ଖୋର୍ଦ୍ଧା: ଡ୍ରେନରେ ଭାସୁଛି ସରକାରୀ ଔଷଧ, ଜଟଣୀ ରାଜା ବଜାରରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଦୃଶ୍ୟ
ଖୋର୍ଦ୍ଧା: ଡ୍ରେନରେ ଭିତରେ ସରକାରୀ ଔଷଧ। ଖୋର୍ଦ୍ଧା ଜିଲ୍ଲା ଜଟଣୀର ରାଜା ବଜାରରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ରାଜା ବଜାରର ମୁଖ୍ୟ ଡ୍ରେନରେ ଔଷଧ ଭାସୁଥିବା ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ହେବା ପରେ ଡ୍ରେନ ଜାମ ହୋଇଯାଇଥିଲା।
ଯାହାକୁ ଦେଖିବାରୁ ଡ୍ରେନରେ ସରକାରୀ ମେଡିସିନ ଭାସୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସ୍ଥାନୀୟ ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀଙ୍କୁ ଜଣାଇଥିଲେ। ସେ ଏହାର କୌଣସି ଉତ୍ତର ଦେଇପାରିନଥିଲେ। ମେଡିସିନର ଏକ୍ପାଏରୀ ଡେଟ ଏବେ ବି ରହିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି