ଆଜି ମଧ୍ୟ ଘୁରିବୁଲୁଛି ଶିବଙ୍କର ଏହି ଅବତାର, ଏହି ଦୁର୍ଗରେ କରୁଛନ୍ତି ବାସ

ମହାଭାରତ ବିଷୟରେ ଜାଣିଥିବା ଲୋକମାନେ ତ ନିଶ୍ଚିତ ଅଶ୍ୱଥାମଙ୍କ ବିଷୟରେ ଜାଣିଥିବେ। ଉଲ୍ଲେଖ ରହିଛି ମହାଭାରତର ଅନେକ ପ୍ରମୁଖ ଚରିତ୍ର ମଧ୍ୟରେ ଅଶ୍ୱଥାମାଙ୍କର ମଧ୍ୟ ପ୍ରମୁଖ ଭୂମିକା ରହିଥିଲା। ମହାଭାରତ ଅନୁଯାୟୀ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଅଶ୍ୱଥାମା କାଳ, କ୍ରୋଧ, ଯମ ଏବଂ ଭଗବାନ ଶିବଙ୍କ ଅଂଶ ଥିଲେ। ମାନ୍ୟତା ରହିଛି ଅଶ୍ୱଥାମା ଆଜି ମଧ୍ୟ ଜୀବିତ ରହିଛନ୍ତି ଏବଂ ମଧ୍ୟପ୍ରଦେଶର ଏକ ଦୁର୍ଗରେ ପ୍ରତ୍ୟେକ ଦିନ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଆସିଥାନ୍ତି।

asrigarh1ମାନ୍ୟତା ଅନୁଯାୟୀ ମଧ୍ୟପ୍ରଦେଶର ଜବଲପୁର ସହରର ଗ୍ଵାରୀଘାଟ (ନର୍ମଦା ନଦୀ) କୂଳରେ ଅଶ୍ୱଥାମା ଭ୍ରମଣ କରିଥାନ୍ତି। ଏହାବ୍ୟତୀତ ଅସୀରଗଢ ଦୁର୍ଗରେ ମଧ୍ୟ ଅଶ୍ୱଥାମା ଭ୍ରମଣ କରିବାର ସୂଚନା ମିଳିଛି। ଅଶ୍ୱଥାମା ମହାଭାରତ ଯୁଗ ଅର୍ଥାତ ଦ୍ୱାପର ଯୁଗରେ ଜନ୍ମ ହୋଇଥିଲେ। ସେହି ଯୁଗର ଶ୍ରେଷ୍ଠ ଯୋଦ୍‌ଧାମାନଙ୍କ ମଧ୍ୟରେ ତାଙ୍କ ନାଁ ରହିଥିଲା। ସେ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର ଏବଂ କୁରୁ ବଂଶର ରାଜଗୁରୁ କୃପାଚାର୍ଯ୍ୟଙ୍କ ଭଣଜା ଥିଲେ। ଦ୍ରୋଣାଚାର୍ଯ୍ୟ ନିଜେ କୌରବ ଏବଂ ପାଣ୍ଡବଙ୍କୁ ଶସ୍ତ୍ର ବିଦ୍ୟାରେ ପାରଙ୍ଗମ କରାଇଥିଲେ। ଅଶ୍ୱଥାମା ମଧ୍ୟ ନିଜ ପିତାଙ୍କ ଭାଂତି ଶାସ୍ତ୍ର ଏବଂ ଶସ୍ତ୍ର ବିଦ୍ୟାରେ ନିପୁଣ ଥିଲେ।

sadhu-ପିତା-ପୁତ୍ରଙ୍କ ଯୋଡି ମହାଭାରତ ଯୁଦ୍ଧ ସମୟରେ ପାଣ୍ଡବ ସେନାକୁ ଛିନ୍ନ ଭିନ୍ନ କରିଦେଇଥିଲେ। ଏହାପରେ ପାଣ୍ଡବ ସେନାଙ୍କୁ ହତୋତ୍ସାହିତ ଦେଖି ଭଗବାନ ଶ୍ରୀକୃଷ୍ଣ ଦ୍ରୋଣାଚାର୍ଯ୍ୟଙ୍କ ବଧ କରିବାା ପାଇଁ ଯୁଧିଷ୍ଠିରଙ୍କ ଠାରୁ କୁଟନୀତିର ସାହାଯ୍ୟ ନେବା ପାଇଁ କହିଥିଲେ। ଏହି ଯୋଜନା ଦ୍ୱାରା ଯୁଦ୍ଧ ଭୂମିରେ ଏହି ଖବର ବ୍ୟାପିଗଲା ଯେ, ଅଶ୍ୱଥାମାଙ୍କ ମୃତ୍ୟୁ ହୋଇଯାଇଛି।

ଶିବ ମନ୍ଦିରରେ କରୁଛନ୍ତି ପୂଜା-ଅର୍ଚ୍ଚନା

asrigarh_ଅସୀରଗଢ ଦୁର୍ଗରେ ଅବସ୍ଥିତ ପୋଖରୀରେ ସ୍ନାନ କରି ଅଶ୍ୱଥାମା ଶିବ ମନ୍ଦିରରେ ପୂଜା ଅର୍ଚ୍ଚନା କରିବା ପାଇଁ ଯାଇଥାନ୍ତି। କିଛି ଲୋକଙ୍କ କହିବାନୁଯାୟୀ ସେ ଉତାଭଳୀ ନଦୀରେ ସ୍ନାନ କରି ପୂଜା କରିବା ପାଇଁ ଏଠାକୁ ଆସିଥାନ୍ତି। ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି ପାହାଡର ଶିଖରରେ ନିର୍ମିତ ଦୁର୍ଗରେ ଅବସ୍ଥିତ ଏହି ପୋଖରୀ କେବେ ବି ଉତ୍ତପ୍ତ ଗରମ ସମୟରେ ମଧ୍ୟ ସୁଖିନଥାଏ। ଏହି ପୋଖରୀର ଟିକିଏ ଆଗରେ ଗୁପ୍ତେଶ୍ୱର ମହାଦେବ ମନ୍ଦିର ଅବସ୍ଥିତ। ଏହି ମନ୍ଦିରର ଚାରିପଟେ ବଡ ବଡ ଗାତ ରହିଛି। ମାନ୍ୟତା ଅନୁଯାୟୀ ଏହି ଗାତ ମଧ୍ୟରୁ କୌଣସି ଏକ ଗାତରେ ଗୁପ୍ତ ରାସ୍ତା ରହିଛି, ଯାହା ଖାଣ୍ଡବ ବନରେ ଥିବା ଏହି ଗୁପ୍ତ ରାସ୍ତାର ସଂଯୋଗ ସିଧା ମନ୍ଦିର ସହ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.