ଭାରତୀୟ ରେଲୱେରେ ୮,୦୦୦ରୁ ଅଧିକ TTE ପଦବୀ ଖାଲି, ଜାଣନ୍ତୁ କେବେ ଠାରୁ କରିପାରିବେ ଆବେଦନ
ଆରଆରବି ଅଧିନରେ ୮,୦୦୦ରୁ ଅଧିକ ଟିଟିଇ ପୋଷ୍ଟ ଖାଲିପଡିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଚେକ୍ କରିପାରିବେ । ଏଥିପାଇଁ ଖୁବଶୀଘ୍ର ଆବେଦନ ଗ୍ରହଣ କରାଯିବ । ତେବେ ମଇରୁ ଏଥିପାଇଁ ଆବେଦନ ଆରମ୍ଭ ହେବ ।

ଭାରତୀୟ ରେଲୱେରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ଆରଆରବି ଅଧିନରେ ୮,୦୦୦ରୁ ଅଧିକ ଟିଟିଇ ପୋଷ୍ଟ ଖାଲିପଡିଛି । ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ଅଫିସିଆଲ ସାଇଟକୁ ଯାଇ ଚେକ୍ କରିପାରିବେ । ଏଥିପାଇଁ ଖୁବଶୀଘ୍ର ଆବେଦନ ଗ୍ରହଣ କରାଯିବ । ତେବେ ମଇରୁ ଏଥିପାଇଁ ଆବେଦନ ଆରମ୍ଭ ହେବ । ସେହିପରି ଜୁନ୍ ୨୦୨୪ରେ ଆବେଦନ ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡିଛି ।
ପଦବୀ ବିବରଣୀ : ୮,୦୦୦
ଜରୁରୀ ତାରିଖ: ଖାଲିପଡିଥିବା ପଦବୀ ପାଇଁ ମଇରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ଜୁନ୍ରେ ଶେଷ ହେବ ।
ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ଦଶମ ପାସ୍ ସହିତ ଡିପ୍ଲୋମା କରିଥିବା ଜରୁରୀ ।
ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୮ ବର୍ଷ ହୋଇଥିବା ଜରୁରୀ ।
ଦରମା : ଚୟନିତ ପ୍ରାର୍ଥୀଙ୍କୁ ୨୭,୪୦୦ରୁ ୪୫,୬୦୦ ଟଙ୍କା ଦରମା ମିଳିବ ।
ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା, ଫିଜିକାଲ ଟେଷ୍ଟ, ମେଡିକାଲ ଟେଷ୍ଟ ମାଧ୍ୟମରେ ହେବ ।
ଆବେଦନ ଶୁଳ୍କ : ସାଧାରଣ ଏବଂ ଓବିସି ପ୍ରାର୍ଥୀ ୫୦୦ ଟଙ୍କା ଦେବାକୁ ହେବ । ସେହିପରି ଅନୁସୂଚିତ ଜାତି/ଜନଜାତି ପ୍ରାର୍ଥୀ ୩୦୦ ଟଙ୍କା ଦେବାକୁ ହେବ ।
କେମିତି କରିବେ ଆବେଦନ :
ଇଚ୍ଛୁକ ପ୍ରାର୍ଥୀ ଭାରତୀୟ ରେଳର ଅଫିସିଆଇ ସାଇଟ୍ indianrailways.gov.in କୁ ଯିବାକୁ ହେବ ।
ତା’ ପରେ ସର୍ଚ୍ଚ ଅପସନରେ ରେଲୱେ ଟିଟିଇ ରିକ୍ରୁଟମେଣ୍ଟ ୨୦୨୪ରେ କ୍ଲିକ୍ କରିବାକୁ ହେବ ।
ଏହାପରେ ସମସ୍ତ ବିବବରଣୀ ଭରିବା ପରେ ନେକ୍ଟ ବଟନ କ୍ଲିକ୍ କରିବେ । ତା’ ପରେ ଫଟୋ ଏବଂ ଥମ୍ବ ଦେବା ପରେ ଆରପେଜକୁ ଯାଆନ୍ତୁ ।
ସେଠାରେ ଆବେଦନ ଶୁଳ୍କ ଏବଂ ତାରିଖ ସେଭ୍ କରିବା ପରେ ସବମିଟ୍ କ୍ଲିକ୍ କରନ୍ତୁ ।
ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍ କରନ୍ତୁ ।