ଓଡ଼ିଶା ପାଇଲା ପ୍ରଥମ ଲୋକାୟୁକ୍ତ, ଜଷ୍ଟିସ ଅଜିତ ସିଂଙ୍କୁ ନିଯୁକ୍ତି

ଭୁବନେଶ୍ବର (କେନ୍ୟୁଜ୍) : ପ୍ରଥମ ଲୋକାୟୁକ୍ତ ପାଇଲା ଓଡ଼ିଶା । ଲୋକାୟୁକ୍ତ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ ଅଜିତ ସିଂ । ତାଙ୍କ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ଗୌହ୍ଵାଟୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଅଜିତ ସିଂ । ଓଡ଼ିଶା ଲୋକାୟୁକ୍ତ ଆଇନ-୨୦୧୫ କାର‌୍ୟ୍ୟକ୍ଷମ ହେବା ପରେ ଜଷ୍ଟିସ ଅଜିତ ସିଂ ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ନିଯୁକ୍ତି ହୋଇଛନ୍ତି । ନିକଟରେ ଲୋକାଯୁକ୍ତ ଅଧ୍ୟକ୍ଷଙ୍କ ନାଁ ଚୂଡ଼ାନ୍ତ ନେଇ ବସିଥିଲା ଚୟନ କମିଟି ବୈଠକ । ସର୍ବସମ୍ମତରେ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାଁକୁ ରାଜ୍ୟପାଳଙ୍କ ପାଖକୁ ଅନୁମୋଦନ ପାଇଁ ପଠାଯାଇଥିଲା ।

ଗତ ମାସ ୧୦ ତାରିଖରେ ସୁପ୍ରିମକୋର୍ଟରେ ରାଜ୍ୟ ସରକାର ଏନେଇ ସତ୍ୟପାଠ ଦାଖଲ କରିଥିଲେ । ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତି ନେଇ ଚୟନ ପ୍ରକ୍ରିୟା ଶେଷ ହେବ ବୋଲି କହିଥିଲେ । ଆସନ୍ତା ୧୯ ତାରିଖରେ ପୁଣି ଥରେ ଚୟନ କମିଟିର ବୈଠକ ବସିବ । ଯାଞ୍ଚ କମିଟି ଦ୍ୱାରା ଚୟନ କରାଯାଇଥିବା ଲୋକାୟୁକ୍ତ ସଦସ୍ୟଙ୍କ ନାଁ ଉପରେ ତର୍ଜମା କରାଯିବ । ଏହା ପରେ ସଦସ୍ୟ ନିଯୁକ୍ତି ନେଇ ଅନୁମୋଦନ ପ୍ରସ୍ତାବ ରାଜ୍ୟପାଳଙ୍କ ନିକଟକୁ ପଠାଯିବ । ରାଜ୍ୟପାଳଙ୍କ ମଞ୍ଜୁରୀ ମିଳିବା ପରେ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇବ ।

Leave A Reply

Your email address will not be published.