ସ୍ଥିର ରହିଛି ସୁନା ଦର, ୧୦ ଗ୍ରାମ ପ୍ରତି ଏତିକି ଟଙ୍କାରେ ହେଉଛି ବିକ୍ରି

ରବିବାର ସନ୍ଧ୍ୟା ସୁଦ୍ଧା ସୁନା ଦରରେ କୌଣସି ପରିବର୍ତ୍ତନ ଆସିନାହିଁ । ଭାରତୀୟ ବଜାରରେ ଉଭୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ସ୍ଥିର ରହିଛି । ପୂର୍ବଦିନ ପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୭,୪୬୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ବି ୪୬,୪୬୦ ଟଙ୍କାରେ ସ୍ଥିର ରହିଛି । ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ବି ଉଭୟ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ ୫୦,୮୫୦ ଟଙ୍କା ଓ ୪୬,୨୪୦ ଟଙ୍କାରେ ସ୍ଥିର ରହିଥିବା ରେକର୍ଡ ହୋଇଛି ।

ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କୌଣସି ପରିବର୍ତ୍ତନ ଆସିନାହିଁ । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପୂର୍ବ ଦିନ ପରି ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ଯଥାକ୍ରମେ ୪୭,୪୬୦ ଟଙ୍କା ଓ ୪୬,୪୬୦ ଟଙ୍କା ରହିଥିବା ବେଳେ ଦିଲ୍ଲୀରେ ବି ୪୮,୩୨୦ ଟଙ୍କା ଓ ୪୭,୧୨୦ ଟଙ୍କାରେ ସ୍ଥିର ରହିଛି । ସେହିପରି ଦକ୍ଷିଣ ଭାରତର ଅନ୍ୟତମ ପ୍ରମୁଖ ସହର ଚେନ୍ନାଇରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ ୫୦,୫୮୦ ଟଙ୍କା ଓ ୪୬,୨୪୦ ଟଙ୍କା

ଥିବା ନେଇ ରେକର୍ଡ ହୋଇଥିବା ବେଳେ ପୂର୍ବ ଭାରତ ସହର କୋଲକାତାରେ ୪୮,୫୬୦ ଟଙ୍କା ଓ ୪୭,୨୬୦ ଟଙ୍କାରେ ସ୍ଥିର ରହିଛି । ସୁନା ପରି ଭାରତ ବଜାରରେ ରୂପା ଦରରେ ବି କୌଣସି ପ୍ରକାର ପରିବର୍ତ୍ତନ ଆସିନାହିଁ । ଶନିବାର ପରି ରବିବାର ମଧ୍ୟ ରୂପା କିଲୋଗ୍ରାମ ପ୍ରତି ୪୮,୫୧୦ ଟଙ୍କାରେ ସ୍ଥିର ରହିଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.