ଦେଶ ବିଦେଶ

ଦୀପାବଳି ପୂର୍ବରୁ ଯୋଗୀ ଆଦିତ୍ୟନାଥ କର୍ମଚାରୀଙ୍କୁ ଦେଲେ ବଡ ଉପହାର, ବଢାଇଲେ ମହଙ୍ଗା ଭତ୍ତା ଏବଂ ଦେଲେ ବୋନସ

ବଢିଲା ମହଙ୍ଗା ଭତ୍ତା। କେନ୍ଦ୍ର ସରକାର ସେପ୍ଟେମ୍ବର ଶେଷ ସପ୍ତାହରେ ସରକାରୀ କର୍ମଚାରୀଙ୍କର ମହଙ୍ଗା ଭତ୍ତା ବୃଦ୍ଧି କରିବା ଘୋଷଣା କରିଥିଲେ। ଏହା ୪ ପ୍ରତିଶତ ବଢି ୩୪ରୁ ୩୮ ପ୍ରତିଶତ ହୋଇଥିଲା। ଏହା ପରେ କିଛି ରାଜ୍ୟ ନିଜ ସରକାରୀ କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା ବଢାଇବାକୁ ଘୋଷଣା କରିଛି। ତେବେ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଦୀପାବଳିର ବଡ଼ ଉପହାର ଦେଇଛନ୍ତି ଯୋଗୀ ସରକାର । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କର୍ମଚାରୀଙ୍କୁ ବୋନସ୍ ସହ ଡିଏ ଓ ଡିଆର ଦେବାକୁ ଘୋଷଣା କରିଛନ୍ତି । ଡିଏ-ଡିଆରରେ ୪ ପ୍ରତିଶତ ବୃଦ୍ଧି ଘୋଷଣା କରାଯାଇଛି । ଏହା ସହିତ ବୋନସ ମଧ୍ୟ ଘୋଷଣା କରାଯାଇଛି, ଯେଉଁଥିରେ ପ୍ରତ୍ୟେକ କର୍ମଚାରୀଙ୍କୁ ୬୯୦୮ ଟଙ୍କା ବୋନସ ଦିଆଯିବ । ଏହି ବୃଦ୍ଧି ୧ ଜୁଲାଇ ୨୦୨୨ ରୁ ଲାଗୁ ହୋଇଛି ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ଵିଟ୍‌ କରି ଏହି ଘୋଷଣା କରିଛନ୍ତି। ୨୦୨୧-୨୨ ବର୍ଷ ପାଇଁ ପ୍ରତ୍ୟେକ ସରକାରୀ କର୍ମଚାରୀଙ୍କୁ ୬୯୦୮ ଟଙ୍କା ବୋନସ ଦେବାକୁ ଘୋଷଣା କରିଛନ୍ତି। ସରକାରଙ୍କ ଘୋଷଣା ପରେ ୟୁପି କର୍ମଚାରୀଙ୍କ ମହଙ୍ଗା ଭତ୍ତା କେନ୍ଦ୍ରୀୟ କର୍ମଚାରୀଙ୍କ ସହ ସମାନ ସ୍ତରକୁ ବୃଦ୍ଧି ପାଇଛି । ନିକଟରେ କେନ୍ଦ୍ର ସରକାର ମଧ୍ୟ କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତାକୁ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଦୀପାବଳି ପୂର୍ବରୁ ସିଏମ ଯୋଗୀ ମଧ୍ୟ ବୋନସକୁ ଅନୁମୋଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଟ୍ୱିଟ୍ କରି ରାଜ୍ୟର କର୍ମଚାରୀ ଏବଂ ପେନସନଭୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ୟୁପି ସରକାରଙ୍କ ଏହି ନିଷ୍ପତ୍ତି ପରେ ୧୮ ଲକ୍ଷ ସରକାରୀ କର୍ମଚାରୀ ଏବଂ ରାଜ୍ୟର ବିଭିନ୍ନ ବିଭାଗର ୧୨ ଲକ୍ଷ ପେନସନଭୋଗୀ ଉପକୃତ ହେବେ । ତେବେ ସରକାର ବର୍ଷକୁ ଦୁଇଥର ମହଙ୍ଗା ଭତ୍ତାରେ ସଂଶୋଧନ କରନ୍ତି । ଏହି ବୃଦ୍ଧି ୧ ଜୁଲାଇ ୨୦୨୨ ରୁ କାର୍ଯ୍ୟକାରୀ ହେବ ବୋଲି ଘୋଷଣା କରାଯାଇଛି, ଯାହାଫଳରେ ରାଜ୍ୟ ସରକାରୀ କର୍ମଚାରୀମାନେ ମଧ୍ୟ ଏହି ମାସରେ ୩ ମାସର ବକେୟା ପାଇବେ ।

୧୪ ଅକ୍ଟୋବରକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ସିଂ ବଘେଲ ରାଜ୍ୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢାଇବାକୁ ଘୋଷଣା କରିଥିଲେ। ଏହି ଭତ୍ତ ୫ ପ୍ରତିଶତ ବଢି ୩୩ ପ୍ରତିଶତ କରାଯାଇଛି। ଏଥିରେ ପାଖାପାଖି ୩.୮୦ ଲକ୍ଷ କର୍ମଚାରୀ ଉପକୃତ ହେବେ।

ତା’ ପୂର୍ବରୁ ଦିଲ୍ଲୀ ସରକାର ୪ ପ୍ରତିଶତ ମହଙ୍ଗା ଭତ୍ତା ବଢାଇଥିଲେ। ଝାରଖଣ୍ଡ ସରକାର ମଧ୍ୟ ୧୦ ଅକ୍ଟୋବରରେ ମହଙ୍ଗା ଭତ୍ତା ବଢାଇଥିଲେ। ରାଜସ୍ଥାନ ସରକାର ମଧ୍ୟ ମହଙ୍ଗା ଭତ୍ତା ୩୪ ରୁ ୩୮ ପ୍ରତିଶତ ମହଙ୍ଗା ଭତ୍ତା ବଢିଥିଲା।

Also Read : ଯୋଗୀ ସରକାର ଦେଲେ ଦୀପାବଳି ଉପହାର; ଉତ୍ତର ପ୍ରଦେଶରେ ଇଲେକ୍ଟ୍ରିକ୍‌ ଗାଡ଼ି କ୍ରୟ ଉପରେ ମିଳିବ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିହାତି!

Swagatika

Recent Posts

ନିର୍ବାଚନ ପରେ ସ୍ଥିତି ଜାହିର କଲେ ମାଓବାଦୀ, ଛକରେ ଲଗାଇଲେ ମାଓ ପୋଷ୍ଟର

କୋରାପୁଟ (କେନ୍ୟୁଜ); କୋରାପୁଟ ଜିଲ୍ଲା ବନ୍ଧୁଗାଁରେ ମାଓ ପୋଷ୍ଟର । ନିର୍ବାଚନ ପରେ ନିଜର ସ୍ଥିତି ଜାହିର ପାଇଁ ଲଗାଇଲେ…

17 mins ago

ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍, ୫୯ ଜଣ ରୋଗୀ ଚିହ୍ନଟ

ସମ୍ବଲପୁର(କେନ୍ୟୁଜ): ଏକ ଦଶନ୍ଧି ପରେ ସମ୍ବଲପୁର ମହାନଗର ଅଞ୍ଚଳରେ ପୁଣି ଫେରିଛି ଜଣ୍ଡିସ୍ । ଏହାକୁ ନେଇ ମହାନଗରବାସୀ ଚିନ୍ତାରେ…

20 mins ago

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

24 mins ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

37 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

53 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago