ରାଜ୍ୟ

ରାଇରଙ୍ଗପୁର: ବନ୍ଧୁକ ମୁନରେ କଣ୍ଟ୍ରାକ୍ଟରଙ୍କ ଘରୁ ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ

ରାଇରଙ୍ଗପୁର(କେନ୍ୟୁଜ୍): ଗତକାଲି ବିଳମ୍ବିତ ରାତିରେ ଜନୈକ କଣ୍ଟ୍ରାକ୍ଟରଙ୍କ ଘରୁ ନଗଦ ଟଙ୍କା ଓ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ। ଏଭଳି ଲୁଟ ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନଥାନା ଅନ୍ତର୍ଗତ ୱାର୍ଡ଼ ନଂ ୬ ଗଢ଼ରେ। ସୂଚନା ଅନୁଯାୟୀ, ଗଢ଼ ଫିସାରୀ ଅଫିସ ନିକଟସ୍ଥ ଜନୈକ ଯୁବ କଣ୍ଟ୍ରାକ୍ଟର ଅମିତ କୁମାର ବରହପୁରିଆଙ୍କ ବାସଭବନରେ ବିଳମ୍ବିତ ରାତି ପ୍ରାୟ ୧.୩୦ ସମୟରେ ଡକାୟତି ହୋଇଥିବା ଅଭିଯୋଗ ହୋଇଛି।

ସେହି ସମୟରେ ୫/୬ ଜଣ ଡକାୟତ ତାଙ୍କ ଘର ପଛପଟ କବାଟ ଭାଙ୍ଗି ବନ୍ଧୁକ ମୁନରେ ପରିବାର ଲୋକଙ୍କୁ କାବୁ କରି ନେଇଥିଲେ। ପରିବାର ଲୋକଙ୍କୁ ବାନ୍ଧି ଘରେ ଥିବା ନଗଦ ୪୦,୦୦୦ ଟଙ୍କା ଓ ପ୍ରାୟ ୫ ଲକ୍ଷ ଟଙ୍କାର ସୁନା ଗହଣା ନେଇ ଫେରାର ହୋଇ ଯାଇଥିଲେ। ଏ ନେଇ ଆଜି ପରିବାର ଲୋକଙ୍କ ପକ୍ଷରୁ ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା।

ଖବର ପାଇ ରାଇରଙ୍ଗପୁର ଏସଡିପିଓ ଓ ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲେ। ଦୁର୍ବୃତ୍ତ ମାନେ ଅମିତଙ୍କ ଘରେ ଛାଡି ଦେଇଥିବା ଏକ ଦେଶୀ ବନ୍ଧୁକକୁ ଜବତ କରିଛି ପୋଲିସ। ତେବେ ଅମିତଙ୍କ ଘରେ ସିସିଟିଭି କ୍ୟାମେରା ଲାଗିଥିବା ବେଳେ ଦୁର୍ବୃତ୍ତ ମାନେ ଡିଭିଆର୍ ମେସିନ ନେଇ ସେଠାରୁ ଖସି ପଳାଇ ଯାଇଥିଲେ। ତେବେ ଘର ଭିତରୁ ଏଭଳି ବନ୍ଧୁକ ମୁନରେ ଲୁଟ ଘଟଣା ଘଟିଥିବା ଯୋଗୁଁ ଦୁର୍ବୃତ୍ତ ମାନଙ୍କୁ ଧରିବା ଏବେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇ ପଡିଛି।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

7 hours ago

ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ମୌସୁମୀ ଋତୁରେ ସମ୍ଭାବ୍ୟ ବନ୍ୟା ପରିଚାଳନାର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଜଳସମ୍ପଦ ବିଭାଗର ବରିଷ୍ଠ…

8 hours ago

ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ, ବିଭିନ୍ନ ସମସ୍ୟା ପଚାରି ବୁଝିଲେ

ଉମରକୋଟ: ଶିକ୍ଷା ମନ୍ତ୍ରୀଙ୍କ ଅଚାନକ ବିଦ୍ୟାଳୟ ପରିଦର୍ଶନ । ନବରଙ୍ଗପୁର ଜିଲ୍ଲା ଉମରକୋଟ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଡାଙ୍ଗରୀଗୁଡାକୁ…

9 hours ago

କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର

ଭୁବନେଶ୍ୱର : କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଆଇଏସଟିଇ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି।…

9 hours ago

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ସ୍ନାନବେଦୀରେ ଶ୍ରୀଜୀଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଶ୍ରୀଜୀଉଙ୍କୁ ସସ୍ତ୍ରୀକ ଦର୍ଶନ କରିଛନ୍ତି। ସ୍ନାନବେଦୀରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗଜାନନ ବେଶରେ…

10 hours ago

ଆସନ୍ତାକାଲିଠୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆସନ୍ତାକାଲିଠୁ ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ । ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ…

11 hours ago