ମନୋରଂଜନ

ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଅଭିନେତ୍ରୀ ରାଗିଣୀ, ଗୋଆର ଶିବଶଙ୍କରଙ୍କୁ କଲେ ବିବାହ

ବଲିଉଡ ହେଉ ଅବା ଓଲିଉଡ ଏବେ କେବଳ ବିବାହ ଋତୁ। ପ୍ରାୟତ ଅଭିନେତା ଓ ଅଭିନେତ୍ରୀ ଏବେ ବିବାହ କରୁଛନ୍ତି। ଏହି ଲିଷ୍ଟରେ ରହିଛନ୍ତି ଓଲିଉଡ ଅଭିନେତ୍ରୀ ରାଗିଣୀ ରିୟା ସୂତ୍ରଧର। ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଗିଣୀ । ସହଦେବ ଓ ଅଞ୍ଜଳି ସୂତ୍ରଧରଙ୍କ ସୁକନ୍ୟା ରାଗିଣୀ ଶିବଶଙ୍କର ସିଂ ଓ ଜଳେଶ୍ୱରୀ ଦେବୀଙ୍କ ସୁପୁତ୍ର ବିକ୍ରମଙ୍କୁ ବିଧି ଅନୁଯାୟୀ ଗୋଆରେ ବିବାହ କରିଛନ୍ତି ।

ବିବାହ ପୂର୍ବରୁ ଗୋଆରେ ହୋଇଥିଲା ସଙ୍ଗୀତ, କକ୍‌ଟେଲ୍‌ ଏବଂ ପ୍ରିୱେଡିଂ ସେଲିବ୍ରେସନ୍‌ । ଏଥିରେ ବହୁ ଅଭିନେତା ଓ ଅଭିନେତ୍ରୀ ଯୋଗଦେଇ ଧୂମ୍‌ ମଚାଇଥିଲେ । ରାଗିଣୀ ନିଜ ଇନ୍‌ଷ୍ଟାରେ ଏହାର ଫଟୋ ସେୟାର କରିଥିଲେ । ଆଉ ସେହି ଫଟୋରେ ଲେଖିଥିଲେ, ‘ଜୀବନର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଥିବାରୁ ସମସ୍ତଙ୍କ ସ୍ନେହ ଓ ଆଶୀର୍ବାଦ ଲୋଡ଼ୁଛି’ ।

ଏହି ବଙ୍ଗୀୟ ନାୟିକା ସିନେମା ‘ଗଡ଼ବଡ଼’ ମାଧ୍ୟମରେ ଓଲିଉଡରେ ପ୍ରବେଶ କରିଥିଲେ । ପରେ ‘ମୁଁ ଏକା ତୁମର’, ‘ତମେ ଥିଲେ ସାଥୀରେ’, ‘ହରି ଓମ୍‌ ହରି’, ‘ପ୍ରେମୀ’, ‘ଦେଖା ହେଲା ପ୍ରେମ ହେଲା’ ଓ ‘ଲାଗେ ପ୍ରେମ ନଜର’ରେ ଅଭିନୟ କରିଛନ୍ତି । ଏଥିସହିତ ବଙ୍ଗଳାରେ ‘ମିତାଲି ଗେଷ୍ଟ ହାଉସ୍‌’, ‘ଏକ ଟୁକୁ ଚୋୟା ଲଗେ’, ‘ସ୍ୱର୍ଣ୍ଣ ମୁଦ୍ରା’, ତେଲୁଗୁରେ ‘କ୍ୟୁମ୍‌ ଭାଇ’, ‘୧୦୦ ରୂପେୟା ନୋଟ୍‌’ରେ ଅଭିନୟ କରିଛନ୍ତି ।

Also Read : ପ୍ରଥମ ଥର ଏକାଠି ସ୍କ୍ରିନ ସେୟାର କରିବେ ହ୍ରିତିକ ଓ ଦୀପିକା, ଖୁବଶୀଘ୍ର ଆରମ୍ଭ ହେବ ଅପ୍‌କମିଂ ଫିଲ୍ମ ‘ଫାଇଟର’ର ସୁଟିଂ

 

Swagatika

Recent Posts

୨୧ ଜୁନରେ ଲଞ୍ଚ ହେବାକୁ ଯାଉଛି Infinix Note 40 5G, 120W ଫାଷ୍ଟ ଚାର୍ଜିଂ ସହ ମିଳିବ 108MP କ୍ୟାମେରା

ସ୍ମାର୍ଟଫୋନ୍ କମ୍ପାନୀଗୁଡିକ ପାଇଁ ଭାରତ ଏକ ବଡ ବଜାର । ବର୍ଷର ବାର ମାସ, କମ୍ପାନୀମାନେ ସେମାନଙ୍କ ଫ୍ୟାନ୍ସ ଏବଂ…

1 min ago

BECIL ରେ ୨୩୧ ପଦବୀ ଖାଲି, ରିଟାୟର୍ଡ କର୍ମଚାରୀ ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । BECIL ରେ ଭର୍ତ୍ତି ପାଇଁ ଆବେଦନ ଗ୍ରହଣ କରାଯାଉଛି…

5 mins ago

ମାଟି ଖୋଳିବା ବେଳେ ଅଘଟଣ, ଚାପିହୋଇ ୩ ମହିଳାଙ୍କ ମୃତ୍ୟୁ

କୋରାପୁଟ : ମାଟି ଖୋଳିବା ବେଳେ ଅଘଟଣ । ମାଟି ତଳେ ଚାପିହୋଇ ୩ ମହିଳାଙ୍କ ମୃତ୍ୟୁ । ଘଟଣାସ୍ଥଳରୁ…

10 mins ago

ସାମସଙ୍ଗ୍‌ ଲଞ୍ଚ କଲା ସ୍ମାର୍ଟ ସ୍ନିକର୍ସ, ଏବେ ଜୋତାରେ କଣ୍ଟ୍ରୋଲ ହେବ ଆପଣଙ୍କ ଫୋନ

ଟେକ୍ନୋଲୋଜି ଦୁନିଆରେ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ଡିଭାଇସ୍‌ ପ୍ରସ୍ତୁତ କରାଯାଉଛି । ଏହି ଡିଭାଇସ୍‌ ଦ୍ୱାରା…

19 mins ago

ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ଏମିତି ହୋଇପାରେ ସମ୍ଭାବ୍ୟ ବିଭାଗ ତାଲିକା

ଭୁବନେଶ୍ୱର (କେନ୍ୟୁଜ):  ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ । ଆଜି ଅପେକ୍ଷାର ଅନ୍ତ ଘଟିବ ।…

30 mins ago

ବାରମ୍ବାର ଜିନିଷ ରଖି ଭୁଲିଯାଉଛନ୍ତି କି? ସ୍ମୃତିଶକ୍ତି ବଢାଇବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ

ବୟସ ବଢିବା ସହିତ ସ୍ମୃତି ଶକ୍ତି ହରାଇବା ଭଳି ସମସ୍ୟାର ସମ୍ମୁଖୀନ ହେବା ଏକ ସାଧାରଣ କଥା । କିନ୍ତୁ,…

32 mins ago