ଆସନ୍ତୁ ଜାଣିବା ଅଳେଇଚ ବା ଗୁଜୁରାତିର ଇତିହାସ …

ଅଳେଇଚ (ଆମ ରାଜ୍ୟରେ ଏହାକୁ ଗୁଜୁରାତି କୁହାଯାଏ) ସୃଷ୍ଟିର ଉଲ୍ଲେଖ ୪୦୦୦ ବର୍ଷ ପୂର୍ବରୁ ଗ୍ରନ୍ଥରେ ଉଲ୍ଲେଖ ରହିଛି ଏବଂ ଏହା ହଜାର ବର୍ଷ ପୂର୍ବରୁ ଆମ ଜୀବନରେ ଆସିଛି। ପ୍ରାଚୀନ ତଥ୍ୟ ଅନୁଯାୟୀ ଇଜିପ୍ଟରେ ଏହାକୁ ଦେଢ ହଜାର ବର୍ଷ ପୂର୍ବରୁ ଚିକିତ୍ସା ଅନୁଷ୍ଠାନ ଏବଂ ଶବ ଲେପନରେ ବ୍ୟବହାର କରାଯାଉଥିଲା। ଇଜିପ୍ଟର ଲୋକମାନେ ଏହାକୁ ସଫା ଦାନ୍ତ ଏବଂ ଶ୍ବାସକ୍ରିୟା ପାଇଁ ବ୍ୟବହାର କରୁଥିଲେ। ପ୍ରାଚୀନ ଭାରତରେ ଏହା ଦକ୍ଷିଣ ଭାରତର ମାଲବାର ତଟରେ ବ୍ୟବହାର କରାଯାଉଥିଲା।

ପୁରାଣ ଏବଂ ବେଦରେ ଅଳେଇଚର ଉଲ୍ଲେଖ ରହିଛି

Cardamomତୃତୀୟ ସଂହିତା ଭଳି ପୁରାଣ ଏବଂ ବେଦରେ ଅଳେଇଚର ଉଲ୍ଲେଖ ରହିଛି। ଭାରତୀୟମାନେ ହଜାର ବର୍ଷ ପୂର୍ବରୁ ପୂଜା ଅନୁଷ୍ଠାନ ଏବଂ ଚିକିତ୍ସା ପଦ୍ଧତିରେ ଏହାର ବ୍ୟବହାର କରୁଛନ୍ତି। ଭାରତ ୨୦୦୦ବର୍ଷ ପୂର୍ବରୁ ଏହାର ବ୍ୟବସାୟ ବିଦେଶରେ କରୁଥିଲା। ମାଲବାର ତଟ ଏହି ବ୍ୟବସାୟର ମୁଖ୍ୟ ସ୍ଥଳ ଥିଲା। କେରଳରେ ପ୍ରଚୁର ପରିମାଣରେ ଅଳେଇଚ ଉତ୍ପାଦନ ହେଉଥିଲା। ଅଳେଇଚ ଚାଷ ଆମେରିକାର ଗ୍ବାଟେମାଲା,ଭାରତ, ଶ୍ରୀଲଙ୍କା, ଇଣ୍ଡୋନେସିଆ ଏବଂ ମାଲେସିଆରେ ଦେଖିବାକୁ ମିଳିଥାଏ। ଆଜିବି ବିଶ୍ବର ଏହି ସ୍ଥାନରେ ସବୁଠାରୁ ଅଧିକ ଅଳେଇଚ ଉତ୍ପାଦନ କରାଯାଉଛି। ଗ୍ବାଟେମାଲାର ଏକ ପାହାଡ଼ର ନାଁ ମଧ୍ୟ ‘ଅଳେଇଚ ପାହାଡ଼’ ନାମରେ ନାମିତ କରାଯାଇଛି। ଗ୍ବାଟେଲରରେ ବ୍ରିଟିଶିମାନେ ରହି ଅଳେଇଚ ଚାଷ କରୁଥିଲେ। ବର୍ତ୍ତମାନ ସେଠାରେ ପ୍ରଚୁର ମାତ୍ରାରେ ଅଳେଇଚ ଉତ୍ପାଦନ କରି ଭାରତ ଏବଂ ଶ୍ରୀଲଙ୍କାକୁ ପଛରେ ପକାଇ ଦେଇଛି।

black-cardamomଗ୍ରୀକ ଏବଂ ରୋମାନର ଲୋକମାନେ ଏହାକୁ ପରଫ୍ୟୁମ୍ ଏବଂ ବାସନା ତେଲ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରୁଥିଲେ। ଏହାକୁ ଅତିଥିମାନଙ୍କୁ ପ୍ରଦାନ କରିବା ସେ ସମ୍ମାନ ଭାବୁଥିଲେ। ସ୍ବିଡ଼େନ, ସୁଇଜରଲ୍ୟାଣ୍ଡ, ନରୱେ ଏବଂ ଫିନଲ୍ୟାଣ୍ଡରେ ଏହାକୁ କେକ୍ ତିଆରି କରିବା ସମୟରେ ବ୍ୟବହାର କରାଯାଏ।

ଏହା ଦୁଇ ପ୍ରକାରର ହୋଇଥାଏ-ବଡ଼ ଅଳେଇଚ ଏବଂ ଛୋଟ ଅଳେଇଚ। ବଡ଼ ଅଳେଇଚ ଖାଦ୍ୟକୁ ସ୍ବାଦିଷ୍ଟ କରିବାରେ ମସଲା ରୂପେ ବ୍ୟବହାର କରାଯାଏ। ଛୋଟ ଅଳେଇଚ ବାସ୍ନା ବା ମାଉଥ୍ ଫ୍ରେସନର ପାଇଁ ବ୍ୟବହାର କରାଯାଏ। ଏଥିରେ ଔଷଧୀୟ ଗୁଣ ରହିଥାଏ। ସଂସ୍କୃତରେ ଏହାକୁ ‘ଏଲା’ କୁହାଯାଇଥାଏ। ଆୟୁର୍ବେଦିକ ମତ ଅନୁସାରେ ଏହା ଥଣ୍ଡା, କାଶ, କଫ, ବାତ, କୁଣ୍ଡିଆ ଏବଂ ଛାତି ଯନ୍ତ୍ରଣା ଭଳି ଅନେକ ରୋଗ ପାଇଁ ଲାଭକାରୀ ହୋଇଥାଏ।

ଅଳେଇଚ ଗଛ

cardamom plantଛୋଟ ଅଳେଇଚ ଗଛ ୫ଫୁଟ୍‌ ରୁ ୧୦ଫୁଟ୍‌ ପର‌୍ୟ୍ୟନ୍ତ ଉଚା ହୋଇଥାଏ। ଏହାର ପତ୍ର ୨ଫୁଟ୍‌ ପର‌୍ୟ୍ୟନ୍ତ ଲମ୍ବା ହୋଇଥାଏ। ଏହି ଫସଲ ୩-୪ବର୍ଷ ମଧ୍ୟରେ ହୋଇଯାଇଥାଏ। ଏହି ଫଳ ଗୁଚ୍ଛା ଭଳି ରହିଥାଏ। ଏହାକୁ ଭାଙ୍ଗି ସୁଖାଇଲା ପରେ ଏହା ଆମେ ଜାଣିଥିବା ଅଳେଇଚ ପରି ଅବସ୍ଥାକୁ ଆସିଥାଏ। ଅଳେଇଚ ଗଛର ଜୀବନକାଳ ୧୦ବର୍ଷ ରୁ ୧୨ବର୍ଷ ପର‌୍ୟ୍ୟନ୍ତ ହୋଇଥାଏ।

ଅଳେଇଚର ଔଷଧୀୟ ଗୁଣ

ଯଦି କାଶ ହୋଇଥାଏ ବା ଗଳା ବସିଯାଇଥାଏ ତେବେ ସକାଳୁ ଉଠିବା ସମୟରେ ଏବଂ ରାତିରେ ଶୋଇବା ସମୟରେ ଅଳେଇଚ ଖାଇ ପାଣି ପିଅନ୍ତୁ। ଥଣ୍ଡା, କାଶ ଏବଂ ଛିଙ୍କ ହେଉଥିଲେଏକ ଛୋଟ ଅଳେଇଚ, ଛୋଟ ଖଣ୍ଡ ଅଦା, ଲବଙ୍ଗ ଏବଂ ପାଞ୍ଚଟି ତୁଳସୀ ପତ୍ର ପାନରେ ମିଶାଇ ସେବନ କରନ୍ତୁ। ବଡ଼ ଅଳେଇଚ ୫ଗ୍ରାମ ନେଇ ଅଧା ଲିଟର ପାଣିରେ ସିଝାନ୍ତୁ। ଏହା ଏକ-ଚତୁର୍ଥାଂଶ ହେବା ପରେ ଏହାକୁ ବନ୍ଧ କରିଦିଅନ୍ତୁ । ଏହି ପାଣିକୁ ସେବନ କରିବା ଦ୍ବାରା ବାନ୍ତି ବନ୍ଧ ହୋଇଯାଇଥାଏ। ରାସ୍ତାରେ ଯାତ୍ରା କରିବା ସମୟରେ ମୁଣ୍ଡ ବୁଲାଇଲେ ଛୋଟ ଅଳେଇଚ ଖାଇଲେ ଲାଭକାରୀ ହୋଇଥାଏ।