ସ୍ପେଶାଲ

କେବେ ଅନ୍ୟକୁ କୁହନ୍ତୁ ନାହିଁ ଦେଖିଥିବା ଏହି ସ୍ୱପ୍ନ, ଶୁଭ ଫଳ ହୋଇପାରେ ହ୍ରାସ

ସ୍ୱପ୍ନ ବଡ଼ ବିଚିତ୍ର ହୋଇଥାଏ । ଏହା କାହାର ଅଧୀନରେ ନଥାଏ । ଏହା କେତେବେଳେ ଆସିବ କହି କରି ଆସିନଥାଏ । କିଛି ସ୍ୱପ୍ନ ନିଦରୁ ଉଠିବା ପରେ ମନେ ରହିଥାଏ ତ କିଛି ସ୍ୱପ୍ନ ଭୁଲି ହୋଇଯାଇଥାଏ । କେବେ କେବେ ଖରାପ ସ୍ୱପ୍ନ ବ୍ୟକ୍ତିକୁ ଡରାଇ ଦେଇଥାଏ । ଫଳରେ ବ୍ୟକ୍ତି ଶୋଇ ପାରିନଥାଏ । ଛୋଟ ପିଲାଙ୍କୁ ଯଦି ଖରାନ ସ୍ୱପ୍ନ ଆସେ ସେମାନେ ହଡବଡ ଭାବେ ନିଦରୁ ଉଠି ପଡ଼ିଥାନ୍ତି ।

କିଛି ଏମିତି ସ୍ୱପ୍ନ ଅଛି ଯାହାକୁ ଦେଖିଲେ ବହୁତ ଶୁଭ ହୋଇଥାଏ । ତେବେ ଏହି ସବୁ ସ୍ୱପ୍ନକୁ ଅଣଦେଖା ନକରି ଯଦି ଏହାର ଅର୍ଥ ବୁଝିବେ ଏହାର ଲାଭ ଆପଣ ଉଠାଇ ପାରିବେ ।ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, କିଛି ଏମିତି ସ୍ୱପ୍ନ ରହିଛି,ଯାହାକୁ କାହା ଆଗରେ କହିବା କଥା ନୁହେଁ । କାରଣ ଏହାକୁ ଅନ୍ୟ ଆଗରେ ପ୍ରକାଶକଲେ ମିଳିବାକୁ ଥିବା ଶୁଭ ପରିଣାମ କମିଯାଇଥାଏ । ଆସନ୍ତୁ ଜାଣିବା କ’ଣ ସେହି ସ୍ୱପ୍ନ ।

ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ ଏହି ସ୍ୱପ୍ନ :

ସ୍ୱପ୍ନରେ ରୁପା ପୂର୍ଣ୍ଣ କଳସ ଦେଖାଯିବା

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ, ଯଦି କେହି ବ୍ୟକ୍ତି ସ୍ୱପ୍ନରେ ରୁପା ଗହଣା ଭରପୁର କଳସ ଦେଖିନ୍ତି, ତେବେ ଏପରି ସ୍ୱପ୍ନକୁ ଅନ୍ୟ ଆଗରେ ପ୍ରକାଶ କରନ୍ତୁ ନାହିଁ । ନଚେତ ଏହାର ଶୁଭ ଫଳ କମିଯିବ । ରୁପା ଗହଣା ପୂର୍ଣ୍ଣ କଳସ ସ୍ୱପ୍ନରେ ଦେଖିଲେ ଆସନ୍ତା ଦିନରେ ଆପଣଙ୍କ ସବୁ ବାଧା ଦୂର ହେବ ।

ସ୍ୱପ୍ନରେ ଫୁଲ ବଗିଚା ଦେଖିବା

ସ୍ୱପ୍ନ ଶାସ୍ତ୍ର ଅନୁଯାୟୀ ଯଦି ଆପଣ ସ୍ୱପ୍ନରେ ଫୁଲ ବଗିଚା କିମ୍ବା ପ୍ରକୃତି ସହ ଜଡିତ କିଛି ଅନ୍ୟ ଜିନିଷ ଯେପରି ନଦୀ, ପାହାଡ, ଗଛ ଲତା ଦେଖନ୍ତି । ଏହାର ଅର୍ଥ ଆଗମୀ ଦିନରେ କିଛି ଖୁସି ଖବର ମିଳିପାରେ । ସ୍ୱପ୍ନ ସମ୍ପର୍କରେ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ,ନଚେତ ଏହାର ଶୁଭତ୍ୱ କମିଯିବ ।

ସ୍ୱପ୍ନରେ ମାଛ ଦେଖିବା

ଯଦି ସ୍ୱପ୍ନରେ ମାଛ ପହଁରୁଥିବା ଦେଖିବେ କିମ୍ବା ନିଜେ କି ଅନ୍ୟ କେହି ମାଛ ଧରିଥିବା ଦେଖିବେ, ତେବେ ଏହା ଶୁଭ ପରିଣାମ ପାଇବାର ସଂକେତ । ଏମିତି ସ୍ୱପ୍ନ ଅଚାନକ ଧନ ପ୍ରାପ୍ତିର ସୂଚାନ ଦେଇଥାଏ । ସ୍ୱପ୍ନ ସମ୍ପର୍କରେ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ,ନଚେତ ଏହାର ଶୁଭତ୍ୱ କମିଯିବ ।

Niharanjan

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

1 min ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

18 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

32 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

45 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

46 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago