ପୁଣି ଭୁବନେଶ୍ୱରରୁ ୨.୫ କୋଟି ଟଙ୍କାର ସୁନା ଜବତ କରିଛି ଆୟକର ବିଭାଗ

ପୁଣି ଭୁବନେଶ୍ୱରରୁ ବିପୁଳ ପରିମାଣରେ ସୁନା ଜବତ । ୩.୮କେଜି ସୁନା ଜବତ କରିଛି ଆୟକର ବିଭାଗ । ଏହି ସୁନାର ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା ହେବ। ଭୁବନେଶ୍ୱରର ଜନପଥରେ ଥିବା ଏକ ସୁନା ଦୋକାନର ମ୍ୟାନେଜର ସୁନା ନେଇ ଆସୁଥିବା ବେଳେ ବିମାନ ବନ୍ଦରରେ ଜବତ କଲା ଆୟକର ବିଭାଗ ।

ଭୁବନେଶ୍ୱର (କେନ୍ୟୁଜ୍‌): ପୁଣି ଭୁବନେଶ୍ୱରରୁ ବିପୁଳ ପରିମାଣରେ ସୁନା ଜବତ । ୩.୮କେଜି ସୁନା ଜବତ କରିଛି ଆୟକର ବିଭାଗ । ଏହି ସୁନାର ମୂଲ୍ୟ ପ୍ରାୟ ୨.୫ କୋଟି ଟଙ୍କା ହେବ। ଭୁବନେଶ୍ୱରର ଜନପଥରେ ଥିବା ଏକ ସୁନା ଦୋକାନର ମ୍ୟାନେଜର ସୁନା ନେଇ ଆସୁଥିବା ବେଳେ ବିମାନ ବନ୍ଦରରେ ଜବତ କଲା ଆୟକର ବିଭାଗ ।

ଜବତ ବ୍ୟକ୍ତି ଜଣକ ହେଲେ ହଂସରାଜ ଦେଓରା । ଏହା ପରେ ସେହି ସୁନା ଦୋକାନରେ ମଧ୍ୟ ରେଡ୍ କରି ଆୟକର ବିଭାଗ ଅନେକ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପାଇଛି । ମୁମ୍ବାଇକୁ ଏହି ସୁନା ଯାଉଥିଲା । ଭୁବନେଶ୍ୱରର ସୁନା ଦୋକାନ ସହ ମୁମ୍ବାଇର ଲିଙ୍କ ରହିଛି ।

ଏଥିରେ କିଛି ହୱାଲା କାରବାର ଅଥବା ରାଜନୈତିକ ଲିଙ୍କ ଥିବା ଅନୁମାନ କରୁଛି ଆୟକର ବିଭାଗ । ଦୁଇ ଦିନ ତଳେ କଷ୍ଟମସ ଟିମ୍ ବିମାନ ବନ୍ଦରରୁ ଏକ କେଜି ସୁନା ନେଉଥିବା ବେଳେ ମହାରାଷ୍ଟ୍ରର ମହେଶ ସୁନିଲ ବାବର୍ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.