କୁଡ଼ିଆ ଘରେ ପାଠ ପଢ଼ି ପାଇଲେ ସଫଳତା, ସଂଘର୍ଷ କରି UPSCରେ ସିଲେକ୍ଟ ହେଲେ ପଓ୍ଵନ

ନିକଟରେ UPSC ପରୀକ୍ଷାର ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷା ଫଳରୁ ଜଣାପଡିଛି ଯେ ଦେଶରେ ଏପରି ଅନେକ ପରିଶ୍ରମୀ ପିଲା ଅଛନ୍ତି, ଯେଉଁମାନେ ସବୁ ପ୍ରକାର ଦୁଃଖ କଷ୍ଟକୁ ସାମ୍ନା କରି ଶେଷରେ ନିଜ ଲକ୍ଷ୍ୟ ହାସଲ କରନ୍ତି ।

ମନରେ ଦୃଢ଼ ଇଚ୍ଛା ଶକ୍ତି ଥିଲେ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୁଏ । ଉଚ୍ଚାଭିଳାସୀ ଲୋକମାନେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ସବୁ ପ୍ରକାରର ବାଧା ବିଘ୍ନକୁ ଅଣଦେଖା କରନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣେ ଯୁବକଙ୍କ ବିଷୟରେ ଜଣାଇବାକୁ ଯାଉଛୁ ଯିଏ ଦୃଢ଼ ଇଚ୍ଛା ଶକ୍ତି ବଳରେ UPSC ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏମିତି ଅନେକ ପରୀକ୍ଷାର୍ଥୀ ଏହି ପରୀକ୍ଷାରେ ପାସ୍‌ କରିଛନ୍ତି ତେବେ ଏ ଯୁବକଙ୍କ କଥା ଆମେ କାହିଁକି କହୁଛୁ ? ଏପରି ପ୍ରଶ୍ନ ଆପଣଙ୍କ ମନରେ ନିଶ୍ଚିତ ଆସୁଥିବ । ତେବେ ଏ ଯୁବକଙ୍କ କାହାଣୀ ଟିକେ ନିଆରା । କାରଣ ଏ ପରୀକ୍ଷାର୍ଥୀ ପରୀକ୍ଷାରେ ପାସ ହେବା ପାଇଁ ଯେଉଁ ସଂଘର୍ଷ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଆସନ୍ତୁ ଜାଣିବା ୟୁପିଏସସିରେ ସିଲେକ୍ଟ ହୋଇଥିବା ପଓ୍ଵନ କୁମାରଙ୍କ ସଂଘର୍ଷର କାହାଣୀ ।

ନିକଟରେ UPSC ପରୀକ୍ଷାର ଫଳ ପ୍ରକାଶ ପାଇଛି । ଏହି ପରୀକ୍ଷା ଫଳରୁ ଜଣାପଡିଛି ଯେ ଦେଶରେ ଏପରି ଅନେକ ପରିଶ୍ରମୀ ପିଲା ଅଛନ୍ତି, ଯେଉଁମାନେ ସବୁ ପ୍ରକାର ଦୁଃଖ କଷ୍ଟକୁ ସାମ୍ନା କରି ଶେଷରେ ନିଜ ଲକ୍ଷ୍ୟ ହାସଲ କରନ୍ତି । ତେବେ UPSCରେ ସିଲେକ୍ଟ ହୋଇଥିବା ପୱନ କୁମାର ମଧ୍ୟ ଏପରି ଜଣେ ଯୁବକ, ଯିଏ ଝାଟି ମାଟିର କୁଡ଼ିଆ ଘରେ ପାଠ ପଢ଼ି ଆଜି ଏ ସଫଳତା ପାଇଛନ୍ତି । ନିଜ ଭବିଷ୍ୟତକୁ ଦୃଢ଼ କରିବା ପାଇଁ ପୱନ କୁମାର କଠିନ ପରିଶ୍ରମ କରିଥିଲେ ଏବଂ ଶେଷରେ ଏହି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି । UPSCରେ ସିଲେକ୍ଟ ହେବା ପରେ ସେ ତାଙ୍କ ଝାଟି ମାଟିର କୁଡ଼ିଆ ଘରେ ବାପା ମା’ଙ୍କୁ ମିଠା ଖୁଆଇ ଖୁସି ମନାଇଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଉତ୍ତର ପ୍ରଦେଶ ବୁଲନ୍ଦସହର ଜିଲ୍ଲାର ରଘୁନାଥପୁର ଗାଁର ବାସିନ୍ଦା ପଓ୍ଵନ କୁମାର । କୁଡ଼ିଆ ଘରେ ପାଠ ପଢ଼ିବା ପାଇଁ ପଓ୍ଵନଙ୍କ ପାଖରେ ଇଲେକ୍ଟ୍ରିର ସୁବିଧା ନଥିଲା । ଆର୍ଥିକ ସ୍ଥିତି ବହୁତ ଖରାପ ଥିଲା । ରୋଷେଇ କରିବା ପାଇଁ ଗ୍ୟାସ ସିଲିଣ୍ଡର ତ ଥିଲା କିନ୍ତୁ ଗ୍ୟାସ ଭରିବା ପାଇଁ ପାଖରେ ଟଙ୍କା ନଥିଲା । ପଓ୍ଵନଙ୍କ ମା’ ଓ ଭଉଣୀ ଜଙ୍ଗଲରୁ ଜାଳେଣୀ ଆଣିଲେ ଘରେ ଚୁଲ୍ଳୀ ଜଳୁଥିଲା । ପଓ୍ଵନଙ୍କ ମା’ ସୁମନଙ୍କ କହିବା ଅନୁସାରେ ଅଭାବ ମଧ୍ୟରେ ପଓ୍ଵନଙ୍କୁ ପାଠ ପଢ଼ାଇବା ବହୁତ କଷ୍ଟ ଥିଲା କିନ୍ତୁ ଶେଷରେ ସବୁ ବାଧା ବିଘ୍ନକୁ ପାର କରି ସେ ଆଜି ସଫଳତା ପାଇଛି ।

ତୃତୀୟ ଥର ପାଇଁ ଚେଷ୍ଟା କରିବା ପରେ ପଓ୍ଵନ UPSCରେ ସିଲେକ୍ଟ କରିଛନ୍ତି । ସେ ୨୩୯ ର‍୍ୟାଙ୍କ ହାସଲ କରିଛନ୍ତି । ତେବେ ପଓ୍ଵନଙ୍କ ବାପା ଓ ଭଉଣୀ ମଜୁରୀ କରିବା ପରେ ହିଁ ପଓ୍ଵନ କୋଚିଂ ଏବଂ ବହି କିଣି ପାରିଥିଲେ । ତାଙ୍କ ପାଖରେ ଫୋନ କିଣିବା ପାଇଁ ବି ଟଙ୍କା ନଥିଲା । କିନ୍ତୁ ବାପା ଓ ଭଉଣୀଙ୍କ ସାହାଯ୍ୟରେ ୩୨୦୦ ଟଙ୍କାରେ ସେ ଏକ ସେକେଣ୍ଡ ହ୍ୟାଣ୍ଡ ଫୋନ କଣିଥିଲେ । ଯାହା ଦ୍ୱାରା ସେ ପାଠ ପଢ଼ିବାରେ ଅନେକ ସାହାଯ୍ୟ ପାଇଥିଲେ । ତାଙ୍କ ବାପା ମୁକେଶ କୁମାର ଓ ମା’ ସୁମନ ପୁଅର ସଫଳତାରେ ବେଶ ଖୁସି ଅଛନ୍ତି । ପଓ୍ଵନଙ୍କ ଏପରି ସଫଳତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.