Categories: ସ୍ପେଶାଲ

ପ୍ରଥମ ବିଶ୍ୱଯୁଦ୍ଧର ଅନ୍ତକୁ ଆଜି ପୂରିଲା ଶହେ ବର୍ଷ

ପ୍ରଥମ ବିଶ୍ୱଯୁଦ୍ଧର ଅନ୍ତକୁ ଆଜି ପୂରିଲା ଶହେ ବର୍ଷ । ୧୯୧୮ ମସିହା ନଭେମ୍ବର ୧୧ ତାରିଖରେ ସରିଥିଲା ଯୁଦ୍ଧ । ବିଶ୍ୱ ଦେଖିଥିଲା ପ୍ରଳୟଙ୍କରୀ ଯୁଦ୍ଧର ବିଭୀଷିକା । ପ୍ରାଣ ହରାଇଥିଲେ ୧ କୋଟି ୬୦ ଲକ୍ଷ ଲୋକ । ଆଜି ପ୍ୟାରିସରେ ଏକାଠି ହୋଇଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ, ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକ୍ରନଙ୍କ ସମେତ ବହୁ ପ୍ରମୁଖ ନେତା ।

ମାସ ୧୧-ଦିନ -୧୧-ସମୟ ସକାଳ ୧୧- ଫ୍ରାନ୍ସରେ ମିତ୍ର ଶକ୍ତି ଓ ଜର୍ମାନୀ ମଧ୍ୟରେ ହୋଇଥିଲା ଚୁକ୍ତି। ପ୍ରଥମ ବିଶ୍ୱ ଯୁଦ୍ଧର ଅନ୍ତ ଘଟିଥିଲା। ଘୋଷଣା ହେଲା ଅସ୍ତ୍ର ବିରତ। କିନ୍ତୁ ତା ପୂର୍ବରୁ ୧ କୋଟି ୬୦ ଲକ୍ଷ ଲୋକଙ୍କ ଜୀବନ ଚାଲି ଯାଇଥିଲା। ବିଶ୍ୱ ଯୁଦ୍ଧ କେତେ ଭୟଙ୍କର ତାର ପ୍ରଥମ ଝଲକ ଦେଖିଥିଲା ସାରା ବିଶ୍ୱ। ୧୯୧୪ରୁ ୧୯୧୮ ବିଶ୍ୱର ଅଧିକାଂଶ ଦେଶ ଯୁଦ୍ଧରେ ମାତିଥିଲେ। ଗୋଟିଏ ପଟେ ଫ୍ରାନ୍ସ, ଇଂଲଣ୍ଡ ଓ ଆମେରିକା ଭଳି ଦେଶ। ଅନ୍ୟପଟେ ଜର୍ମାନୀ, ହଙ୍ଗେରି ଭଳି ଦେଶ। ବିଶ୍ୱ ଯୁଦ୍ଧରେ ସାମିଲ ଥିଲା ବ୍ରିଟିଶ ଶାସିତ ଭାରତ। ବ୍ରିଟଶ ସେନାରେ ଥିବା ଭାରତୀୟ ସୈନିକ ଓ କର୍ମଚାରୀଙ୍କୁ ଯୁଦ୍ଧରେ ନିୟୋଜିତ କରାଯାଇଥିଲା।

ପ୍ରାୟ ଦେଢ଼ ଲକ୍ଷ ଭାରତୀୟ ଯୁଦ୍ଧରେ ସାମିଲ ହୋଇଥିଲେ। ପ୍ରାୟ ୫୦ ହଜାର ଭାରତୀୟଙ୍କ ମୃତ୍ୟୁ ହୋଇଥିଲା, ଆଉ ଆହତ ହୋଇଥିଲେ ୬୫ ହଜାରରୁ ଅଧିକ। ନଭେମ୍ବର ୧୧, ୧୯୧୮ରେ ସରିଥିଲା ଯୁଦ୍ଧ। ହାରିଥିଲା ଜର୍ମାନୀ। ଯୁଦ୍ଧରେ ଯାହା କ୍ଷୟକ୍ଷତି ହୋଇଛି ତାର ଭରଣା କରିବ ଜର୍ମାନୀ। ଏହି ସର୍ତ୍ତ ସହ ଅସ୍ତ୍ରବିରତି ଚୁକ୍ତି ହେଲା। ଏବେ ସେହି ଘଟଣାକୁ ପୁରିଛି ଶହେ ବର୍ଷ। ପ୍ରଥମ ବିଶ୍ୱ ଯୁଦ୍ଧ ସରିବାର ଶହେ ବର୍ଷ ପୂର୍ତ୍ତି ଅବସରରେ ଫ୍ରାନ୍ସରେ ଆୟୋଜିତ ହେଉଛି ସ୍ୱତନ୍ତ୍ର କାର‌୍ୟ୍ୟକ୍ରମ।

ବିଶ୍ୱର ବହୁ ନେତା ଏକାଠି ହେଲେଣି। ଫ୍ରାନସ ଯାଇଛନ୍ତି ଭାରତର ଉପରାଷ୍ଟ୍ରପତି। ପ୍ରଥମ ବିଶ୍ୱ ଯୁଦ୍ଧ ସମୟରେ ଜର୍ମାନୀରେ ଥିଲା ରାଜତନ୍ତ୍ର। ବିଶ୍ୱ ଯୁଦ୍ଧ ପରେ ପ୍ରତିଷ୍ଠା ହେଲା ଗଣତନ୍ତ୍ର। କିନ୍ତୁ ସେହି ଗଣତନ୍ତ୍ର ଭିତରୁ ଜନ୍ମ ନେଇଥିଲା ହିଟ୍ଲରଙ୍କ ଏକଛତ୍ରବାଦ ଶାସନ। ଯାହା ଆଉ ଏକ ବିଶ୍ୱଯୁଦ୍ଧର ସୂତ୍ରପାତ କରିଥିଲା।

KNews Bureau

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

5 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

34 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

53 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

1 hour ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago