ଯାହା ଟଙ୍କା ଥିଲା ସବୁ ଚିକିତ୍ସାରେ ସରିଗଲା, ଏବେ ଅସହ୍ଯ ଯନ୍ତ୍ରଣାରେ ଖଟିଆରେ ପଡି ଜୀବନ ସହ ସଂଗ୍ରାମ କରୁଛି ମୋ ପୁଅ

ରାଇରଙ୍ଗପୁର: ଆଖିରେ ଆଖିଏ ସ୍ଵପ୍ନ , ଦେହରେ ଯନ୍ତ୍ରଣାର କୋହ । ସମସ୍ତେ ନିରୁପାୟ । ଦିନକୁ ଦିନ ବଢିଚାଲିଛି ଯନ୍ତ୍ରଣା। ଚାଲିହେଉନାହି କି କୌଣସି କାମ ବି କରିହେଉନାହି I ଘରେ ଯାହା ବି ସମ୍ବଳ ଥିଲା ସବୁ ଚିକିତ୍ସାରେ ସରିଗଲା । ଅଧିକ ଚିକିତ୍ସା ପାଇଁ ଆଉ ଅର୍ଥ ନାହିଁ I ଦିନେ କି ଦୁଇ ଦିନ ନୁହେଁ ଛୋଟବେଳରୁ ଭାଗ୍ୟକୁ ଆଦରି ସେମିତି ଖଟିଆରେ ପଡିରହିଛନ୍ତି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ନାଗଭଣ ଗ୍ରାମର ଆବଦୁଲ କାଦିର I

ଦିନ ଥିଲା ସାଙ୍ଗସାଥିଙ୍କ ସହ ଯାଉଥିଲା ସ୍କୁଲ। ବାପାମା’ଙ୍କ ଆଶା ଥିଲା ଆମ ପୁଅ ପାଠ ପଢି ବଡ ହେଲେ ଭଲ ଚାକିରି କରିବ। ବାପା ମା’ଙ୍କ ପରିଣତ ବୟସରେ ଆଶା ବାଡି ସାଜିବ I ହେଲେ ଭାଗ୍ୟ ଭାଙ୍ଗିଦେଲା ବାପାମା’ଙ୍କ ସବୁ ଆଶା। ଚୁରମାର ହୋଇଗଲା ସବୁ ସ୍ଵପ୍ନ । ଆବଦୁଲ କାଦିର ଚତୁର୍ଥ ଶ୍ରେଣୀ ପାସ୍ କରିବା ପରେ ହଠାତ୍ ପୀଡିତ ହେଲେ ଥାଲାସେମିଆ ରୋଗରେ ଆଉ ତା ଜୀବନରେ ଆସିଲା କଳା ବାଦଲ I

hospital bedପ୍ରତିମାସରେ ଆବଶ୍ୟକତା ପଡିଲା ରକ୍ତ । ଅନ୍ୟ ପିଲାଙ୍କ ପରି ସାଧାରଣ ଜୀବନ ସେ ଜୀଇଁ ପାରୁନାହାନ୍ତି । ଗାଁ ଦାଣ୍ଡ ବଦଳରେ ଖଟରେ ବିତୁଛି ତାଙ୍କ ଜୀବନ । ପିଲାଙ୍କ ଖୁସି ପାଇଁ ନିଜର ସର୍ବସ୍ଵ ସମ୍ବଳ ଲଗାଇ ପରିବାର ଲୋକେ ନେଇଗଲେ କଟକ ହସ୍ପିଟାଲ । ସେଠାରେ ଚିକିତ୍ସା ପରେ ଠିକ ହୋଇଯାଇଥିଲେ କାଦିର , ଅନ୍ୟ ପିଲାଙ୍କ ପରି ଚାଲିପାରୁଥିଲା ,ଖେଳକୁଦ ମଧ୍ୟ କରୁଥିଲା । ରକ୍ତ ସଞ୍ଚାରଣର ମଧ୍ୟ ଆବଶ୍ୟକତା ପଡିଲା ନାହିଁ । କାମଧନ୍ଦ କରି ବୁଢୀ ମାଙ୍କୁ ଘର ଚଳାଇବାରେ ସହଯୋଗ ମଧ୍ୟ କରୁଥିଲେ ।

poor familyକିଛି ବର୍ଷ ପରେ ପୁଣି ଆରମ୍ଭ ହେଲା ସେହି ପୁରୁଣା ରୋଗ ,ପୁଣି ହେଲାନାହି ଦେହରେ ରକ୍ତ ତିଆରି। ରକ୍ତ କମିବାରେ ଲାଗିଲା। ରକ୍ତ ସଞ୍ଚାରଣ ବିନା ବଞ୍ଚିବା ଅସମ୍ଭବ ହେଲା । ହାତ ଗୋଡ ସବୁ ପଡିଗଲା । ପ୍ରତିମାସକୁ ୨ ଥର ରକ୍ତର ଆବଶ୍ୟକତା ପଡେ। ସ୍ଵାମୀ ଆରପାରିକୁ ଚାଲିଯିବା ପରେ ଅଭାବ ଅନଟନ ଭିତରେ ମା ସାମିନାଙ୍କ ପାଇଁ ଘର ଚଳାଇବା ବହୁ କଷ୍ଟକର ହେଉଥିବା ବେଳେ ପୁଅଙ୍କ ଚିକିତ୍ସା ଖର୍ଚ୍ଚ ବୋଝ ଉପରେ ନଳିତା ବିଡା ସଦୃଶ୍ୟ ।

ଅନ୍ଯପଟେ ଡ଼ାକ୍ତର କହିଛନ୍ତି ସଠିକ ସମୟରେ ରକ୍ତ ନ ଦେଲେ ଅସହ୍ୟ ଯନ୍ତ୍ରଣାରେ ହିଁ ଜୀବନ ଚାଲିଯାଇପାରେ । ଜୀବନ ଯାକ ରକ୍ତ ଦରକାର । ସମ୍ପୁର୍ଣ୍ଣ ଚିକିତ୍ସା ପାଇଁ ବୋନ ମେରୋ ଟ୍ରାନ୍ସପ୍ଳାଣ୍ଟ କରାଗଲେ ପିଲାଟି ଭଲ ହୋଇପାରିବ। ବଡ ବଡ ହସ୍ପିଟାଲରେ ଏହି ଚିକିତ୍ସା ହେଉଥିବା ବେଳେ ଏଥି ପାଇଁ ଲକ୍ଷାଧିକ ଟଙ୍କା ଦରକାର ।

healthଅନ୍ଯପଟେ ଥାଲାସେମିଆ ରୋଗୀଙ୍କୁ ମାସକୁ ୫୦୦ ଟଙ୍କା ହସ୍ପିଟାଲ ଯାତାୟାତ ଖର୍ଚ୍ଚ ବାବଦକୁ ମିଳିବା କଥା କିନ୍ତୁ ତାହା ମଧ୍ୟ ପ୍ରଶାସନ ପକ୍ଷରୁ ଦିଆଯାଉନାହି । ଏନେଇ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ନିକଟକୁ ଜଣାଇବାରୁ ମାସକୁ ଦିଆଯାଉଥିବା ଯାତାୟାତ ଖର୍ଚ୍ଚ ଖୁବଶୀଘ୍ର ତାଙ୍କୁ ପ୍ରଦାନ କରାଯିବା ସହ ଉଚ୍ଚସ୍ତରୀୟ ଡାକ୍ତରଙ୍କ ସହ କଥା ହୋଇ ଚିକିତ୍ସା ପାଇଁ ବଡ ମେଡିକାଲକୁ ସ୍ଥାନାନ୍ତର କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଏବେ ଦେଖିବାକୁ ବାକି ରହିଲା କାଦିରଙ୍କୁ କେବେ ମିଳୁଛି ସରକାରୀ ସହାୟତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.