ଆଗକୁ ନିର୍ବାଚନ: ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ, ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର

ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ । ସୀମାକୁ ସିଲ୍ କରାଯିବା ସହ ସୀମାନ୍ତ ଗେଟ୍ ଗୁଡିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଡିଭିଏଫ୍, ସିଆରପିଏଫ୍ ଓ ସ୍ଥାନୀୟ ପୋଲିସ ସହାୟତାରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

(କେନ୍ୟୁଜ): ଓଡ଼ିଶା ଝାଡ଼ଖଣ୍ଡ ସୀମାରେ ହାଇ ଆଲର୍ଟ ।  ସୀମାକୁ ସିଲ୍ କରାଯିବା ସହ ସୀମାନ୍ତ ଗେଟ୍ ଗୁଡିକରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।  ଡିଭିଏଫ୍, ସିଆରପିଏଫ୍ ଓ ସ୍ଥାନୀୟ ପୋଲିସ ସହାୟତାରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।  ମାଓବାଦୀଙ୍କ ଗତିବିଧି ଉପରେ କଡା ନଜର ରଖାଯାଇଛି । ନିର୍ବାଚନ ସମୟରେ ମାଓବାଦୀମାନେ ଯେପରି ଅଘଟଣ ନଘଟାନ୍ତି ସେଥିପ୍ରତି ସତର୍କ ନଜର ରଖାଯାଇଛି ।

ନିର୍ବାଚନ ସମୟରେ ମାଓବାଦୀମାନେ ବିଭିନ୍ନ ସ୍ଥାନରେ ଧମକପୂର୍ଣ୍ଣ ପୋଷ୍ଟର ଲଗାଇବା ଠାରୁ ଆରମ୍ଭ କରି ଅସାମାଜିକ କାର୍ଯ୍ୟକଳାପ ଘଟାଇ ନିର୍ବାଚନକୁ ବିରୋଧ କରିଥାନ୍ତି । ଓଡ଼ିଶା ସୀମାକୁ ପ୍ରବେଶ କରିବା ଆଶଙ୍କାରେ ଓଡ଼ିଶା ପୋଲିସ ପକ୍ଷରୁ ସୀମାନ୍ତ ଅଞ୍ଚଳକୁ ସିଲ୍ କରାଯିବା ସହ ଗୁଇନ୍ଦା ସୂଚନା ଉପରେ ନଜର ରଖାଯାଇଥିବା ସୂଚନା ଦେଇଛନ୍ତି ରାଉରକେଲା ଏସପି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.