ସ୍ପେଶାଲ

ଯାହା ଟଙ୍କା ଥିଲା ସବୁ ଚିକିତ୍ସାରେ ସରିଗଲା, ଏବେ ଅସହ୍ଯ ଯନ୍ତ୍ରଣାରେ ଖଟିଆରେ ପଡି ଜୀବନ ସହ ସଂଗ୍ରାମ କରୁଛି ମୋ ପୁଅ

ରାଇରଙ୍ଗପୁର: ଆଖିରେ ଆଖିଏ ସ୍ଵପ୍ନ , ଦେହରେ ଯନ୍ତ୍ରଣାର କୋହ । ସମସ୍ତେ ନିରୁପାୟ । ଦିନକୁ ଦିନ ବଢିଚାଲିଛି ଯନ୍ତ୍ରଣା। ଚାଲିହେଉନାହି କି କୌଣସି କାମ ବି କରିହେଉନାହି I ଘରେ ଯାହା ବି ସମ୍ବଳ ଥିଲା ସବୁ ଚିକିତ୍ସାରେ ସରିଗଲା । ଅଧିକ ଚିକିତ୍ସା ପାଇଁ ଆଉ ଅର୍ଥ ନାହିଁ I ଦିନେ କି ଦୁଇ ଦିନ ନୁହେଁ ଛୋଟବେଳରୁ ଭାଗ୍ୟକୁ ଆଦରି ସେମିତି ଖଟିଆରେ ପଡିରହିଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ନାଗଭଣ ଗ୍ରାମର ଆବଦୁଲ କାଦିର I

ଦିନ ଥିଲା ସାଙ୍ଗସାଥିଙ୍କ ସହ ଯାଉଥିଲା ସ୍କୁଲ। ବାପାମା’ଙ୍କ ଆଶା ଥିଲା ଆମ ପୁଅ ପାଠ ପଢି ବଡ ହେଲେ ଭଲ ଚାକିରି କରିବ। ବାପା ମା’ଙ୍କ ପରିଣତ ବୟସରେ ଆଶା ବାଡି ସାଜିବ I ହେଲେ ଭାଗ୍ୟ ଭାଙ୍ଗିଦେଲା ବାପାମା’ଙ୍କ ସବୁ ଆଶା। ଚୁରମାର ହୋଇଗଲା ସବୁ ସ୍ଵପ୍ନ । ଆବଦୁଲ କାଦିର ଚତୁର୍ଥ ଶ୍ରେଣୀ ପାସ୍ କରିବା ପରେ ହଠାତ୍ ପୀଡିତ ହେଲେ ଥାଲାସେମିଆ ରୋଗରେ ଆଉ ତା ଜୀବନରେ ଆସିଲା କଳା ବାଦଲ I

ପ୍ରତିମାସରେ ଆବଶ୍ୟକତା ପଡିଲା ରକ୍ତ । ଅନ୍ୟ ପିଲାଙ୍କ ପରି ସାଧାରଣ ଜୀବନ ସେ ଜୀଇଁ ପାରୁନାହାନ୍ତି । ଗାଁ ଦାଣ୍ଡ ବଦଳରେ ଖଟରେ ବିତୁଛି ତାଙ୍କ ଜୀବନ । ପିଲାଙ୍କ ଖୁସି ପାଇଁ ନିଜର ସର୍ବସ୍ଵ ସମ୍ବଳ ଲଗାଇ ପରିବାର ଲୋକେ ନେଇଗଲେ କଟକ ହସ୍ପିଟାଲ । ସେଠାରେ ଚିକିତ୍ସା ପରେ ଠିକ ହୋଇଯାଇଥିଲେ କାଦିର , ଅନ୍ୟ ପିଲାଙ୍କ ପରି ଚାଲିପାରୁଥିଲା ,ଖେଳକୁଦ ମଧ୍ୟ କରୁଥିଲା । ରକ୍ତ ସଞ୍ଚାରଣର ମଧ୍ୟ ଆବଶ୍ୟକତା ପଡିଲା ନାହିଁ । କାମଧନ୍ଦ କରି ବୁଢୀ ମାଙ୍କୁ ଘର ଚଳାଇବାରେ ସହଯୋଗ ମଧ୍ୟ କରୁଥିଲେ ।

କିଛି ବର୍ଷ ପରେ ପୁଣି ଆରମ୍ଭ ହେଲା ସେହି ପୁରୁଣା ରୋଗ ,ପୁଣି ହେଲାନାହି ଦେହରେ ରକ୍ତ ତିଆରି। ରକ୍ତ କମିବାରେ ଲାଗିଲା। ରକ୍ତ ସଞ୍ଚାରଣ ବିନା ବଞ୍ଚିବା ଅସମ୍ଭବ ହେଲା । ହାତ ଗୋଡ ସବୁ ପଡିଗଲା । ପ୍ରତିମାସକୁ ୨ ଥର ରକ୍ତର ଆବଶ୍ୟକତା ପଡେ। ସ୍ଵାମୀ ଆରପାରିକୁ ଚାଲିଯିବା ପରେ ଅଭାବ ଅନଟନ ଭିତରେ ମା ସାମିନାଙ୍କ ପାଇଁ ଘର ଚଳାଇବା ବହୁ କଷ୍ଟକର ହେଉଥିବା ବେଳେ ପୁଅଙ୍କ ଚିକିତ୍ସା ଖର୍ଚ୍ଚ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ।

ଅନ୍ଯପଟେ ଡ଼ାକ୍ତର କହିଛନ୍ତି ସଠିକ ସମୟରେ ରକ୍ତ ନ ଦେଲେ ଅସହ୍ୟ ଯନ୍ତ୍ରଣାରେ ହିଁ ଜୀବନ ଚାଲିଯାଇପାରେ । ଜୀବନ ଯାକ ରକ୍ତ ଦରକାର । ସମ୍ପୁର୍ଣ୍ଣ ଚିକିତ୍ସା ପାଇଁ ବୋନ ମେରୋ ଟ୍ରାନ୍ସପ୍ଳାଣ୍ଟ କରାଗଲେ ପିଲାଟି ଭଲ ହୋଇପାରିବ। ବଡ ବଡ ହସ୍ପିଟାଲରେ ଏହି ଚିକିତ୍ସା ହେଉଥିବା ବେଳେ ଏଥି ପାଇଁ ଲକ୍ଷାଧିକ ଟଙ୍କା ଦରକାର ।

ଅନ୍ଯପଟେ ଥାଲାସେମିଆ ରୋଗୀଙ୍କୁ ମାସକୁ ୫୦୦ ଟଙ୍କା ହସ୍ପିଟାଲ ଯାତାୟାତ ଖର୍ଚ୍ଚ ବାବଦକୁ ମିଳିବା କଥା କିନ୍ତୁ ତାହା ମଧ୍ୟ ପ୍ରଶାସନ ପକ୍ଷରୁ ଦିଆଯାଉନାହି । ଏନେଇ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ନିକଟକୁ ଜଣାଇବାରୁ ମାସକୁ ଦିଆଯାଉଥିବା ଯାତାୟାତ ଖର୍ଚ୍ଚ ଖୁବଶୀଘ୍ର ତାଙ୍କୁ ପ୍ରଦାନ କରାଯିବା ସହ ଉଚ୍ଚସ୍ତରୀୟ ଡାକ୍ତରଙ୍କ ସହ କଥା ହୋଇ ଚିକିତ୍ସା ପାଇଁ ବଡ ମେଡିକାଲକୁ ସ୍ଥାନାନ୍ତର କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏବେ ଦେଖିବାକୁ ବାକି ରହିଲା କାଦିରଙ୍କୁ କେବେ ମିଳୁଛି ସରକାରୀ ସହାୟତା ।

Sonalisa

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

8 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

10 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

14 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

15 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

20 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

29 mins ago