ସ୍ପେଶାଲ

ଆଜି ମଧ୍ୟ ଘୁରିବୁଲୁଛି ଶିବଙ୍କର ଏହି ଅବତାର, ଏହି ଦୁର୍ଗରେ କରୁଛନ୍ତି ବାସ

ମହାଭାରତ ବିଷୟରେ ଜାଣିଥିବା ଲୋକମାନେ ତ ନିଶ୍ଚିତ ଅଶ୍ୱଥାମଙ୍କ ବିଷୟରେ ଜାଣିଥିବେ। ଉଲ୍ଲେଖ ରହିଛି ମହାଭାରତର ଅନେକ ପ୍ରମୁଖ ଚରିତ୍ର ମଧ୍ୟରେ ଅଶ୍ୱଥାମାଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଥିଲା। ମହାଭାରତ ଅନୁଯାୟୀ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱଥାମା କାଳ, କ୍ରୋଧ, ଯମ ଏବଂ ଭଗବାନ ଶିବଙ୍କ ଅଂଶ ଥିଲେ। ମାନ୍ୟତା ରହିଛି ଅଶ୍ୱଥାମା ଆଜି ମଧ୍ୟ ଜୀବିତ ରହିଛନ୍ତି ଏବଂ ମଧ୍ୟପ୍ରଦେଶର ଏକ ଦୁର୍ଗରେ ପ୍ରତ୍ୟେକ ଦିନ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଆସିଥାନ୍ତି।

ମାନ୍ୟତା ଅନୁଯାୟୀ ମଧ୍ୟପ୍ରଦେଶର ଜବଲପୁର ସହରର ଗ୍ଵାରୀଘାଟ (ନର୍ମଦା ନଦୀ) କୂଳରେ ଅଶ୍ୱଥାମା ଭ୍ରମଣ କରିଥାନ୍ତି। ଏହାବ୍ୟତୀତ ଅସୀରଗଢ ଦୁର୍ଗରେ ମଧ୍ୟ ଅଶ୍ୱଥାମା ଭ୍ରମଣ କରିବାର ସୂଚନା ମିଳିଛି। ଅଶ୍ୱଥାମା ମହାଭାରତ ଯୁଗ ଅର୍ଥାତ ଦ୍ୱାପର ଯୁଗରେ ଜନ୍ମ ହୋଇଥିଲେ। ସେହି ଯୁଗର ଶ୍ରେଷ୍ଠ ଯୋଦ୍‌ଧାମାନଙ୍କ ମଧ୍ୟରେ ତାଙ୍କ ନାଁ ରହିଥିଲା। ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଏବଂ କୁରୁ ବଂଶର ରାଜଗୁରୁ କୃପାଚାର୍ଯ୍ୟଙ୍କ ଭଣଜା ଥିଲେ। ଦ୍ରୋଣାଚାର୍ଯ୍ୟ ନିଜେ କୌରବ ଏବଂ ପାଣ୍ଡବଙ୍କୁ ଶସ୍ତ୍ର ବିଦ୍ୟାରେ ପାରଙ୍ଗମ କରାଇଥିଲେ। ଅଶ୍ୱଥାମା ମଧ୍ୟ ନିଜ ପିତାଙ୍କ ଭାଂତି ଶାସ୍ତ୍ର ଏବଂ ଶସ୍ତ୍ର ବିଦ୍ୟାରେ ନିପୁଣ ଥିଲେ।

ପିତା-ପୁତ୍ରଙ୍କ ଯୋଡି ମହାଭାରତ ଯୁଦ୍ଧ ସମୟରେ ପାଣ୍ଡବ ସେନାକୁ ଛିନ୍ନ ଭିନ୍ନ କରିଦେଇଥିଲେ। ଏହାପରେ ପାଣ୍ଡବ ସେନାଙ୍କୁ ହତୋତ୍ସାହିତ ଦେଖି ଭଗବାନ ଶ୍ରୀକୃଷ୍ଣ ଦ୍ରୋଣାଚାର୍ଯ୍ୟଙ୍କ ବଧ କରିବାା ପାଇଁ ଯୁଧିଷ୍ଠିରଙ୍କ ଠାରୁ କୁଟନୀତିର ସାହାଯ୍ୟ ନେବା ପାଇଁ କହିଥିଲେ। ଏହି ଯୋଜନା ଦ୍ୱାରା ଯୁଦ୍ଧ ଭୂମିରେ ଏହି ଖବର ବ୍ୟାପିଗଲା ଯେ, ଅଶ୍ୱଥାମାଙ୍କ ମୃତ୍ୟୁ ହୋଇଯାଇଛି।

ଶିବ ମନ୍ଦିରରେ କରୁଛନ୍ତି ପୂଜା-ଅର୍ଚ୍ଚନା

ଅସୀରଗଢ ଦୁର୍ଗରେ ଅବସ୍ଥିତ ପୋଖରୀରେ ସ୍ନାନ କରି ଅଶ୍ୱଥାମା ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପାଇଁ ଯାଇଥାନ୍ତି। କିଛି ଲୋକଙ୍କ କହିବାନୁଯାୟୀ ସେ ଉତାଭଳୀ ନଦୀରେ ସ୍ନାନ କରି ପୂଜା କରିବା ପାଇଁ ଏଠାକୁ ଆସିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ପାହାଡର ଶିଖରରେ ନିର୍ମିତ ଦୁର୍ଗରେ ଅବସ୍ଥିତ ଏହି ପୋଖରୀ କେବେ ବି ଉତ୍ତପ୍ତ ଗରମ ସମୟରେ ମଧ୍ୟ ସୁଖିନଥାଏ। ଏହି ପୋଖରୀର ଟିକିଏ ଆଗରେ ଗୁପ୍ତେଶ୍ୱର ମହାଦେବ ମନ୍ଦିର ଅବସ୍ଥିତ। ଏହି ମନ୍ଦିରର ଚାରିପଟେ ବଡ ବଡ ଗାତ ରହିଛି। ମାନ୍ୟତା ଅନୁଯାୟୀ ଏହି ଗାତ ମଧ୍ୟରୁ କୌଣସି ଏକ ଗାତରେ ଗୁପ୍ତ ରାସ୍ତା ରହିଛି, ଯାହା ଖାଣ୍ଡବ ବନରେ ଥିବା ଏହି ଗୁପ୍ତ ରାସ୍ତାର ସଂଯୋଗ ସିଧା ମନ୍ଦିର ସହ ରହିଛି।

KNews Bureau

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

12 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

31 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

39 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

55 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

1 hour ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago