ପୂର୍ବ ଶତ୍ରୁତାକୁ ନେଇ ଧର୍ମଶାଳାରେ ମହିଳାଙ୍କୁ ବୀଭତ୍ସ ହତ୍ୟା, ସ୍ବାମୀ ଓ ଝିଅ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳାରେ ମହିଳାଙ୍କୁ ବୀଭତ୍ସ ହତ୍ୟା । ଧର୍ମଶାଳା ଥାନା ମିର୍ଜାପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଦୁର୍ବୁତ୍ତଙ୍କ ଆକ୍ରମଣରେ ମାଆର ମୃତ୍ଯୁ ହୋଇଥିବା ବେଳେ ବାପା ଓ ଝିଅ ଗୁରୁତର ହୋଇଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି । ଏକ ଧାରୁଆ ଅସ୍ତ୍ରରେ ସମସ୍ତଙ୍କ ଉପରେ ଆକ୍ରମଣ ହୋଇଛି । ମୃତକ ହେଲେ ତରୁଲତା ବିଶ୍ୱାଳ । ଗୁରୁତର ଆହତ ହୋଇଥିବା ବାପା ନିତ୍ୟରଞ୍ଜନ ମଲିକ ଓ ଝିଅ ଶୁଭଶ୍ରୀଙ୍କୁ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.