ପୋଲିଂ ବୁଥରେ ପାଣି, ଛାଇ, ଶୌଚାଳୟ ସହ ହ୍ୱିଲ ଚେୟାରର ବ୍ୟବସ୍ଥା

ପୋଲିଂ ବୁଥରେ ପାଣି, ଛାଇ, ଶୌଚାଳୟ, ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ରାମ୍ପ ଆଦି ପ୍ରସ୍ତୁତ ରହିଛି । ସ୍ଥାନୀୟ ବିଷୟବସ୍ତୁକୁ ନେଇ ପ୍ରତି ନିର୍ବାଚନ ମଣ୍ଡଳୀରେ ମଡେଲ ପୋଲିଂ ବୁଥ ସ୍ଥାପିତ ହୋଇଛି । ଏହାସହିତ ମହିଳାଙ୍କ ପାଇଁ ୫ ହଜାରରୁ ଅଧିକ ମହିଳା ପୋଲିଂ ବୁଥ ସ୍ଥାପିତ ହୋଇଛି ।

କେନ୍ୟୁଜ୍: ପୋଲିଂ ବୁଥରେ ପାଣି, ଛାଇ, ଶୌଚାଳୟ, ଦିବ୍ୟାଙ୍ଗ ଓ ବୟସ୍କ ଭୋଟରଙ୍କ ପାଇଁ ରାମ୍ପ ଆଦି ପ୍ରସ୍ତୁତ ରହିଛି । ସ୍ଥାନୀୟ ବିଷୟବସ୍ତୁକୁ ନେଇ ପ୍ରତି ନିର୍ବାଚନ ମଣ୍ଡଳୀରେ ମଡେଲ ପୋଲିଂ ବୁଥ ସ୍ଥାପିତ ହୋଇଛି । ଏହାସହିତ ମହିଳାଙ୍କ ପାଇଁ ୫ ହଜାରରୁ ଅଧିକ ମହିଳା ପୋଲିଂ ବୁଥ ସ୍ଥାପିତ ହୋଇଛି ।

ଏହି ବୁଥଗୁଡିକର ସମସ୍ତ ପୋଲିଂ କର୍ମଚାରୀ ଓ ସୁରକ୍ଷାକର୍ମୀ ଭାବେ ମହିଳା କର୍ମଚାରୀ ରହିଛନ୍ତି । ଭୋଟର ପରିଚୟପତ୍ର ବ୍ୟତୀତ ୧୨ଟି ବିକଳ୍ପ ଡକ୍ୟୁମେଣ୍ଟ ଦେଖାଇ ପଞ୍ଜିକୃତ ମତଦାତାମାନେ ନିଜ ମତାଧିକାର ସାବ୍ୟସ୍ତ କରିପାରିବେ ।

ମତଦାତାମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କ ସମ୍ପର୍କରେ ଇସିଆଇ କେୱାଇସି ଆପ୍ ମାଧ୍ୟମରେ ଜାଣିପାରିବେ । ମତଦାନକୁ ସ୍ୱଚ୍ଛ ଓ ଶାନ୍ତିପୂର୍ଣ୍ଣ କରାଇବା ପାଇଁ ୫୦ ପ୍ରତିଶତରୁ ଅଧିକ ପୋଲିଂ ବୁଥରେ ୱେବ କାଷ୍ଟିଂ ହେବ ।

ସମୁଦାୟ ୪୬୨୭ ଫ୍ଲାଇଂ ସ୍କ୍ୱାର୍ଡ, ୫୨୦୮ଟି ପରିସଂଖ୍ୟାନ ନୀରିକ୍ଷଣ ଟିମ୍, ୨୦୨୮ଟି ଭିଡିଓ ସର୍ଭେଲାନ୍ସ ଟିମ୍, ୧୨୫୫ ଭିଡିଓ ଭିୱିଂ ଟିମ୍ ନିର୍ବାଚନ ମଣ୍ଡଳୀଗୁଡ଼ିକ ଉପରେ ନଜର ରଖିଛନ୍ତି । ନିର୍ବାଚନ ବେଳେ ବେଆଇନ ଟଙ୍କା, ମଦ, ଉପହାର ଓ ଡ୍ରଗ୍ସ ଆଦିର ଚୋରାଚାଲାଣ ରୋକିବା ପାଇଁ ୧୩୭୪ଟି ଆନ୍ତଃରାଜ୍ୟ ଓ ୧୬୨ଟି ଆନ୍ତର୍ଜାତିକ ଚେକ୍ ପୋଷ୍ଟ ସ୍ଥାପନ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.