ସ୍ପେଶାଲ

ଜାଣନ୍ତି କି ବିଶ୍ୱରେ ଏମିତି କିଛି କଲମ ରହିଛି ଯାହାର ଦାମ୍ କୋଟି କୋଟି ଟଙ୍କା

ପେନ୍ ବା କଲମ। ଏହି ଶବ୍ଦ ସହ ଉଣା ଅଧିକେ ଆମ ସମସ୍ତଙ୍କ ଭାବନା ଜଡ଼ିତ। ଆଜିର ଯୁଗରେ ଇଙ୍କ ପେନ୍ ବା କଲମର ଚାହିଦା କମିଥିଲେ ବି ଏବେ ବି ବଜାରରେ ମିଳୁଛି ଅନେକ ପ୍ରକାରର କଲମ। କିଏ ବହି ସଂଗ୍ରହ କରି ତ କିଏ ଷ୍ଟାମ୍ପ ସଂଗ୍ରହ ତ ଆଉ କିଏ କଏନ ସଂଗ୍ରହ କରିବାକୁ ପସନ୍ଦ କରୁଥିବା ବେଳେ ଅନେକେ ନାମୀଦାମୀ ବ୍ରାଣ୍ଡର କଲମ ସଂଗ୍ରହ କରିବାକୁ ପସନ୍ଦ କରିଥାନ୍ତି।

ଆସନ୍ତୁ ଜାଣିବା ସେମିତି କିଛି କଲମ ସମ୍ପର୍କରେ:

ଛାତ୍ରଛାତ୍ରୀ ହୁଅନ୍ତୁ କି କର୍ମଜୀବୀ, କଲମ ଆମ ସମସ୍ତଙ୍କ ଜୀବନର ଅଭିନ୍ନ ଅଙ୍ଗ। କିଛି ଗୋଟିଏ ଦରକାରୀ କଥା ମନେ ପଡ଼ିଗଲେ ମୋବାଇଲରେ ରିମାଇଣ୍ଡର ଦେବା ଅପେକ୍ଷା କଲମ କଥା ବେଶି ମନେପଡେ। ହେଲେ ଜାଣନ୍ତି କି ବିଶ୍ୱରେ ଏମିତି କିଛି କଲମ ରହିଛି ଯାହାର ଦାମ୍ କୋଟି କୋଟି ଟଙ୍କା। ବିଶ୍ୱର ବହୁ ନାମୀଦାମୀ ବ୍ରାଣ୍ଡର କାର୍ ଏବଂ ଅଳଙ୍କାର ଠାରୁ ମଧ୍ୟ ମହଙ୍ଗା ଏହି କଲମଗୁଡିକ। ୨୦୧୦ ମସିହାରେ ସାଙ୍ଘାଇରେ ନିଲାମ ହୋଇଥିଲା ଇଟାଲୀର ଏକ କମ୍ପାନୀ ଦ୍ୱାରା ନିର୍ମିତ- ଦ ଫୁଲଗର ନକ୍ଟର୍ନସ। ୯୪୫ଟି କଳାହୀରା ଓ ୧୨୩ଟି ରୁବି ଥିବା ଏହି କଲମର ଦାମ ଭାରତୀୟ ମୁଦ୍ରାରେ ଥିଲା ୬୬ କୋଟି ୪୯ଲକ୍ଷ ୬୦ ହଜାର ଟଙ୍କା।

ଏବେ ଜାଣିବା ମଣ୍ଟବ୍ଲାଙ୍କ ବୟେସ ରୟାଲ ବିଷୟରେ। ୧୮ କ୍ୟାରେଟର ୧୪ ଶହ ହୀରାଖଣ୍ଡ ଲାଗିଥିବା ଏହି କଲମର ଦାମ ଭାରତୀୟ ମୁଦ୍ରାରେ ରହିଛି ୧୨ କୋଟି ୪୬ ଲକ୍ଷ ୮୦ ହଜାର ଟଙ୍କା। ସେହିପରି ପ୍ଲାଟିନମ ବ୍ୟାରେଲ ଏବଂ ୩୦ କ୍ୟାରେଟ ହୀରା ଲାଗିଥିବା ଅରୋରା ଡାଇମେଣ୍ଟେ ପେନ୍ ବର୍ଷକୁ ମାତ୍ର ଥରେ ତିଆରି ହୋଇଥାଏ । ନିଜ ଇଚ୍ଛା ଅନୁଯାୟୀ ଚିତ୍ର ଓ ସ୍ୱାକ୍ଷର କରି ହେଉଥିବା ଏହି କଲମର ଦାମ୍ ରହିଛି ୧୨ କୋଟି ୨୧ ଲକ୍ଷ ୮୬ ହଜାର ଟଙ୍କା।

୧୮ କ୍ୟାରେଟର ଧଳା ସୁନାରେ ସୁଇଜରଲ୍ୟାଣ୍ଡରେ ନିର୍ମିତ କାରାନ ଡିଏକ୍ ପେନ୍ ରେ ଲାଗିଛି ୮୫୦ ଖଣ୍ଡ ହୀରା। ଭାରତୀୟ ମୁଦ୍ରାରେ ଏହି କଲମର ଦାମ ରହିଛି ୮ କୋଟି ୩୧ ଲକ୍ଷ ଟଙ୍କା। ବିଶ୍ୱର ଦାମୀ କଲମ ତାଲିକାରେ ରହିଛି ହେଭେନ ଗୋଲ୍ଡ । ଭାରତୀୟ ମୁଦ୍ରାରେ ୮ କୋଟି ୩୧ ଲକ୍ଷ ଟଙ୍କାର ଏହି କଲମରେ ଲାଗିଛି ୧୮୮୮ ଖଣ୍ଡ ହୀରା। କଲମରେ ଲାଗିଥିବା ସବୁଜ ରଙ୍ଗର ସାଭେରାଇଟ୍ ରତ୍ନପଥର କଲମକୁ ଆହୁରି ଆକର୍ଷଣୀୟ କରିଥାଏ।

ବିଶ୍ୱର ଦାମୀ କଲମ ମଧ୍ୟରେ ସାମିଲ ହୋଇଛି ମଣ୍ଟ ବ୍ଲାଙ୍କ ଓ ଭ୍ୟାନ କ୍ଲିଫ୍ ଆର୍ପେଲ କମ୍ପାନୀ ଦ୍ୱାରା ପ୍ରସ୍ତୁତ କଲମ ମିଷ୍ଟ୍ରି ମାଷ୍ଟରପିସ୍। ୬ କୋଟି ୬ ଲକ୍ଷ ଟଙ୍କାର ଏହି କଲମରେ ୩୦ କ୍ୟାରେଟର ରତ୍ନ ପଥର ଓ ହୀରା ଲାଗିଛି। ୨୦୦୭ ମସିହାରେ ମଣ୍ଟବ୍ଲାଙ୍କ ପ୍ରସ୍ତୁତ କରିଥିଲେ ଲିମିଟେଡ ଏଡିସନର ପ୍ରିନ୍ସ ରେନିୟର-୩ । ଏହାର ବଜାର ୨ କୋଟି ୧୨ ଲକ୍ଷ ଟଙ୍କା ଥିବାବେଳେ ଏପରି ମାତ୍ର ୮୧ଟି କଲମ ପ୍ରସ୍ତୁତ ହୋଇଥିଲା।

୨୦୦୧ ମସିହାରେ ସ୍ୱିସ୍ କମ୍ପାନୀ କାରନ୍ ଡିଏକ୍ ଲା ମଡର୍ଣ୍ଣାଇଷ୍ଟା ନାମକ ୮ଟି କଲମ ପ୍ରସ୍ତୁତ କରିଥିଲେ। ପ୍ଲାଟିନମରେ ନିର୍ମିତ ଏହି କଲମରେ ୩ ହଜାରରୁ ଅଧିକ ହୀରା ଖଣ୍ଡ ଲାଗିଥିବା ବେଳେ ଏହି କଲମର ଦାମ ଥିଲା ୨ କୋଟି ୭ ଲକ୍ଷ ଟଙ୍କା। ସେମିତି ମଣ୍ଟ ବ୍ଲାଙ୍କ କମ୍ପାନୀ ଦ୍ୱାରା ପ୍ରସ୍ତୁତ ବୋହେମେ ପାପିଲନ କଲମରେ ଲାଗିଛି ଏକ ହଜାରରୁ ଅଧିକ ରତ୍ନ ପଥର। ଭାରତୀୟ ମୁଦ୍ରାରେ କଲମର ଦାମ ରହିଛି ୧ କୋଟି ୬୪ ଲକ୍ଷ ଟଙ୍କା। ଏଇଠି ତାଲିକା ସରୁନାହିଁ। ନାମୀ କମ୍ପାନୀଗୁଡିକର ଏମିତି ଆହୁରି ଅନେକ ଦାମୀ କଲମ ରହିଛି ।

 

Sonalisa

Recent Posts

ଓଡ଼ିଶାକୁ ମିଳିପାରେ ନୂଆ ବାଚସ୍ପତି, ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର

କଟକ (କେନ୍ୟୁଜ): ଓଡ଼ିଶାକୁ ମିଳିପାରେ ବାଚସ୍ପତି ପଦବୀ । କଟକ ସାଂସଦ ଭର୍ତ୍ତୃହରି ମହତାବ ହୋଇପାରନ୍ତି ଲୋକସଭା ସ୍ପିକର ।…

18 mins ago

ମାଲକାନଗିରିରେ ତାଣ୍ଡବ ରଚିଲା କାଳବୈଶାଖୀ: ଘରେ ପଶିଲା ପାଣି, ଭାଙ୍ଗିଲା ଚାଳ ଛପର

ମାଲକାନଗରି (କେନ୍ୟୁଜ): କାଳବୈଶାଖୀ ତାଣ୍ଡବ ।  ମାଲକାନଗରି ସଦର ମହକୁମାରେ ତାଣ୍ଡବ ରଚିଛି କାଳବୈଶାଖୀ ।  ବର୍ଷା ପ୍ରଭାବରେ ବାଲି…

34 mins ago

ପେଟ୍ରୋଲ ଓ ଡିଜେଲ ଦର ସ୍ଥିର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ତେଲ ରେଟ

ଭୁବନେଶ୍ୱରରେ ସ୍ଥିର ଅଛି ପେଟ୍ରୋଲ ଦାମ । ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି…

47 mins ago

କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ସୁନା ଦର, ଜାଣନ୍ତୁ ୧୦ ଗ୍ରାମ ପିଛା କେତେ ଅଛି ରେଟ୍

ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଆଜି ସୁନା ଦର ବୃଦ୍ଧି ପାଇଛି ।…

1 hour ago

ପରାଜିତ ପ୍ରାର୍ଥୀଙ୍କ ମନୋବଳ ବଢ଼ାଇଲେ ନବୀନ, ବୈଠକରେ ଆଗାମୀ ରଣନୀତି ସଂପର୍କରେ କଲେ ଆଲୋଚନା

ଭୁବନେଶ୍ୱର (କେନ୍ୟୁଜ): ମନୋବଳ ବଢ଼ାଇଲେ ନବୀନ । ଦଳୀୟ ନେତାଙ୍କ ମନୋବଳ ସୁଦୃଢ କରିବା ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ…

1 hour ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ପାକିସ୍ତାନକୁ ୫ ରନ୍ ରେ ହରାଇଲା ଆମେରିକା

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବଡ଼ ବିପର୍ଯ୍ୟୟ । ପାକିସ୍ତାନକୁ ହରାଇଲା ଆମେରିକା । ପାକିସ୍ତାନକୁ ୫ ରନ୍ ରେ ହରାଇଲା…

2 hours ago