ପୁଣି ଧରାପଡ଼ିଲା ପାକିସ୍ତାନର ମିଛ, ନିଖୋଜ ହୋଇନାହିଁ ଆତଙ୍କବାଦୀ ମସୁଦ ଆଜହର

ନୂଆଦିଲ୍ଲୀ: ପୁଣି ଧରାପଡ଼ିଲା ପାକିସ୍ତାନ ମିଛ । ନକଟରେ କୁଖ୍ୟାତ ଆତଙ୍କବାଦୀ ମସୁଦ ଆଜହର ନିଖୋଜ ଥିବା କହିଥିଲା ପାକିସ୍ତାନ । ହେଲେ ସବୁ ମିଛ ପଦାରେ ପଡ଼ିଛି । ଗୁଇନ୍ଦା ବିଭାଗ ହାତରେ ଲାଗିଥିବା ସୂଚନା ମୁତାବକ ଜୈଶ ଇ ମହମ୍ମଦର ମୁଖ୍ୟ ମସୁଦ ଅଜହର ପାକିସ୍ତାନରେ ହିଁ ଲୁଚିଛି । FATFର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ପାକିସ୍ତାନ ନୂଆ ଚାଲ୍‌ ଚଳାଇଛି । ପାକିସ୍ତାନ ଆତଙ୍କବାଦୀ ମସୁଦ ଆଜହରକୁ ପାକିସ୍ତାନ ଆର୍ମି ଓ ଆଇଏସ୍‌ଆଇ ଆର୍ମିର ସୁରକ୍ଷା ସ୍ଥାନ ବହାବଳପୁର ସହରରେ ଲୁଚାଇ ରଖିଛି ।