କଠୋର ହେଉଛି କଟକଣା : ହଟ୍‌ସ୍ପଟ୍‌ ଜିଲ୍ଲାରୁ କଟକ ଆସିଲେ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍

କଟକ : କଟକ ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହାକୁ ନଜରରେ ରଖି ଆସନ୍ତାକାଲିଠୁ କଟକର ୩ଟି ସରକାରୀ ହସ୍ପିଟାଲରେ ଆରମ୍ଭ ହେବ ଆଣ୍ଟିଜେନ୍‌ ଟେଷ୍ଟ । ସଂକ୍ରମଣ ବଢୁଥିବାରୁ କଠୋର ହେବାରେ ଲାଗିଛି କଟକଣା । ଏଣିକି ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ଯାଜପୁର ଓ ବାଲେଶ୍ୱର ଜିଲ୍ଲାରୁ କେହି କଟକ ସହର ଆସିଲେ ସେମାନେ ୧୪ ଦିନ କ୍ୱାରେଣ୍ଟେଇନ୍‌ରେ ରହିବା ବାଧ୍ୟତାମୂଳକ।

ଖାଲି ସେତିକି ନୁହେଁ ଯଦି ଘରେ ସୁବିଧା ଥିବ ତେବେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହି ପାରିବେ। ଯଦି ବସ୍ତି ଅଂଚଳକୁ ଏହି ୫ ଜିଲ୍ଲାରୁ କେହି ଆସିବେ ତେବେ ସରକାରୀ କ୍ୱାରେଣ୍ଟାଇନରେ ୧୪ ଦିନ ରହିବାକୁ ପଡ଼ିବ। କେବଳ ଏହି ୫ ଜିଲ୍ଲା ନୁହଁ କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି, ନରସିଂହପୁର, ମାହାଙ୍ଗା, ବଡ଼ମ୍ବା ଓ ତିଗିରିଆ ବ୍ଲକରୁ ମଧ୍ୟ କେହି କଟକ ସହର ଆସିଲେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରହିବାକୁ ପଡିବ। ସେପଟେ ଆଜିଠୁ ୮ ତାରିଖ ପର୍ଯ୍ୟନ୍ତ ହାଇକୋର୍ଟ ବନ୍ଦ ରହିବ । ସୂଚନା ଥାଉକି, ଆସନ୍ତା ବୁଧବାର ମଧ୍ୟରାତ୍ରୀ ପର୍ଯ୍ୟନ୍ତ କଟକ ସହରରେ ସଟ୍‌ଡାଉନ୍‌ ଲାଗୁ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.