Below header

ଥମୁନି ଆତଙ୍କ, ପୁଣି ଚୀନରୁ ଆସିଲା କରୋନାଠୁ ବଡ ଆଉ ଏକ ଭାଇରସ

ଚୀନରୁ ଆସିବାରେ ଲାଗିଛି ଗୋଟେ ପରେ ଗୋଟେ ବିପଦ । ଗୋଟେ ପଟେ ଚାଇନାରେ ଜନ୍ମି ଥିବା କରୋନା ସମଗ୍ର ବିଶ୍ୱକୁ ଅସ୍ତବ୍ୟସ୍ତ କରି ପକାଇଥିବା ବେଳେ ପୁଣି ଚୀନରୁ ଆସୁଛି ଆଉ ଏକ ମହାମାରୀ । ଏହି ମହାମାରୀଟିର ନାଁ ବୁବୋନିକ୍ ପ୍ଲେଗ ରଖାଯାଇଛି । ଉତ୍ତର ଚାଇନାରେ ବୁବୋନିକ୍‌ ପ୍ଲେଗର ଏକ କେସ୍‌ ସାମ୍ନାକୁ ଆସିଛି । ଏହାପରେ ପ୍ରାରମ୍ଭିକ ସ୍ଥରରେ ନିକଟବର୍ତ୍ତୀ ଅଞ୍ଚଳ ଗୁଡିକରେ ଲେଭଲ-୩ ଓ୍ଵାର୍ଣ୍ଣିଂ ଜାରି କରାଯାଇଛି । ରବିବାର ଅର୍ଥାତ ଜୁଲାଇ ୫ ତାରିଖ ଠାରୁ ଜାରି କରାଯାଇଥିବା ଏହି ଓ୍ଵାର୍ଣ୍ଣିଂ ଚଳିତ ବର୍ଷ ଶେଷ ପର୍ଯ୍ୟନ୍ତ ରହିବ ବୋଲି ସୂଚନା ମିଳୁଛି ।

bubonic

ଉତ୍ତର ଚୀନ୍‌ର ମଙ୍ଗୋଲିଆ ଅଞ୍ଚଳର ବାଇନ୍‌ ନୁର ସହରର ଡାକ୍ତରଖାନାରେ ଏହି ରୋଗ (ପ୍ଲେଗ) ଲକ୍ଷଣ ମାନ ଦେଖା ଦେଉଥିବା ଜଣାପଡ଼ିଛି । ଏହି ରୋଗୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭିନ୍ନ ଭାବେ ରଖି ଚିକିତ୍ସା କରାଯାଉଛି । ଚିକିତ୍ସା ପରେ ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅପେକ୍ଷାକୃତ ଭଲ ରହିଛି । ଏହା ସହ ବନ୍ୟଜନ୍ତୁଙ୍କ ସହର ମଧ୍ୟକୁ ପ୍ରବେଶ ରୋକିବା ପାଇଁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହୋଇ ଆସୁଛି । ସ୍ଥାନୀୟ କର୍ତ୍ତୃପକ୍ଷ ପ୍ଲେଗ ନିୟନ୍ତ୍ରଣ ଓ ପ୍ରତିରୋଧ କରିବା ପାଇଁ ବିଭିନ୍ନ ପଦକ୍ଷେପ ମାନ ନେଉଛନ୍ତି ।

ମଣିଷ ମଧ୍ୟରେ ମହାମାରୀ ସଂକ୍ରମଣ ହେବା ଆଶଙ୍କା ଥିବା ଚୀନ ସ୍ୱାସ୍ଥ୍ୟ ବିଭାଗ ୱେବ‌ସାଇଟ୍‌ରେ ମଧ୍ୟ ଦର୍ଶା ଯାଇ ସାରିଲାଣି । ଆଉ ମଧ୍ୟ ସୂଚନା ଦିଆଯାଇଛିଯେ ଏହି ଧରଣର ପ୍ଲେଗ ଏକ ଭୟଙ୍କର ସଂକ୍ରାମକ ରୋଗ । ଏହା ଅତ୍ୟଧିକ ସଂକ୍ରମଣକାରୀ ଓ ଏହାର ମୃତ୍ୟୁହାର ମଧ୍ୟ ଅଧିକ । ପ୍ଲେଗରେ ସଂକ୍ରମିତ ପୋକ କାମୁଡିବା ଦ୍ୱାରା ହିଁ ମଣିଷ ସଂକ୍ରମିତ ହୋଇଥାଏ । ପୂର୍ବରୁ ୨୦୧୯ ମସିହାରେ ଭିତର ମଙ୍ଗୋଲିଆ ଅଞ୍ଚଳରୁ ବେଜିଂ ଅଭିମୁଖେ ଯାତ୍ରା କରୁଥିବା ଦୁଇ ଜଣ ଯାତ୍ରୀ ଏହି ଭୟଙ୍କର ବୁବୋନିକ୍‌ ପ୍ଲେଗ ରୋଗର ଶିକାର ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.