ବିଜୁଳି ଦାଉରୁ କେମିତି ବଞ୍ଚାଇବେ ଜୀବନ ? NDMA ତରଫରୁ ଜାରି ହୋଇଥିବା ଏହି ଗାଇଡ଼ ଲାଇନ ଉପରେ ପକାନ୍ତୁ ନଜର

ଭାରତର ଅଧିକାଂଶ ସ୍ଥାନରେ ବିଭିନ୍ନ ସମୟରେ ଘଡଘଡି ମାରିବା ସହ ବିଜୁଳି ପଡିଥାଏ । ବର୍ଷା ଦିନ ମାନଙ୍କରେ ଏହା ଏକ ସାଧାରଣ ଘଟଣା । ଏହିନିକଟରେ ହିଁ ବିଜୁଳି ମାଡ଼ରେ ଅନେକ ଲୋକ ପ୍ରାଣ ହରାଇଛନ୍ତି । ବିହାରରେ ଶନିବାର ଦିନ ଅଚାନକ ଏକ ବିଜୁଳି ମାଡ଼ ହେବାରୁ ୨୦ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଦେବାକୁ ଘୋଷଣା ମଧ୍ୟ କରିଥିଲେ । ଏହାବାଦ ଉତ୍ତର ପ୍ରଦେଶର ପ୍ରୟାଗରାଜ ଠାରେ ଅଚାନକ ବିଜୁଳି ମାଡ଼ରେ ଏକା ସାଙ୍ଗରେ ୬ ଜଣ ଲୋକ ପ୍ରାଣ ହରାଇଛନ୍ତି । ଲଗାତାର ଭାବେ ବିଜୁଳି ପଡିବା ଘଟଣା କାରଣରୁ ଲୋକଙ୍କୁ ସତର୍କ କରାଇବା ନେଇ ନ୍ୟାସନାଲ ଡିଜାଷ୍ଟର ମେନେଜମେଣ୍ଟ ଅଥରିଟି ବା ଏନଡ଼ିଏମଏ ତରଫରୁ ଏକ ଟ୍ୱିଟ ଜାରି କରାଯାଇଛି । ବିଜୁଳି ପଡିବା ସମୟରେ କିପରି ନିଜକୁ ତଥା ନିଜ ପରିଜନ ମାନଙ୍କୁ ସୁରକ୍ଷା ଦେବେ ସେନେଇ କିଛି ସତର୍କତା ମୂଳକ ଟିପ୍ସ ଏହି ଟ୍ୱିଟ ଜରିଆରେ କୁହାଯାଇଛି । ଏହା ସହ ତୁଫାନ ଆସିବା ପୂର୍ବରୁ ନିଜ ବିଜୁଳି ଉପକରଣ ମାନଙ୍କୁ ବି କେମିତି ଏଦାଉରୁ ରକ୍ଷା କରିପାରିବେ ସେ ନେଇ କିଛି ଟିପ୍ସ ବି ଦିଆଯାଇଛି ।

– ବିଜୁଳି ମାରିବା ନେଇ ଆଭାସ ହେଲେ ଘରର ସମସ୍ତ ବିଜୁଳି ଉପକରଣ ଗୁଡିକୁ ବନ୍ଦ କରି ଦିଅନ୍ତୁ । ଏହା ସହ ପ୍ଳକରୁ ସମସ୍ତ ବିଜୁଳି ତାର ଗୁଡିକୁ ମଧ୍ୟ ବାହାର କରି ଦିଅନ୍ତୁ । ଏହି ସମୟରେ ତାର ଲଗା ଫୋନ ବି ବ୍ୟବହାର କରନ୍ତୁ ନାହିଁ ।

– ଏନଡ଼ିଏମଏ ତରଫରୁ ଜାରି ହୋଇଥିବା ସୂଚନାରେ ଏହା ମଧ୍ୟ ଜାରି ହୋଇଛିଯେ, ଏହି ସମୟରେ ଘରର ଝରକା ଓ କବାଟ ଆଦିରୁ ଦୁରେଇ ରୁହନ୍ତୁ । କୌଣସି ଧାତବ ଜିନିଷ ଛୁଅନ୍ତୁ ନାହିଁ ।

lightening new

– ନଳ ପାଣି ବ୍ୟବହାର କରନ୍ତୁ ନାହିଁ । ଯଦି ଆପଣ ଘରୁ ବାହାରେ ଅଛନ୍ତି ତେବେ, ଗଛ ତଳେ ଆଶ୍ରୟ ନିଅନ୍ତୁ ନାହିଁ ।

– ଭିଡ ସ୍ଥାନ ମାନଙ୍କୁ ଯାଆନ୍ତୁ ନାହିଁ । ଯଦି ଘର ବାହାରେ ଅଛନ୍ତି ତେବେ ଘର ଭିତରକୁ ଆସି ଯାଆନ୍ତୁ ।

– କିନ୍ତୁ ଧାତବ ଛାତ, ଆଜବେଷ୍ଟସ ଠାରୁ ତଳେ ଛିଡ଼ା ହୁଅନ୍ତୁ ନାହିଁ ।

– ଯଦି ଏହି ସମୟରେ ପାଣି ଭିତରେ ଯେମିତିକି ପୋଖରୀ, ସ୍ୱମିଙ୍ଗ ପୁଲ ଭିତରେ ଅଛନ୍ତି ତେବେ ବାହାରକୁ ବାହାରି ଆସନ୍ତୁ

– ଯଦି ଘର ବାହାରେ ଫସି ଯାଇଛନ୍ତି, ଫେରି ପାରୁନାହାନ୍ତି ତେବେ ଭୂମି ଉପରେ ବସାନ୍ତୁ ନାହିଁ । ଭୂମିରେ ହାତ ବି ଲଗାନ୍ତୁ ନାହିଁ ।

– ଯଦି କାର କିମ୍ବା ବସରେ ଭିତରେ ଅଛନ୍ତି ତେବେ ସେହିଠାରେ ହିଁ ରୁହନ୍ତୁ ।

– ଯଦି ଏସବୁ ବାଦ ବି ଆପଣ ବିଜୁଳି ମାଡ଼ର ଶିକାର ହୋଇଛନ୍ତି ତେବେ ଘରୋଇ ଚିକିତ୍ସା ନକରି ତୁରନ୍ତ ହସ୍ପିଟାଲ ଯାଆନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.