Below header

ୟୁଜର ମାନଙ୍କୁ ବଡ଼ ଝଟକା ଦେଲା Airtel, ବଢ଼ାଇଲା ପୋଷ୍ଟପେଡ଼ ପ୍ଲାନର ଦର

ଭାରତର ଅନ୍ୟତମ ଟେଲିକମ କମ୍ପାନୀ ଏୟାରଟେଲ ନିଜ ପୋଷ୍ଟ ପେଡ ପ୍ଲାନ ଗୁଡିକର ଦର ବଢା଼ଇ ଦେଇଛି । ଏବେ କମ୍ପାନୀର ୧୯୯ ଟଙ୍କିଆ ପୋଷ୍ଟ ପେଡ ପ୍ଲାନର ଦର ବଢି ୨୪୯ ଟଙ୍କା ହୋଇଯାଇଛି । କିନ୍ତୁ ପୂର୍ବ ପରି ଏଥିରେ ବିଭିନ୍ନ ସେବା ଗୁଡିକ ଉପଲବ୍ଧ ହେବ । ତେବେ ଆସନ୍ତୁ ଜାଣିବା ଏୟାରଟେଲର ବିଭିନ୍ନ ପ୍ଲାନ ଗୁଡିକ ବିଷୟରେ ।

 

airtel price

ଏୟାରଟେଲର ୨୪୯ ଟଙ୍କିଆ ପ୍ଲାନ:

ଏଥିରେ ଉପଭୋକ୍ତା ମାନଙ୍କୁ ଅନଲିମିଟେଡ଼ ଭଏସ କଲ ସମେତ ୧୦୦ ଏସଏମଏସର ସୁବିଧା ପାଇପାରିବେ । ଏହା ସହ କମ୍ପାନୀ ୟୁଜରଙ୍କୁ ୧୦ ଡିବିର ଡାଟା ସୁବିଧା ବି ଯୋଗାଇବ । ୟୁଜର ମାନଙ୍କୁ ଏହି ପ୍ଲାନରେ ୧୮ ପ୍ରତିଶତ ଜିଏସଟି ଦେବାକୁ ପଡିବ ବୋଲି ଜଣାଯାଇଛି ।

ଏୟାରଟେଲର ୪୯୯ ଟଙ୍କିଆ ପ୍ଲାନ:

ଆପଣଙ୍କୁ ଏଥିରେ ୭୫ ଜିବି ଡାଟା ସମେତ ଏସଏମଏସର ସୁବିଧା ବି ମିଳିପାରିବ । ୟୁଜର ମାନେ କୌଣସି ନେଟୱର୍କକୁ ଅନଲିମିଟେଡ଼ କଲ ବି କରିପାରିବେ । ଏହାବାଦ କମ୍ପାନୀ ଏଥିରେ ଆପଣଙ୍କୁ ଆମାଜନ ପ୍ରାଇମ, ଏୟାରଟେଲ ଏକ୍ସଟ୍ରିମ ସହ ମୋବାଇଲ ପ୍ରୋଟେକ୍ସନ ସ୍କିନ ବି ଉପଲବ୍ଧ କରାଇବ

airtel price

ଏୟାରଟେଲର ୭୪୯ ଟଙ୍କିଆ ପୋଷ୍ଟପେଡ଼ ପ୍ଲାନ :

ଆପଣଙ୍କୁ ଏହି ପ୍ଲାନରେ ୨୦୦ ଜିବି ରୋଲ ଓଭର ସୁବିଧା ସହ ୧୨୫ ଜିବି ଡାଟା ଓ ୧୦୦ ଏସଏମଏସର ସୁବିଧା ବି ମିଳିପାରିବ । ଏହା ସହ କୌଣସି ବି ନେଟୱର୍କ ଉପରେ ଅନଲିମିଟେଡ଼ କଲ କରିପାରିବେ । ଏସବୁ ବ୍ୟତୀତ ଆପଣ ଏହି ପ୍ଲାନରେ ଆମଜାନ ପ୍ରାଇମ , ଏୟାରଟେଲ ଏକ୍ସଟ୍ରିମ ଓ ମୋବାଇଲ ପ୍ରୋଟେକ୍ସନ ସ୍କିନର ସବସ୍କ୍ରିପସନ ବି ମିଳିପାରିବ ।

ଆପଣଙ୍କୁ କହି ରଖିବା ଉଚିତ ହେବ କି ଏୟାରଟେଲ ସୋମବାର ଏଜିଆର ବାବଦରେ ୧୦,୦୦୦ କୋଟି ଟଙ୍କା ଜମା କରିବେ । ଦେଶର ସମସ୍ତ ଟେଲିକମ କମ୍ପାନୀ ଯେମିତିକି ଏୟାରଟେଲ, ଭୋଡାଫୋନ, ଆଇଡ଼ିଆ, ଟାଟା ଟେଲି ସର୍ଭିସ ଆଦି ଗୁଡିକୁ ନିଜ ନିଜ ବକେୟା ଏଜିଆର ରାଶି ଜମା କରିବା ପାଇଁ ନୋଟିସ ଜାରି କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.