Categories: ସ୍ପେଶାଲ

ଆସନ୍ତୁ ଜାଣିବା ଅଳେଇଚ ବା ଗୁଜୁରାତିର ଇତିହାସ …

ଅଳେଇଚ (ଆମ ରାଜ୍ୟରେ ଏହାକୁ ଗୁଜୁରାତି କୁହାଯାଏ) ସୃଷ୍ଟିର ଉଲ୍ଲେଖ ୪୦୦୦ ବର୍ଷ ପୂର୍ବରୁ ଗ୍ରନ୍ଥରେ ଉଲ୍ଲେଖ ରହିଛି ଏବଂ ଏହା ହଜାର ବର୍ଷ ପୂର୍ବରୁ ଆମ ଜୀବନରେ ଆସିଛି। ପ୍ରାଚୀନ ତଥ୍ୟ ଅନୁଯାୟୀ ଇଜିପ୍ଟରେ ଏହାକୁ ଦେଢ ହଜାର ବର୍ଷ ପୂର୍ବରୁ ଚିକିତ୍ସା ଅନୁଷ୍ଠାନ ଏବଂ ଶବ ଲେପନରେ ବ୍ୟବହାର କରାଯାଉଥିଲା। ଇଜିପ୍ଟର ଲୋକମାନେ ଏହାକୁ ସଫା ଦାନ୍ତ ଏବଂ ଶ୍ବାସକ୍ରିୟା ପାଇଁ ବ୍ୟବହାର କରୁଥିଲେ। ପ୍ରାଚୀନ ଭାରତରେ ଏହା ଦକ୍ଷିଣ ଭାରତର ମାଲବାର ତଟରେ ବ୍ୟବହାର କରାଯାଉଥିଲା।

ପୁରାଣ ଏବଂ ବେଦରେ ଅଳେଇଚର ଉଲ୍ଲେଖ ରହିଛି

ତୃତୀୟ ସଂହିତା ଭଳି ପୁରାଣ ଏବଂ ବେଦରେ ଅଳେଇଚର ଉଲ୍ଲେଖ ରହିଛି। ଭାରତୀୟମାନେ ହଜାର ବର୍ଷ ପୂର୍ବରୁ ପୂଜା ଅନୁଷ୍ଠାନ ଏବଂ ଚିକିତ୍ସା ପଦ୍ଧତିରେ ଏହାର ବ୍ୟବହାର କରୁଛନ୍ତି। ଭାରତ ୨୦୦୦ବର୍ଷ ପୂର୍ବରୁ ଏହାର ବ୍ୟବସାୟ ବିଦେଶରେ କରୁଥିଲା। ମାଲବାର ତଟ ଏହି ବ୍ୟବସାୟର ମୁଖ୍ୟ ସ୍ଥଳ ଥିଲା। କେରଳରେ ପ୍ରଚୁର ପରିମାଣରେ ଅଳେଇଚ ଉତ୍ପାଦନ ହେଉଥିଲା। ଅଳେଇଚ ଚାଷ ଆମେରିକାର ଗ୍ବାଟେମାଲା,ଭାରତ, ଶ୍ରୀଲଙ୍କା, ଇଣ୍ଡୋନେସିଆ ଏବଂ ମାଲେସିଆରେ ଦେଖିବାକୁ ମିଳିଥାଏ। ଆଜିବି ବିଶ୍ବର ଏହି ସ୍ଥାନରେ ସବୁଠାରୁ ଅଧିକ ଅଳେଇଚ ଉତ୍ପାଦନ କରାଯାଉଛି। ଗ୍ବାଟେମାଲାର ଏକ ପାହାଡ଼ର ନାଁ ମଧ୍ୟ ‘ଅଳେଇଚ ପାହାଡ଼’ ନାମରେ ନାମିତ କରାଯାଇଛି। ଗ୍ବାଟେଲରରେ ବ୍ରିଟିଶିମାନେ ରହି ଅଳେଇଚ ଚାଷ କରୁଥିଲେ। ବର୍ତ୍ତମାନ ସେଠାରେ ପ୍ରଚୁର ମାତ୍ରାରେ ଅଳେଇଚ ଉତ୍ପାଦନ କରି ଭାରତ ଏବଂ ଶ୍ରୀଲଙ୍କାକୁ ପଛରେ ପକାଇ ଦେଇଛି।

ଗ୍ରୀକ ଏବଂ ରୋମାନର ଲୋକମାନେ ଏହାକୁ ପରଫ୍ୟୁମ୍ ଏବଂ ବାସନା ତେଲ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରୁଥିଲେ। ଏହାକୁ ଅତିଥିମାନଙ୍କୁ ପ୍ରଦାନ କରିବା ସେ ସମ୍ମାନ ଭାବୁଥିଲେ। ସ୍ବିଡ଼େନ, ସୁଇଜରଲ୍ୟାଣ୍ଡ, ନରୱେ ଏବଂ ଫିନଲ୍ୟାଣ୍ଡରେ ଏହାକୁ କେକ୍ ତିଆରି କରିବା ସମୟରେ ବ୍ୟବହାର କରାଯାଏ।

ଏହା ଦୁଇ ପ୍ରକାରର ହୋଇଥାଏ-ବଡ଼ ଅଳେଇଚ ଏବଂ ଛୋଟ ଅଳେଇଚ। ବଡ଼ ଅଳେଇଚ ଖାଦ୍ୟକୁ ସ୍ବାଦିଷ୍ଟ କରିବାରେ ମସଲା ରୂପେ ବ୍ୟବହାର କରାଯାଏ। ଛୋଟ ଅଳେଇଚ ବାସ୍ନା ବା ମାଉଥ୍ ଫ୍ରେସନର ପାଇଁ ବ୍ୟବହାର କରାଯାଏ। ଏଥିରେ ଔଷଧୀୟ ଗୁଣ ରହିଥାଏ। ସଂସ୍କୃତରେ ଏହାକୁ ‘ଏଲା’ କୁହାଯାଇଥାଏ। ଆୟୁର୍ବେଦିକ ମତ ଅନୁସାରେ ଏହା ଥଣ୍ଡା, କାଶ, କଫ, ବାତ, କୁଣ୍ଡିଆ ଏବଂ ଛାତି ଯନ୍ତ୍ରଣା ଭଳି ଅନେକ ରୋଗ ପାଇଁ ଲାଭକାରୀ ହୋଇଥାଏ।

ଅଳେଇଚ ଗଛ

ଛୋଟ ଅଳେଇଚ ଗଛ ୫ଫୁଟ୍‌ ରୁ ୧୦ଫୁଟ୍‌ ପର‌୍ୟ୍ୟନ୍ତ ଉଚା ହୋଇଥାଏ। ଏହାର ପତ୍ର ୨ଫୁଟ୍‌ ପର‌୍ୟ୍ୟନ୍ତ ଲମ୍ବା ହୋଇଥାଏ। ଏହି ଫସଲ ୩-୪ବର୍ଷ ମଧ୍ୟରେ ହୋଇଯାଇଥାଏ। ଏହି ଫଳ ଗୁଚ୍ଛା ଭଳି ରହିଥାଏ। ଏହାକୁ ଭାଙ୍ଗି ସୁଖାଇଲା ପରେ ଏହା ଆମେ ଜାଣିଥିବା ଅଳେଇଚ ପରି ଅବସ୍ଥାକୁ ଆସିଥାଏ। ଅଳେଇଚ ଗଛର ଜୀବନକାଳ ୧୦ବର୍ଷ ରୁ ୧୨ବର୍ଷ ପର‌୍ୟ୍ୟନ୍ତ ହୋଇଥାଏ।

ଅଳେଇଚର ଔଷଧୀୟ ଗୁଣ

ଯଦି କାଶ ହୋଇଥାଏ ବା ଗଳା ବସିଯାଇଥାଏ ତେବେ ସକାଳୁ ଉଠିବା ସମୟରେ ଏବଂ ରାତିରେ ଶୋଇବା ସମୟରେ ଅଳେଇଚ ଖାଇ ପାଣି ପିଅନ୍ତୁ। ଥଣ୍ଡା, କାଶ ଏବଂ ଛିଙ୍କ ହେଉଥିଲେଏକ ଛୋଟ ଅଳେଇଚ, ଛୋଟ ଖଣ୍ଡ ଅଦା, ଲବଙ୍ଗ ଏବଂ ପାଞ୍ଚଟି ତୁଳସୀ ପତ୍ର ପାନରେ ମିଶାଇ ସେବନ କରନ୍ତୁ। ବଡ଼ ଅଳେଇଚ ୫ଗ୍ରାମ ନେଇ ଅଧା ଲିଟର ପାଣିରେ ସିଝାନ୍ତୁ। ଏହା ଏକ-ଚତୁର୍ଥାଂଶ ହେବା ପରେ ଏହାକୁ ବନ୍ଧ କରିଦିଅନ୍ତୁ । ଏହି ପାଣିକୁ ସେବନ କରିବା ଦ୍ବାରା ବାନ୍ତି ବନ୍ଧ ହୋଇଯାଇଥାଏ। ରାସ୍ତାରେ ଯାତ୍ରା କରିବା ସମୟରେ ମୁଣ୍ଡ ବୁଲାଇଲେ ଛୋଟ ଅଳେଇଚ ଖାଇଲେ ଲାଭକାରୀ ହୋଇଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

1 hour ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

4 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

4 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

5 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

5 hours ago