Below header

ବିଏସ୍‌ଏନ୍‌ଏଲ୍‌ର ଦମଦାର ପ୍ଲାନ, ପ୍ରତିଦିନ ମିଳିବ ୫ ଜିବି ଡାଟା

ଭାରତରେ କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକମାନେ ଘରେ ଅଧିକ ସମୟ ବିତାଉଛନ୍ତି । କିଛି ଲୋକ ୱର୍କ ଫ୍ରମ୍ ହୋମ୍ କରୁଛନ୍ତି । ଏଥିପାଇଁ ସରକାରୀ ଟେଲିକମ୍‌ କମ୍ପାନୀ ଭାରତ ସଂଚାର ନିଗମ ଲିମିଡେଟ୍‌ ଅର୍ଥାତ୍‌ ବିଏସଏନ୍‌ଏଲ୍‌ ୟୁଜର୍ସଙ୍କ ପାଇଁ ଦମଦାର ଅଫର ଆଣିଛି। ଏହି ଅଫରରେ ୟୁଜର୍ସଙ୍କୁ ପ୍ରତିଦିନ ୫ ଜିବି ଡାଟା ସହିତ କଲିଂର ସୁବିଧା ମଧ୍ୟ ମିଳିବ। କମ୍ପାନୀ ନୂଆ ୫୯୯ ଟଙ୍କାର ପ୍ରିପେଡ୍ ପ୍ଲାନ ନେଇଆସିଛି । ଏହି ପ୍ଲାନରେ ରିଚାର୍ଜ କଲେ ଗ୍ରାହକଙ୍କୁ ପ୍ରତିଦିନ ୫ ଜିବି ଡାଟା ମିଳିବ । ଏହାସହିତ ୨୫୦ ମିନିଟ୍ ୟୁଜର୍ସଙ୍କୁ ପ୍ରତିଦିନ ମିଳିବ । ଏହା ବ୍ୟତୀତ ପ୍ରତିଦିନ ୫ ଜିବି ହାଇ ସ୍ପିଡ୍ ଡାଟା ଓ ୧୦୦ ଫ୍ରି ଏସଏମଏସ୍ ମଧ୍ୟ ଏହି ପ୍ଲାନ ସହିତ ଅଫର କରାଯାଉଛି ।

କମ୍ପାନୀର ୫୯୯ ଟଙ୍କିଆ ୱର୍କ ଫ୍ରମ୍ ହୋମ୍ ଏସଟିଭି ପ୍ଲାନ ସାହାଯ୍ୟରେ ସାରା ଦେଶରେ ୟୁଜର୍ସ ରିଚାର୍ଜ କରିପାରିବେ । ଏହା ପୂର୍ବରୁ ମଧ୍ୟ ବିଏସଏନଏଲ୍ ୫୫୧ ଟଙ୍କାରେ ହିଁ ଏହି ଡାଟା ବେନିଫିଟ୍ସ ଦେଉଥିଲା କିନ୍ତୁ ସେତେବେଳେ ଏହି ଫାଇଦା କେବଳ ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନା ସର୍କଲରେ ୟୁଜର୍ସଙ୍କୁ ମିଳୁଥିଲା । ୫୯୯ ଟଙ୍କାର ନୂଆ ପ୍ଲାନ୍ ୯୦ ଦିନର ବୈଧତା ସହିତ ଆସିଥାଏ । ଏହା ସହିତ ଏଥିରେ ଫ୍ରି ଭଏସ୍ କଲିଂ ଓ ଏସଏମଏସ ବେନିଫିଟ୍ସ ମଧ୍ୟ ଦିଆଯାଉଛି ।

BSNL-2

ବିଏସଏନଏଲର ଏହି ନୂଆ ପ୍ଲାନ ସାହାଯ୍ୟରେ ସାରା ଦେଶରେ ସମସ୍ତ ସର୍କ୍ଲସ(ମୁମ୍ବାଇ ଓ ଦିଲ୍ଲୀ ବ୍ୟତୀତ) ରିଚାର୍ଜ କରିହେବ । କମ୍ପାନୀ କହିଛି କି ୫ ଜିବି ଡେଲି ଡାଟା ସମାପ୍ତ ହେବା ସ୍ଥିତିରେ ସ୍ପିଡ୍ ହ୍ରାସ ପାଇ ୮୦ କେବିପିଏସ୍ ରହିଯିବ । ଏହି ପ୍ଲାନକୁ ୱର୍କ ଫ୍ରମ୍ ହୋମ୍ ଏଥିପାଇଁ କୁହାଯାଉଛି କାରଣ ଏଥିରେ ବହୁତ ସାରା ଡାଟା ମିଳୁଛି । ୯୦ ଦିନର ବୈଧତା ସହିତ ଏଥିରେ ସମୁଦାୟ ୪୫୦ ଜିବି ଡାଟା ଗ୍ରାହକଙ୍କୁ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.