ସ୍ପେଶାଲ

ଏହା ହେଉଛି ଦୁନିଆର ସବୁଠାରୁ ଦାମୀ ମଦ, ଯାହାର ମୂଲ୍ୟରେ କିଣିପାରିବେ ଅନେକ ମହଙ୍ଗା କାର

ଆପଣ ବଜାରରେ ଅନେକ ପ୍ରକାରର ମଦ ଦେଖିଥିବେ ଓ କିଣିଥିବେ । ଦଶ ହଜାରରୁ କୋଡିଏ ହଜାର ପର୍ଯ୍ୟନ୍ତ ସମସ୍ତ ପ୍ରକାରର ମଦ ଦୋକାନରେ ଉପଲବ୍ଧ ରହୁଛି । କିନ୍ତ କେବେ ଚିନ୍ତା କରିଛନ୍ତି କି ଦୁନିଆର ସବୁଠାରୁ ମହଙ୍ଗା ମଦର କଣ ହୋଇପାରେ? ୟୁରୋପୀୟ ଦେଶ ହଙ୍ଗରୀର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ଟୋକେଜରେ ଥିବା ଏକ ମଦ ଉତ୍ପାଦନ କେନ୍ଦ୍ର ଦୁନିଆର ସବୁଠାରୁ ମହଙ୍ଗା ମଦ ପ୍ରସ୍ତୁତ କରିଛନ୍ତି ।

ଇସୋଂସିଆ(essencia)୨୦୦୮ ଡିସେଣ୍ଟର ନାମକ ଏହି ମଦର ଏକ ଦେଢ ଲିଟର ବୋତଲର ଦାମ୍ ପାଖାପାଖି ୨୮.୪୩ ଲକ୍ଷ ଟଙ୍କା । essencia ୨୦୦୮ ଡିସେଣ୍ଟରକୁ ଅଧିକ ମାତ୍ରାରେ ପ୍ରସ୍ତୁତ ନକରି କେବଳ ସୀମିତ ମାତ୍ରାରେ ହିଁ ପ୍ରସ୍ତୁତ କରାଯାଏ । ବର୍ତ୍ତମାନ ପର‌୍ୟ୍ୟନ୍ତ ଏହାର ମାତ୍ର ୨୦ ଟି ମଦ ବୋତଲ ପ୍ରସ୍ତୁତି ହୋଇ ସାରିଛି ଯାହା ମଧ୍ୟରୁ ୧୧ଟି ବୋତଲ ବିକ୍ରି ହୋଇଛି।

ଇସୋଂସିଆ(essencia) ୨୦୦୮ ଡିସେଣ୍ଟର ମଦ ବୋତଲର ପ୍ୟାକିଙ୍ଗ ଖୁବ ଆର୍କଷିତ ହୋଇଥାଏ। ଏକ ଚମକଦାର କଳା ରଙ୍ଗର ବକ୍ସ ଭିତରେ ଏହାର ପ୍ରତ୍ୟେକ ବୋତଲକୁ ରଖାଯାଇଥାଏ ।ଏହି ବକ୍ସ ଭିତରେ ଏକ ସ୍ୱିଚ ଲାଗି ରହିଛି ଯାହା ବୋତଲକୁ ଅଧିକ ଆର୍କଷିତ କରିଥାଏ । କେବଳ ସେତିକି ନୁହେଁ , ଏହାର ପ୍ରତ୍ୟେକ ବୋତଲ ଅନ୍ୟ ଏକ ବୋତଲ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଓ ଅଲଗା ଅର୍ଥାତ କୌଣସି ବି ବୋତଲ ଏକା ପ୍ରକାରର ହୋଇନଥାନ୍ତି ।

୨୦୦୮ରେ ପ୍ରସ୍ତୁତ ହୋଇଥିବା ଏହି ମଦକୁ ତିଆରି କରିବାର ବହୁତ ବର୍ଷ ପରେ ବୋତଲରେ ପ୍ୟାକ କରାଯାଇଥିଲା ।ଇସୋଂସିଆ ୨୦୦୮ ଡିସେଣ୍ଟର ଓ୍ଵାଇନ ପ୍ରସ୍ତୁତ ହେବାର ଆଠ ବର୍ଷ ପରେ ଏହାକୁ ବୋତଲରେ ରଖାଯିବା ଉଚିତ୍ ବୋଲି ମଦ ଉତ୍ପାଦନ କମ୍ପାନିର ଜେନେରାଲ ମ୍ୟାନେଜର ଜୋଲ୍ଟନ କୋବାକସ କହିଛନ୍ତି । ଏହାର ଏକ୍ସପାଏରି ଡେଟ ୨୩୦୦ ମସିହା ରହିଛି ଅର୍ଥାତ ଲୋକେ ଏହାକୁ ୮୦ ବର୍ଷ ପର୍ଯ୍ୟନ୍ତ ଷ୍ଟୋର କରି ପିଇ ପାରିବେ ।

ଜୋଲ୍ଟନ କୋବକେସଙ୍କ ଅନୁସାରେ ଏହି ମଦକୁ ଏକ ଖାସ ଋତୁରେ ହିଁ ତିଆରି କରାଯାଇଥାଏ । ୧ କିଲୋଗ୍ରାମ ପାଚିଲା ଅଙ୍ଗୁରକୁ ବ୍ୟବହାର କରି ଏକ ଛୋଟ ଚାମଚ ଇସୋଂସିଆ ୨୦୦୮ ଡିସେଣ୍ଟର ତିଆରି ହୋଇଥାଏ , ଅର୍ଥାତ ଗୋଟିଏ ବୋତଲ ଓ୍ଵାଇନ ପ୍ରସ୍ତୁତ ପାଇଁ ୨୦ କିଲୋଗ୍ରାମ ଅଙ୍ଗୁର ବ୍ୟବହାର କରିଯାଇଥାଏ । ସେହିପରି ଅନ୍ୟ ଓ୍ଵାଇନ ତୁଳନାରେ ଏହି ଓ୍ଵାଇନର ବୋତଲରେ ଅଧିକ ମାତ୍ରରେ ମଦ ରହିପାରେ ।

KNews Bureau

Recent Posts

ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ: ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋଙ୍କୁ ନିମନ୍ତ୍ରଣ କଲେ ବିଜେପିର ୫ ବରିଷ୍ଠ ନେତା

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଓଡ଼ିଶାରେ ପ୍ରଥମ ଥର ପାଇଁ ଶପଥ ନେବେ ବିଜେପି ମୁଖ୍ୟମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,…

3 mins ago

NTA କୁ ନୋଟିସ ଜାରି କଲେ ସୁପ୍ରିମକୋର୍ଟ, ୮ ଜୁଲାଇରେ ହେବ ପରବର୍ତ୍ତୀ ଶୁଣାଣି

NEET ପରୀକ୍ଷାକୁ ନେଇ ଦାଖଲ ହୋଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ ହୋଇଛି । NEET କାଉନସେଲିଂ ଉପରେ ରୋକ୍…

12 mins ago

ନିଜ ଜନ୍ମଦିନରେ ୭୭ ପାଉଣ୍ଡ୍‌ର କେକ୍‌ କାଟିବେ ଲାଲୁ ଯାଦବ, ପରିବାର ସହ ମଧ୍ୟରାତ୍ରିରେ ପାଳିଲେ ବାର୍ଥ ଡେ’

ରାଷ୍ଟ୍ରୀୟ ଜନତା ଦଳ (ଆର୍‌ଜେଡି)ର ମୁଖ୍ୟ ତଥା ପୂର୍ବତନ ରେଳ ମନ୍ତ୍ରୀ ଲାଲୁ ପ୍ରସାଦ ଯାଦବଙ୍କର ଆଜି ୭୭ତମ ଜନ୍ମଦିନ…

19 mins ago

ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ, କାଲି ଅଧାଦିନ ଛୁଟି ରହିବ ରାଜଧାନୀର ସରକାରୀ କାର୍ଯ୍ୟାଳୟ

ଭୁବନେଶ୍ୱର (କେନ୍ୟୁଜ): ଆସନ୍ତାକାଲି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ଜନତା ମଇଦାନରେ ଶପଥ ନେବେ ନୂଆ ମନ୍ତ୍ରିମଣ୍ଡଳ…

33 mins ago

ଏହି ସବୁ ଲାପଟପରେ ମିଳୁଛି ବଢ଼ିଆ ଡିସକାଉଣ୍ଟ, ୟୁଜର୍ସଙ୍କ ପାଇଁ ମିଳୁଛି ପତଳା ଏବଂ ଲାଇଟ୍‌ ୱେଟ ଅପ୍ସନ

ଯେତେବେଳେ ଆମେ ଲାପଟପ୍ କିଣିବାକୁ ପ୍ଲାନ୍‌ କରୁ ସେତେବେଳେ ପ୍ରଥମେ ଲାପଟପର ଡିଜାଇନ୍ ଏବଂ ଓଜନ ଦେଖିଥାଉ । ଅନେକ…

43 mins ago

‘ବାପା ମୋ ଜୀବନ…’, ମନ୍ତ୍ରୀ ହେବା ପରେ ଚିରାଗ ପାସଓ୍ଵାନ ସେୟାର କଲେ ଭାବପ୍ରବଣ ପୋଷ୍ଟ

ଚିରାଗ ପାସୱାନ ପ୍ରଥମ ଥର ମୋଦି କ୍ୟାବିନେଟ୍‌ରେ ମନ୍ତ୍ରୀ ହୋଇଛନ୍ତି । ମୋଦିଙ୍କ ତୃତୀୟ ପାଳି କ୍ୟାବିନେଟରେ ଚିରାଗଙ୍କୁ ଖାଦ୍ୟ…

1 hour ago