Below header

ଆଜି ଆଉ ୪୫୬ ନୂଆ ସଂକ୍ରମିତ ଚିହ୍ନଟ, ୯୫୨୬ ଛୁଇଁଲା ପଜିଟିଭ ସଂଖ୍ୟା

ଭୁବନେଶ୍ୱର:  ଆଜି ରାଜ୍ୟରେ ୪୫୬ ଜଣ ନୂଆ କରୋନା ଆକ୍ରାନ୍ତ ୨୪ଟି ଜିଲ୍ଲାରୁ  ଚିହ୍ନଟ ହୋଇଛନ୍ତି ।  ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୯୫୨୬ ଛୁଇଁଛି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ । ରିପୋର୍ଟ ଅନୁଯାୟୀ ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୬୬ ଜଣ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ ୩୦୯ ଜଣ କ୍ଵାରେଣ୍ଟିଂନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୭ ଟି ଲୋକାଲ କେଶ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୯୭୨୩୪ ଜଣଙ୍କ ଟେଷ୍ଟ ସରିଥିବା ବେଳେ ୯୫୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାବତ ୬୨୨୪ ଜଣ ସୁସ୍ଥତା ଲାଭ କରିସାରିଥିବା ବେଳେ ୩୨୫୪ଟି ଆକ୍ଟିଭ କେସ ରହିଛି । ଗତକାଲି ୨୯୦ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୬୬ ଜଣ ଚିହ୍ନଟ ହୋଇଥିବା ବେଳେ ୫୬ ଜଣ ଆକ୍ରାନ୍ତଙ୍କ ସହ ଦ୍ଵିତୀୟ ସ୍ଥାନରେ ଅଛି ଯାଜପୁର । ଯେବେକି ୩୩ କେଶ ସହ ତୃତୀୟ ସ୍ଥାନରେ ଅଛି ବରଗଡ଼ । ଗତ ୨୪ ଘଣ୍ଟା ଭିତରେ ଜଗତସିଂହପୁରରୁ ୨୩ ଜଣ, କନ୍ଧମାଳରୁ ୩ ଜଣ,

କେନ୍ଦ୍ରାପଡ଼ାରୁ ୫ ଜଣ, କେଉଁଝରରୁ ୨ ଜଣ, ଖୋର୍ଦ୍ଧାରୁ ୨୧ ଜଣ, କୋରାପୁଟରୁ ୧୦ ଜଣ, ମୟୁରଭଞ୍ଜରୁ ୮ ଜଣ, ନବରଙ୍ଗପୁରରୁ ୨୪ ଜଣ, ନୟାଗଡରୁ ୪ ଜଣ, ପୁରୀରୁ ୩ ଜଣ, ରାୟଗଡରୁ ୧୩ ଜଣ, ବାଲେଶ୍ୱର ରୁ ୧୪ ଜଣ, ଭଦ୍ରକରୁ ୧୨ ଜଣ, ବଲାଙ୍ଗୀରରୁ ୬ ଜଣ ଅଙ୍କ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯେବେଇ ଗତକାଲି ୯୪ ପଜିଟିଭ କେଶ ସହ ଦ୍ଵିତୀୟ ସ୍ଥାନରେ ଥିବା କଟକରୁ ଆଜି ୧୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ଅନ୍ୟପକ୍ଷରେ ଢେଙ୍କାନାଳ, ଗଜପତି, କଳାହାଣ୍ଡି, ଅନୁଗୁଳ ଜିଲ୍ଲା ମାନଙ୍କରୁ ଜଣେ ଲେଖାଏଁଙ୍କର ରିପୋର୍ଟ ପଜିଟିଭ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.