Below header

ମେଣ୍ଟ ପଥରେ କଂଗ୍ରେସ : ଆସନ ବୁଝାମଣା ନେଇ ଆଜି ସିପିଏମ ଓ ଜେଏମଏମ ନେତାଙ୍କ ସହ ଆଲୋଚନା

ଭୁବନେଶ୍ବର(କେନ୍ୟୁଜ୍) : ମେଣ୍ଟ ପଥରେ କଂଗ୍ରେସ । ଆଜି ମେଣ୍ଟ ନେଇ ସିପିଏମ ଓ ଜେଏମଏମ ନେତାଙ୍କ ସହ ଆଲୋଚନା କରିବ କଂଗ୍ରେସ । ଚର୍ଚ୍ଚା ହେଉଛି, ମେଣ୍ଟ ସହଯୋଗୀଙ୍କୁ କଂଗ୍ରେସ ୩ଟି ଲୋକସଭା ଆସନ ଛାଡ଼ିପାରେ । ଭୁବନେଶ୍ୱର ଲୋକସଭା ଆସନ ସିପିଏମ, ଆସ୍କା ଲୋକସଭା ଆସନ ସିପିଆଇ ଓ ମୟୂରଭଞ୍ଜ ଲୋକସଭା ଆସନ ଜେଏମଏମ ଲଢିବାର ସମ୍ଭାବନା ରହିଛି ।

ପିସିସି ସଭାପତି କହିଛନ୍ତି, କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି। କିନ୍ତୁ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଆଲୋଚନା ହୋଇଛି । ଗତକାଲି ଦଳର ବରିଷ୍ଠ ନେତା ସିପିଆଇ ନେତାଙ୍କ ସହ କରିଥିଲେ ଆଲୋଚନା । ୬-୭ଟି ସିଟ୍ ନେଇ ପ୍ରସ୍ତାବ ଦେଇଛି ସିପିଆଇ । ସିପିଆଇର ସୂଚନା ଅନୁସାରେ ଆସିକା ଲୋକସଭା ପାଇଁ ନିଷ୍ପତ୍ତି ଚୂଡ଼ାନ୍ତ ହୋଇଛି। ଏହାସହ ବୌଦ୍ଦ, ଚିତ୍ରକୋଣ୍ଡା, ଛତ୍ରପୁର, ବ୍ରଜରାଜନଗର ଓ ଏରସମା-ବାଲିକୁଦା ବିଧାନସଭା ଆସନ ପାଇଁ ଦଳ ପ୍ରସ୍ତାବ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.