Below header

ନେସ୍କୋର ଆକ୍ସନ୍ ଡ୍ରାଇଭ୍, ବକେୟା ବିଲ୍ ପୈଠ ନକରିବାରୁ କଟାଗଲା ବାଲେଶ୍ୱର ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିଦ୍ୟୁତ ସେବା

ବାଲେଶ୍ୱର: ନେସ୍କୋର ଆକ୍ସନ୍ ଡ୍ରାଇଭ୍ । ବକେୟା ବିଦ୍ୟୁତ୍ ବିଲ୍ ପୈଠ ନକରିବାରୁ କଟାଗଲା ବିଜୁଳି ସଂଯୋଗ । ବାଲେଶ୍ୱର ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ ସେବା ବନ୍ଦ କରାଯାଇଛି । ଫଳରେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ପ୍ରାୟ ୨ ଲକ୍ଷରୁ ଅଧିକ ରୋଗୀ ନିର୍ଭର କରିଥାନ୍ତି । ଏନେଇ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନଚାର୍ଜ କହିଛନ୍ତି, ୪ ଲକ୍ଷ ୪୯ ହଜାର ଟଙ୍କାର ବିଲ ବକେୟା ରହିଛି । ପ୍ରତିବର୍ଷ ମାର୍ଚ୍ଚରେ ବିଦ୍ୟୁତ ବିଲ୍ ଦିଆଯାଉଛି । ହେଲେ ନେସ୍କୋର ବିନା ନୋଟିସ୍‌ରେ ବିଦ୍ୟୁତ କାଟ ହୋଇଛି । ହଠାତ୍ ସ୍ୱାସ୍ଥ୍ୟକେନ୍ଦ୍ରରେ ବିଦ୍ୟୁତ୍ କାଟ୍‌କୁ ବିରୋଧ କରିଛନ୍ତି ସ୍ଥାନୀୟବାସିନ୍ଦା । ଏନେଇ ଜାମଶୁଳୀ ବିଦ୍ୟୁତ ସବଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.