିଛି ଉପାୟ କରିବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ।

ଯଦି ଘରେ ପ୍ରତିଦିନ ପାରିବାରିକ କଳହ ଲାଗିଥାଏ । ଏହାକୁ ଶେଷ କରିବା ପାଇଁ ନାଗକେସର ଫୁଲ ସହିତ କିଛି ଉପାୟ କରାଯାଇପାରିବ। ଦୀପାବଳି କିମ୍ବା ଅମାବାସ୍ୟା ଦିନ ନାଗକେସର ଫୁଲକୁ ଘରେ ଲୁଚାଇ ରଖନ୍ତୁ। ଫଳରେ ଆପଣଙ୍କୁ ଏହି ସମସ୍ୟାରୁ ଶୀଘ୍ର ଲାଭ ମିଳିବ।

ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ନାଗକେସର ଫୁଲ ଲାଭଦାୟକ ହୋଇଥାଏ। ଯଦି ଆପଣ ଆର୍ଥିକ ସମସ୍ୟାରେ ବୁଡି ରହିଛନ୍ତି କିମ୍ବା କ୍ୟାରିୟର, ବ୍ୟବସାୟରେ ବାଧା ଆସୁଛି, ତେବେ ଦୀପାବଳି ଦିନ ନାଗକେସର ଫୁଲ ସହ ଜ୍ୟୋତିଷ ଉପାୟ କରିବାର ଭଲ ସୁଯୋଗ । ଏହି ଦିନ ନାଗକେସରର ଉପାୟ କରିବା ଦ୍ୱାରା ଆର୍ଥିକ ସମସ୍ୟା ଶେଷ ହୁଏ।

Photo credit: Amazon.in

ଘରେ ଅନେକ ସମୟରେ ଆର୍ଥିକ ସଙ୍କଟ ଦେଖାଦେଇଥାଏ। ଯାହାକୁ ନେଇ ସବୁବେଳେ ଟଙ୍କା ସମସ୍ୟାର ସାମ୍ନା କରିବାକୁ ପଡିବ। ଏଥିପାଇଁ ଦୀପାବଳି ଦିନ ନାଗକେସର ଫୁଲକୁ ନେଇ ଏକ ଛୋଟ ରୂପା ବାକ୍ସରେ ରଖନ୍ତୁ। ଏହାପରେ ଶୁଭ ସମୟରେ ପୂଜାଘରେ ରଖି ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତୁ।

ଦୀପାବଳି ଦିନ ମାଟି କିମ୍ବା ଅଟାରେ ଚୌମୁଖି ଦୀପ ତିଆରି କରି ଗାଈ ଘିଅରେ ଜଳାଇ ଘରର ମୁଖ୍ୟ ଦ୍ୱାର ନିକଟରେ ରଖନ୍ତୁ। ଏହି ଦୀପକୁ ନାଗକେସର ଫୁଲ ଅର୍ପଣ କରନ୍ତୁ। ଏହା କରିବା ଦ୍ୱାରା ତୁରନ୍ତ ଲାଭ ମିଳିଥାଏ ଏବଂ ଆର୍ଥିକ ସଙ୍କଟ ଦୂର ହୋଇଥାଏ।

ଦୀପାବଳି ଦିନ ନାଗକେସରର ପାଞ୍ଚଟି ଫୁଲ ନେଇ ଏକ କପଡ଼ାରେ ବାନ୍ଧନ୍ତୁ। କୌଣସି ଶୁଭ ସମୟରେ ଏହାକୁ ଧନ ରଖୁଥିବା ସ୍ଥାନରେ ସୁରକ୍ଷିତ ରଖନ୍ତୁ । ଏହା ଦ୍ୱାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ପାଇଥାଏ।

Also Read : ମିଥୁନ ରାଶିରେ ପ୍ରବେଶ କଲେ ମଙ୍ଗଳ ଗ୍ରହ, ମାସକ ଭିତରେ ମାଲେମାଲ ହେବେ ଏହି ରାଶିର ଲୋକ

Swagatika

Recent Posts

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

2 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

17 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

52 mins ago

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାୟକଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

54 mins ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

58 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

1 hour ago