ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଅଭିନେତ୍ରୀ ରାଗିଣୀ, ଗୋଆର ଶିବଶଙ୍କରଙ୍କୁ କଲେ ବିବାହ

ବଲିଉଡ ହେଉ ଅବା ଓଲିଉଡ ଏବେ କେବଳ ବିବାହ ଋତୁ। ପ୍ରାୟତ ଅଭିନେତା ଓ ଅଭିନେତ୍ରୀ ଏବେ ବିବାହ କରୁଛନ୍ତି। ଏହି ଲିଷ୍ଟରେ ରହିଛନ୍ତି ଓଲିଉଡ ଅଭିନେତ୍ରୀ ରାଗିଣୀ ରିୟା ସୂତ୍ରଧର। ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ରାଗିଣୀ । ସହଦେବ ଓ ଅଞ୍ଜଳି ସୂତ୍ରଧରଙ୍କ ସୁକନ୍ୟା ରାଗିଣୀ ଶିବଶଙ୍କର ସିଂ ଓ ଜଳେଶ୍ୱରୀ ଦେବୀଙ୍କ ସୁପୁତ୍ର ବିକ୍ରମଙ୍କୁ ବିଧି ଅନୁଯାୟୀ ଗୋଆରେ ବିବାହ କରିଛନ୍ତି ।
ବିବାହ ପୂର୍ବରୁ ଗୋଆରେ ହୋଇଥିଲା ସଙ୍ଗୀତ, କକ୍ଟେଲ୍ ଏବଂ ପ୍ରିୱେଡିଂ ସେଲିବ୍ରେସନ୍ । ଏଥିରେ ବହୁ ଅଭିନେତା ଓ ଅଭିନେତ୍ରୀ ଯୋଗଦେଇ ଧୂମ୍ ମଚାଇଥିଲେ । ରାଗିଣୀ ନିଜ ଇନ୍ଷ୍ଟାରେ ଏହାର ଫଟୋ ସେୟାର କରିଥିଲେ । ଆଉ ସେହି ଫଟୋରେ ଲେଖିଥିଲେ, ‘ଜୀବନର ନୂଆ ଯାତ୍ରା ଆରମ୍ଭ କରିବାକୁ ଯାଉଥିବାରୁ ସମସ୍ତଙ୍କ ସ୍ନେହ ଓ ଆଶୀର୍ବାଦ ଲୋଡ଼ୁଛି’ ।
ଏହି ବଙ୍ଗୀୟ ନାୟିକା ସିନେମା ‘ଗଡ଼ବଡ଼’ ମାଧ୍ୟମରେ ଓଲିଉଡରେ ପ୍ରବେଶ କରିଥିଲେ । ପରେ ‘ମୁଁ ଏକା ତୁମର’, ‘ତମେ ଥିଲେ ସାଥୀରେ’, ‘ହରି ଓମ୍ ହରି’, ‘ପ୍ରେମୀ’, ‘ଦେଖା ହେଲା ପ୍ରେମ ହେଲା’ ଓ ‘ଲାଗେ ପ୍ରେମ ନଜର’ରେ ଅଭିନୟ କରିଛନ୍ତି । ଏଥିସହିତ ବଙ୍ଗଳାରେ ‘ମିତାଲି ଗେଷ୍ଟ ହାଉସ୍’, ‘ଏକ ଟୁକୁ ଚୋୟା ଲଗେ’, ‘ସ୍ୱର୍ଣ୍ଣ ମୁଦ୍ରା’, ତେଲୁଗୁରେ ‘କ୍ୟୁମ୍ ଭାଇ’, ‘୧୦୦ ରୂପେୟା ନୋଟ୍’ରେ ଅଭିନୟ କରିଛନ୍ତି ।
Also Read : ପ୍ରଥମ ଥର ଏକାଠି ସ୍କ୍ରିନ ସେୟାର କରିବେ ହ୍ରିତିକ ଓ ଦୀପିକା, ଖୁବଶୀଘ୍ର ଆରମ୍ଭ ହେବ ଅପ୍କମିଂ ଫିଲ୍ମ ‘ଫାଇଟର’ର ସୁଟିଂ