Below header

ଦାଦନ ଖଟିବାକୁ ଯାଇ ନିଖୋଜ ଝିଅ, ଫେରାଇ ଆଣିବାକୁ ସରକାରଙ୍କୁ ପରିବାର ଲୋକଙ୍କ ଆକୁଳ ନିବେଦନ

ଆନନ୍ଦପୁର(କେନ୍ଯୁଜ୍): ଭବିଷ୍ଯତ ଗଢିବା ସମୟରେ ପରିବାର କଥା ଭାବି ଦାଦନ ଖଟିବାକୁ ଗଲେ । ହେଲେ ଏବେ ମିଳୁନି ପତ୍ତା। ଦାଦନ ଖଟିବାକୁ ଯାଇ ଏବେ ହୋଇଯାଇଛନ୍ତି ନିଖୋଜ। ଫେରିବା ବାଟକୁ ଚାହିଁ ଚାହିଁ ଗୁମୁରି କାନ୍ଦୁଛି ମା। ଆର୍ଥିକ ସଂକଟରୁ ମୁକ୍ତି ପାଇବା କୁ ଠିକାଦାର ସାଙ୍ଗରେ ନିଜ ଝିଅ ଙ୍କୁ ଦାଦନ ଖଟିବାକୁ ଛାଡିଦେଲେ ପରିବାର। ରୋଜଗାର ଆଶା ରେ ଦୂର ରାଇଜ କୁ ଗଲେ ଯେ ଆଉ ଖୋଜ ଖବର ମିଳୁନି। ଝିଅ କେଉଁଠି ଅଛି? କେବେ ଘରକୁ ଫେରିବ ସେହି ଚିନ୍ତାରେ ଏବେ ଭାଗ୍ଯକୁ ଆଦରି ଝିଅ ମାନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ପରିବାର ଲୋକେ।

ଏ ଘଟଣା ହେଉଛି ଆନନ୍ଦପୁର ପୌରପରିଷଦ ୭ ନମ୍ବର ୱାର୍ଡର। ଆନନ୍ଦପୁର ମହାବିଦ୍ୟାଳୟ ପଛ ପଟେ ରହିଛି ଏକ ଆଦିବାସୀ ପଡା। ଏହି ଆଦିବାସୀ ପଡା ରୁ ଜଣେ ନାବାଳିକା ଙ୍କ ସମେତ ୩ ଜଣ ଠିକାଦାରଙ୍କ ପ୍ରରୋଚନାରେ ଦାଦନ ଖଟିବାକୁ ଗଲେ ସିନା ଆଉ ଫେରିନାହାନ୍ତି। ଦୀର୍ଘ ୮ ମାସ ତଳୁ ଗୁଜୁରାଟର ସୁରଟକୁ କାମ ଆଶାରେ ଯାଇଥିଲେ । ହେଲେ ମାସେ କି ଦୁଇମାସ ପରେ ନାଁ ଫୋନ ରେ ଯୋଗାଯୋଗ ହୋଇପାରିଲା ନା ଘର ସହିତ ସମ୍ପର୍କ କିଛି ରହିଲା । ଆଦିବାସୀ ପଡାର ନାବାଳିକା ସୁମିତ୍ରା ମୁଣ୍ଡା, ସବିତା ସିଙ୍କୁ, ଲକ୍ଷ୍ମଣ ମୁଣ୍ଡା ଓ ମାଧ ସିଙ୍କୁ ଗତ ଜୁଲାଇ ମାସ ରୁ ଦାଦନ ଖଟିବାକୁ ଯାଇ ଆଉ ଫେରି ନାହାନ୍ତି।

 

ଯାହା ଜଣାପଡିଛି ଆଦିବାସୀ ପଡାର ରଇବାରୀ ମୁଣ୍ଡାଙ୍କ ନାବାଳିକା ଝିଅ ସୁମିତ୍ରାଙ୍କ ସହ ତାଙ୍କ ମା ଡିସେମ୍ବର ମାସ ରେ ଫୋନ ଯୋଗେ କଥା ହୋଇଥିଲେ ହେଲେ ତାପର ଠାରୁ ତାଙ୍କ ଖୋଜ ଖବର ମିଳୁନି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ଅଞ୍ଚଳର ଏସ କେ ଫଜୁଲ ନାମକ ଜଣେ ଦଲାଲ ସେମାନଙ୍କୁ ଠିକା କାମରେ ଲଗାଇଥିବା ବେଳେ ସେ ମଧ୍ୟ ପରିବାର ଲୋକଙ୍କ ଫୋନ ଉଠାଉ ନାହାନ୍ତି କି ସଠିକ ତଥ୍ଯ ଦେଉ ନାହାନ୍ତି। ମାଧ ସି ଟଙ୍କା ଟିଏ ମଧ୍ୟ ଦେଉନଥିବା କି ଫୋନ ରେ ଯୋଗାଯୋଗ କରୁନଥିବାରୁ ତାଙ୍କ ସ୍ତ୍ରୀ ଓ ଛୋଟ ଛୁଆ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି।

ପାଠ ପଢିବା ସମୟରେ ଆର୍ଥିକ ସଂକଟରୁ ମୁକ୍ତି ପାଇବାକୁ ପ୍ରଥମେ ଦାଦନ ଦୁଃଖ ଓ ପରେ ପରେ ଠିକାଦାରଙ୍କ ଜୁଲୁମ । ଏବେ ଅତ୍ୟନ୍ତ ଦୁଖଦାୟକ ପରିସ୍ଥିତି ସ୍ରୁଷ୍ଟ କରିଛି ।ସବୁ ଦାଦନ ଶ୍ରମିକ ଙ୍କୁ ଫେରାଇ ଆଣିବାକୁ ସରକାର ଙ୍କୁ ଅନୁରୋଧ କରିଛନ୍ତି ପରିବାର ଲୋକେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.