Below header

ଭଉଣୀ ପାଇଁ ସୁଶାନ୍ତ ଲେଖିଥିଲେ ସ୍ପେଶାଲ ନୋଟ, ସୋସିଆଲ ମିଡିଆରେ ହେଉଛି ଭାଇରଲ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆକସ୍ମିକ ମୃତ୍ୟୁକୁ ସହଜରେ କେହି ଏପର୍ଯ୍ୟନ୍ତ ବିଶ୍ୱାସ କରିନାହାନ୍ତି। ଫ୍ୟାନମାନଙ୍କ ପରି ସୁଶାନ୍ତଙ୍କ ପରିବାର ଲୋକ ମଧ୍ୟ ବହୁତ ଦୁଃଖିତ ରହିଛନ୍ତି। ସୁଶାନ୍ତ ଭଉଣୀ ଶ୍ୱେତା ସିଂ କୀର୍ତ୍ତି ଆମେରିକାରେ ରହୁଛନ୍ତି। ଭାଇର ମୃତ୍ୟୁ ପରେ ଭାଇ ସହିତ ଜଡିତ ଅନେକ ପୋଷ୍ଟକୁ ସେୟାର କରୁଛନ୍ତି ଶ୍ୱେତା। ନିକଟରେ ଏକ ପୋଷ୍ଟକୁ ଶ୍ୱେତା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ଯାହା ସୁଶାନ୍ତଙ୍କ ହାତ ଲେଖା ରହିଛି। ଏହି ଲେଖାଟି ସୁଶାନ୍ତ ଭଉଣୀକୁ ମୋଟିଭେଟ୍‌ କରିବା ପାଇଁ ଲେଖିଥିଲେ।

ଏହି କାର୍ଡକୁ ସୁଶାନ୍ତ ଭଉଣୀ ଶ୍ୱେତାଙ୍କୁ ଅନେକ ଦିନ ପୂର୍ବରୁ ଦେଇଥିଲେ। ଯେଉଁଥିରେ ଭଉଣୀର ଆତ୍ମବିଶ୍ୱାସ ବଢାଇବା ପାଇଁ ସୁଶାନ୍ତ ମେସେଜ ଲେଖିଥିଲେ। ଏଥିରେ ସୁଶାନ୍ତ ଲେଖିଛନ୍ତି, ଯେଉଁ ଝିଅମାନେ କହନ୍ତି କି ସେ କରିପାରିବେ, ଏବଂ ଯେଉଁମାନେ କହନ୍ତି କରିପାରିବେନି, ପ୍ରକୃତରେ ସେମାନେ ଦୁହେଁ ଏକା କଥା ହିଁ କହିଥାନ୍ତି। ତୁମେ ଏଥିରେ ପ୍ରଥମ। ଲଭ ୟୁ, ଭାଇ ସୁଶାନ୍ତ।

letter

ଏହାଛଡା ଶ୍ୱେତା ଆଉ ଏକ ପୋଷ୍ଟ କରିଥିଲେ, ଯେଉଁଥିରେ ସେ ନିଜ ପୁଅ ଏବଂ ସୁଶାନ୍ତଙ୍କ ସହିତ ବସି କଥାବାର୍ତ୍ତା ହେଉଥିବାର ନଜର ଆସିଛନ୍ତି। ଯେଉଁଥିରେ ସେ ଲେଖିଥିଲେ କି, ସମସ୍ତଙ୍କୁ ମଜବୁତ ରହିବା ଜରୁରୀ। ମୋ ପୁଅ ନିର୍ବାଣକୁ ଯେତେବେଳେ କହିଥିଲି କି, ମାମୁଁ ଆଉ ନାହାନ୍ତି, ସେ ମୋତେ କହିଥିଲା ମାମୁଁ ଏଠି ନଥିଲେ କ’ଣ ହେଲା କିନ୍ତୁ ଆମ ହୃଦୟରେ ଅଛନ୍ତି।

ସୂଚନାଯୋଗ୍ୟ, ସୁଶାନ୍ତ ଗତ ଜୁନ ୧୪ ତାରିଖରେ ମୁମ୍ବାଇ ସ୍ଥିତି ଫ୍ଲାଟରେ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ। ତାଙ୍କର ଶେଷ ଫିଲ୍ମ ‘ ଦିଲ ବେଚାରା’ ଜୁଲାଇ ୨୪ରେ ଓଟିଟି ପ୍ଲାଟଫର୍ମରେ ରିଲିଜ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.