ପ୍ଲାଷ୍ଟିକ ପ୍ରଦୂଷଣ ଦ୍ରୁତ ଗତିରେ ବଢ଼ି ଚାଲିଛି ଏବଂ ପରିବେଶକୁ ଯଥେଷ୍ଟ କ୍ଷତି ପହଞ୍ଚାଉଛି। ପୃଥିବୀକୁ ବଞ୍ଚାଇବା ପାଇଁ ବୈଜ୍ଞାନିକମାନେ ଏକ ନୂଆ ତରିକା ଖୋଜି ବାହାର କରିଛନ୍ତି। ଚୀନ ବୈଜ୍ଞାନିକମାନେ ସାଲମୋନ ମାଛର ସ୍ପର୍ମରୁ ଇକୋ-ଫ୍ରେଣ୍ଡଲି ପ୍ଲାଷ୍ଟିକ ବନାଇବାରେ ସଫଳତା ହାସଲ କରି ନେଇଛନ୍ତି। ଏହା ଏମିତି ପ୍ଲାଷ୍ଟିକ୍, ଯାହାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇ ପାରିବ। ସ୍ପର୍ମ ଡିଏନ୍ଏର ଦୁଇଟି ସ୍ତରକୁ ଖାଦ୍ୟ ପ୍ରସ୍ତୁତିରେ ବ୍ୟବହୃତ ତେଲର ରସାୟନ ସହିତ ମିଶ୍ରଣ କରି ଏହି ପ୍ଲାଷ୍ଟିକ ବନା ଯାଇଛି। ଦୁଇଟି ଯାକର ମିଶ୍ରଣରୁ ପ୍ରସ୍ତୁତ ପଦାର୍ଥକୁ ହାଇଡ୍ରୋଜେଲ କୁହାଯାଉଛି। ଏହି ହାଇଡ୍ରୋଜେଲକୁ ବୈଜ୍ଞାନିକମାନେ ବିଭିନ୍ନ ଆକାର ଦେଇଥିଲେ ଏବଂ ଆର୍ଦ୍ରତାକୁ ଦୂର କରିବା ପାଇଁ ଏହାକୁ ଶୁଖାଇଥିଲେ। ଏହି ପୂରା ପ୍ରକ୍ରିୟାରୁ ପଦାର୍ଥ କଠିନ ହୋଇ ଯାଇଥିଲା।
ବୈଜ୍ଞାନିକମାନେ ଏହି ଇକୋ-ଫ୍ରେଣ୍ଡଲି ପ୍ଲାଷ୍ଟିକରୁ ଏକ କପ୍ ଏବଂ ଅନ୍ୟାନ୍ୟ ଜିନିଷ ତିଆରି କରିଛନ୍ତି। ହୋଇପାରେ ଚୀନର ବୈଜ୍ଞାନିକମାନେ ସାଲମୋନ ମାଛର ସ୍ପର୍ମରୁ କଞ୍ଚାମାଲ ପ୍ରସ୍ତୁତ କରିଥାଇ ପାରନ୍ତି, କିନ୍ତୁ ଡିଏନ୍ଏରେ ଭୂପୃଷ୍ଠରେ ଦେଖା ଯାଉଥିବା ପ୍ରତ୍ୟେକ ଜୀବଙ୍କର ଭିନ୍ନ ଭିନ୍ନ ଜେନେଟିକ କୋଡ୍ ରହିଥାଏ। ୨୦୧୫ ମସିହାରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି କି, ପୃଥିବୀରେ ୫୦ ବିଲିୟନ ଟନ ଡିଏନ୍ଏ ରହିଛି, ଯେଉଁଥିରୁ ପ୍ଲାଷ୍ଟିକର ବିକଳ୍ପ ପ୍ରସ୍ତୁତ କରାଯାଇ ପାରିବ। ବୈଜ୍ଞାନିକଙ୍କ ମୁତାବକ, ଫସଲଗୁଡ଼ିକର ଅବଶେଷ, ବ୍ୟାକ୍ଟେରିଆର ଡିଏନ୍ଏରୁ ପ୍ଲାଷ୍ଟିକ ତିଆରି କରାଯାଇ ପାରିବ। ଏହାଦ୍ୱାରା ଏହା ଫାଇଦା ହେବ କି, ପୃଥିବୀରେ ପ୍ଲାଷ୍ଟିକର ଆବଶ୍ୟକତାକୁ ପୂରଣ କରି ହେବ।
ଦୁନିଆରେ ବହୁତ କମ୍ ପରିମାଣର ପ୍ଲାଷ୍ଟିକକୁ ପୁନଃ ବ୍ୟବହାରସାପେକ୍ଷ କରାଯାଇଥାଏ। ଏହି ପ୍ଲାଷ୍ଟିକର ଆବର୍ଜନାଗୁଡ଼ିକ ଏଠି ସେଠି ପଡ଼ି ରହିଥାଏ। ବର୍ତ୍ତମାନ ପରିସ୍ଥିତି ଏପରି ହୋଇ ଯାଇଛି କି, ସମୁଦ୍ରର ଗଭୀରତାରେ ମଧ୍ୟ ପ୍ଲାଷ୍ଟିକ ପହଞ୍ଚି ଯାଇଛି। ଏହି କାରଣରୁ ବୈଜ୍ଞାନିକମାନେ ଏମିତି ଏକ ବିକଳ୍ପ ସନ୍ଧାନ କରୁଛନ୍ତି, ଯାହା ପରିବେଶକୁ କମ୍ କ୍ଷତି ପହଞ୍ଚାଇବ। ସାରା ବିଶ୍ୱରେ ପ୍ଲାଷ୍ଟିକ ପରିବେଶ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି। କାହିଁକିନା, ଏହାକୁ ପେଟ୍ରୋକେମିକାଲରୁ ବନା ଯାଇଥାଏ। ଏହାକୁ ବନାଇବାରେ ଅଧିକ ପରିମାଣରେ ଉତ୍ତାପ ଏବଂ ବିଷାକ୍ତ ପଦାର୍ଥ ଆବଶ୍ୟକ ହୋଇଥାଏ, ଯାହାକି ସମ୍ପୂର୍ଣ୍ଣ ବିଘଟିତ ହେବାରେ ଶହ ଶହ ବର୍ଷ ସମୟ ଲାଗି ଯାଇପାରେ।
ତିଆନଜିନ ୟୁନିଭର୍ସିଟିର ଦୟୋଙ୍ଗ ୟାଙ୍ଗ ଏବଂ ତାଙ୍କ ଟିମ୍ ଏବେ ଏମିତି ଏକ ପଦାର୍ଥ ବନାଇବାକୁ ଚାହୁଁଛନ୍ତି, ଯାହାକି ସବୁ ସମସ୍ୟାକୁ ଶେଷ କରି ପାରିବ। ଡିଏନ୍ଏ ଆଧାରିତ ପ୍ଲାଷ୍ଟିକ ବର୍ତ୍ତମାନର ପ୍ଲାଷ୍ଟିକ ତୁଳନାରେ ୯୭ ପ୍ରତିଶତ କମ୍ କାର୍ବନ ନିଃସରଣ କରିଥାଏ। ଏତିକି ନୁହେଁ, ଏହାକୁ ରିସାଇକେଲ କରିବା ମଧ୍ୟ ବହୁତ ସହଜ। ଏହି ପ୍ଲାଷ୍ଟିକକୁ ଇଞ୍ଜାଇମ୍ ସହାୟତାରେ ମଧ୍ୟ ନଷ୍ଟ କରାଯାଇ ପାରିବ।
ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଳକ ଅନ୍ତର୍ଗତ କିଲାବାଡ଼ି ଗ୍ରାମରେ ଆଜି ଅପରାହ୍ନରେ କାଳ ବୈଶାଖୀ ବର୍ଷା ଜନିତ…
ଲକ୍ଷ୍ମୀପୁର : ଆଜି କୋରାପୁଟ ଜିଲ୍ଲା ନାରାୟଣପାଟଣା ଥାନା ଗଦରାଗୁଡ଼ା ଏବଂ ପିଲ୍କୁର୍ ଗାଁରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି…
ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ ଗାନ୍ଧୀ ଛକରେ ବଜ୍ରାଘାତରେ ଦୁଇ ଯୁବକଙ୍କ ମୃତ୍ୟୁ…
ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…
ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…