ଜାଗର ପାଇଁ ଲୋକନାଥଙ୍କ ମନ୍ଦିରରେ ପ୍ରଜ୍ଜଳିତ ହେବ ସବୁଠୁ ବଡ଼ ଦୀପ

ପୁରୀ(କେନ୍ୟୁଜ୍) : ଆସନ୍ତାକାଲି ପବିତ୍ର ଜାଗର। ଏଥିପାଇଁ ରାଜ୍ୟର ବିଭିନ୍ନ ଶୈବପୀଠ ଚଳଚଞ୍ଚଳ। ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ଦେବଙ୍କ ପୀଠରେ ଗତକାଲି ସନ୍ଧ୍ୟାରୁ ପ୍ରଜ୍ଜଳିତ ହୋଇଛି ସପ୍ତମ ସର୍ବବୃହତ ଜଗତ ମଙ୍ଗଳ ଜାଗର ଦୀପ। ୬ଫୁଟ ଲମ୍ବ, ୬ଫୁଟ ଚଉଡା ଓ ୨ଫୁଟ ଗଭୀର ବିଶିଷ୍ଟ ଏହି ଦ୍ୱୀପର ଓଜନ ୫୯କିଲୋ। ଏଥିରେ ୪କ୍ୱିଣ୍ଟାଲ ୫୦କେଜି ଘିଅ ରଖାଯାଇପାରିବ। ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ଏହି ସର୍ବବୃହତ ଦ୍ୱୀପ ସ୍ଥାନ ପାଇବ ବୋଲି ଆୟୋଜକ ଆଶା ରଖିଛନ୍ତି। ବିଶ୍ୱରେ ସୁଖ, ଶାନ୍ତି ବଜାୟ ରଖିବା ପାଇଁ ଏହି ଦୀପ ମହାଶିବରାତ୍ରୀ ପର‌୍ୟ୍ୟନ୍ତ ଜଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.