ସ୍ପେଶାଲ

ଫାଲଗୁନ ଅମାବାସ୍ୟା କ’ଣ, ଜାଣନ୍ତୁ ଏହାର ମହତ୍ତ୍ୱ

ଫାଲଗୁନ ମାସର କୃଷ୍ଣପକ୍ଷରେ ପଡୁଥିବା ଅମାବାସ୍ୟାକୁ ଫାଲଗୁନ ଅମାବାସ୍ୟା ବୋଲି କୁହାଯାଏ । ଏହା ସୁଖ, ଶାନ୍ତି ଓ ସୌଭାଗ୍ୟର ପ୍ରତୀକ । ଏହା ସୌଭାଗ୍ୟ ପ୍ରାପ୍ତି ପାଇଁ ବିଶେଷ ଲାଭଦାୟକ ହୋଇଥାଏ । ଏ ବର୍ଷ ଫାଲଗୁନ ଅମାବାସ୍ୟା ମାର୍ଚ୍ଚ ୨ ତାରିଖ ଅର୍ଥାତ ବୁଧବାର ପଡୁଛି । ଏହିଦିନରେ ପବିତ୍ର ନଦୀରେ ସ୍ନାନ କରି ଦାନ କରିବାର ବିଶେଷ ମହତ୍ତ୍ୱ ରହିଛି । ଏହିଦିନ ପୂଜା ଓ ବ୍ରତ କଲେ ଦୁଇ ଗୁଣ ଫଳ ମିଳିଥାଏ । ଏହିଦିନ ପିତୃପୁରୁଷଙ୍କୁ ତର୍ପଣ କଲେ ପୂଣ୍ୟ ମିଳିଥାଏ । ଏହିଦିନ ପବିତ୍ର ନଦୀରେ ସ୍ନାନ କରି ଦାନ କରିବାର ପରମ୍ପରା ରହିଛି ।

ଏହା ପଛରେ ମାନ୍ୟତା ରହିଛି ଫାଲଗୁନ ଅମାବାସ୍ୟା ଦିନ ଦେବତାମାନେ ସଂଗମ ତଟରେ ବାସ କରିଥାନ୍ତି। ପଣ୍ଡିତଙ୍କ କହିବାନୁଯାୟୀ ଯଦି ଏହି ଫାଲଗୁନ ଅମାବାସ୍ୟା ଦିନ ପିତୃ ପୁରୁଷଙ୍କୁ ତର୍ପଣ କରାଯାଏ ତେବେ ବର୍ଷସାରା ଅମାବାସ୍ୟାର ତର୍ପଣର ଲାଭ ମିଳିଥାଏ। ଫାଲଗୁନ ଅମାବାସ୍ୟା ଦିନ ତର୍ପଣ ପାଇଁ ଦକ୍ଷିଣ ଦିଗ ଉପଯୋଗ କରିବା ଉଚିତ। ଯଦି କୌଣସି ନଦୀର କୂଳରେ ତର୍ପଣ କରିବାକୁ ଚାହୁଁଛନ୍ତି ତେବେ ଏହି ସ୍ଥାନ ବାଛୁନ୍ତୁ ଯେଉଁ ସ୍ଥାନ ଦକ୍ଷିଣ ଦିଗକୁ ରହିଥିବ। ଏହି ତର୍ପଣ କରିବା ସମୟରେ ହାତରେ କୁଶ ଧାରଣ କରିବା ଉଚିତ। ତର୍ପଣ ଅପରାହ୍ନ ପରେ କରିବା ଉଚିତ।

ଜାଣନ୍ତୁ କିପରି କରିବେ ତର୍ପଣ:

ଫାଲଗୁନ ଅମାବାସ୍ୟା ଦିନ ତର୍ପଣ କରିବା ପାଇଁ ସୂର୍ଯ୍ୟୋଦୟ ପୂର୍ବରୁ ଉଠି ସ୍ନାନ କରନ୍ତୁ। ଏହାପରେ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରି ‘ଓଁ ନମୋ ଭଗବତେ ବାସୁଦେବାୟ’ ମନ୍ତ୍ର ଜପ କରନ୍ତୁ। ଏହାପରେ ତର୍ପଣ ପାଇଁ ଆସନ ଉପରେ ବସନ୍ତୁ। ଏହି ତର୍ପଣ ସମୟରେ ରାଶିର ଖାସ୍‌ ମହତ୍ୱ ରହିଛି। ତର୍ପଣ କାର୍ଯ୍ୟ ଶେଷ କରିବା ପାଇଁ କୌଣସି ବ୍ରାହ୍ମଣଙ୍କର ଆବଶ୍ୟକ ହୋଇନଥାଏ।

ଫାଲଗୁନ ଅମାବାସ୍ୟାର ମହତ୍ତ୍ୱ :

ଧାର୍ମିକ ମାନ୍ୟତା ଅନୁସାରେ ଫାଲଗୁନ ଅମାବାସ୍ୟାରେ ପବିତ୍ର ନଦୀରେ ଦେବାଦେବୀ ନିବେଶ କରିଥାଆନ୍ତି। ଏଥିପାଇଁ ଏହିଦିନ ଗଙ୍ଗା, ଯମୁନା, ସରସ୍ୱତୀରେ ସ୍ନାନ କରିବାର ବିଶେଷ ମହତ୍ତ୍ୱ ରହିଛି। ଫାଲଗୁନ ଅମାବାସ୍ୟା ଯଦି ସୋମବାରରେ ପଡେ ତେବେ ଏହାକୁ ମହାକୁମ୍ଭ ସ୍ନାନ ବୋଲି କୁହାଯାଇଥାଏ । ଏହିଦିନ ଭଗବାନ ଶଙ୍କର ଓ ଭଗବାନ ବିଷ୍ଣୁଙ୍କୁ ପୂଜା କରାଯାଇଥାଏ ।

ଫାଲଗୁନ ଅମାବାସ୍ୟାର ଶୁଭ ମୁହୂର୍ତ୍ତ :

ଫାଲଗୁନ୍ ମାସର କୃଷ୍ଣ ପକ୍ଷର ଅମାବାସ୍ୟା ତିଥ ମାର୍ଚ୍ଚ ୦୨ ତାରିଖ ରାତି ୦୧ ଟା ଠାରୁ ଆରମ୍ଭ ହେଉଛି। ଏହି ସମୟରେ ମହାଶିବରାତ୍ରି ସମାପ୍ତ ହେଉଛି। ଫାଲଗୁନ ଅମାବାସ୍ୟା ତିଥି ମାର୍ଚ୍ଚ ୨ ତାରିଖରେ ରାତି ୧୧:୦୪ ରେ ଶେଷ ହେଉଛି।

ଫାଲଗୁନ ଅମାବାସ୍ୟାରେ କ’ଣ କରାଯାଏ :

୧. ଏହିଦିନ ପବିତ୍ର ଜଳାଶୟରେ ସ୍ନାନ କରି ସୂର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ପରେ ପିତୃ ପୁରୁଷଙ୍କୁ ତର୍ପଣ କରନ୍ତୁ ।
୨. ପିତୃପୁରୁଷଙ୍କ ଆତ୍ମାକୁ ଶାନ୍ତି କରିବା ପାଇଁ ଉପବାସ କରନ୍ତୁ ଓ ଗରିବଙ୍କୁ ଦାନ ଦକ୍ଷିଣା ଦିଅନ୍ତୁ ।
୩. ଏହିଦିନ ଓସ୍ତ ଗଛ ତଳେ ସୋରିଷ ତେଲ ଦୀପ ଲଗାଇ ପିତୃପୁରୁଷଙ୍କୁ ଅର୍ପଣ କରନ୍ତୁ ଏବଂ ଓସ୍ତଗଛ ଚାରିପଟେ ପରିକ୍ରମା କରନ୍ତୁ ।
୪. ରୁଦ୍ର,ଅଗ୍ନି ଓ ବ୍ରାହ୍ମଣଙ୍କୁ ପୂଜା କରି ଦହି ଓ ପୁରୀ ଅର୍ପଣ କରନ୍ତୁ ଏବଂ ନିଜେ ସେହି ପଦାର୍ଥକୁ ଥରେ ସେବନ କରନ୍ତୁ ।
୫. ଶିବ ମନ୍ଦିର ଯାଇ ସେଠାରେ ଗାଈର କଞ୍ଚା କ୍ଷୀର, ଦହି ଓ ମହୁରେ ଶିବଙ୍କୁ ଅଭିଷେକ କରନ୍ତୁ ଏବଂ ଭଗବାନ ଶିବଙ୍କୁ କଳା ତେଲ ଅର୍ପଣ କରନ୍ତୁ ।
୬. ଅମାବାସ୍ୟାକୁ ଶନିଦେବଙ୍କର ଦିନ ବୋଲି ମଧ୍ୟ ବିବେଚନା କରାଯାଇଥାଏ । ସେଥିପାଇଁ ଏହିଦିନ ଶନି ଭଗବାନଙ୍କୁ ମଧ୍ୟ ପୂଜା କରାଯାଇଥାଏ । ଏହିଦିନ ଶନିଦେବଙ୍କୁ କଳାତେଲ, ନୀଳ ଫୁଲ, କଳାକପଡା ଓ କଜ୍ଜଳ ଅର୍ପଣ କରାଯାଇଥାଏ ।

 

Also Read : ମହାଶିବରାତ୍ରିରେ ଶିବ ଲିଙ୍ଗରେ ଚଢ଼ାନ୍ତୁ ୧୦୮ ବେଲ ପତ୍ର, ଦୂର ହେବ ଆର୍ଥିକ ସମସ୍ୟା

Barsha

Recent Posts

ଘାଇଲା କରୁଛି ପାଗଳ ବିଲୁଆ, ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

କାକଟପୁର (କେନ୍ୟୁଜ): ପାଗଳ ବିଲୁଆ ଆତଙ୍କରେ ଥରହର ହେଉଛନ୍ତି ଗାଁ ଲୋକେ । ଅସ୍ତରଙ୍ଗ ନିକଟ ବେଗୁନିଆବସ୍ତ ଗାଁରେ ଏକ…

17 mins ago

ସର୍ବଭାରତୀୟ କବାଡି ପ୍ରତିଯୋଗୀତା ଉଦଯାପିତ, ମହିଳାରେ କିଟ ଏବଂ ପୁରୁଷରେ ସାଉଥ୍ ଇଷ୍ଟର୍ଣ୍ଣ ରେଲୱେ ଦଳ ଚାମ୍ପିଅନ୍

ଯାଜପୁର (କେନ୍ୟୁଜ) : ଚାଲିଛି ସଂଘର୍ଷପୂର୍ଣ୍ଣ ଲଢେଇ । କର ବା ମର ପରିସ୍ଥିତି । ଏପଟେ ଗ୍ୟାଲେରୀରେ ଦର୍ଶକଙ୍କ…

19 mins ago

ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ, ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର : ପ୍ରଚଣ୍ଡ ଗୁଳୁଗୁଳି ପରେ ବଦଳିଲା ପାଗ  । ରାଜଧାନୀରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା  । ଅସହ୍ୟ…

22 mins ago

ଅମରନାଥ ଯାତ୍ରା ପାଇଁ ହେଲିକପ୍ଟର ସେବା ଲାଗି ବୁକିଂ ଆରମ୍ଭ

ବାବାଙ୍କ ଭକ୍ତିରେ ଲୀନ ଶ୍ରଦ୍ଧାଳୁ । ସମସ୍ତଙ୍କ ମୁହଁରେ ଗୋଟାଏ ଶଦ୍ଦ ବାବା.. ଭୋଲେନାଥ.. । ଦେବ ଦେବ ମହାଦେବଙ୍କୁ…

28 mins ago

ଇରାନ୍‌: ହସ୍ପିଟାଲରେ ଲାଗିଲା ଭୟଙ୍କର ନିଆଁ, ଦେଖୁ ଦେଖୁ ଜଳିଗଲେ ୯ ଜଣ ରୋଗୀ; ତଦନ୍ତ ପାଇଁ ନିର୍ଦ୍ଦେଶ

ଇରାନ୍‌ର ଉତ୍ତର ଭାଗରେ ଥିବା ଏକ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏଥିରେ ୯ ଜଣ ରୋଗୀଙ୍କର ମୃତ୍ୟୁ…

43 mins ago

କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିବା ଉଚିତ Windows ଏବଂ Split AC ? ଜାଣନ୍ତୁ ଏହାର ୱାରେଣ୍ଟି ଡେଟ୍‌

Windows ଏବଂ Split ACରେ ଅଗ୍ନିକାଣ୍ଡ ଏବଂ ବିସ୍ଫୋରଣର ଅନେକ ଘଟଣା ଗତ କିଛି ଦିନ ମଧ୍ୟରେ ସାମ୍ନାକୁ ଆସିଛି…

1 hour ago